July 1, 2025
Home » ମଝି ଘରିଆଣି ମନ୍ଦିର ନିକଟ ଜଙ୍ଗଲରୁ ନିଖାଜ୍ ଥିବା ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

ମଝି ଘରିଆଣି ମନ୍ଦିର ନିକଟ ଜଙ୍ଗଲରୁ ନିଖାଜ୍ ଥିବା ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

0
WhatsApp Image 2025-03-17 at 4.33.54 PM

ମଝି ଘରିଆଣି ମନ୍ଦିର ନିକଟ ଜଙ୍ଗଲରୁ ନିଖାଜ୍ ଥିବା ଏକ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର ହୋଇଛି । ନିଖଜ ଥିବା ବୃଦ୍ଧ ବ୍ୟକ୍ତି ମୃତ ଶରୀରର ମିଳିଥିବା ବେଳେ ତାଙ୍କ ଶରୀର ପୁରା ନଷ୍ଟ ହୋଇ ଯାଇଥିବା ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ରାୟଗଡା ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ବ୍ୟକ୍ତି ଜଣକଙ୍କୁ ତାଙ୍କ ଦେହରେ ପଇତାରେ ଲାଗିଥିବା ଚାବି ଓ ଆଙ୍ଗୁଠିରେ ପିନ୍ଧିଥିବା ସୁନା ମୁଦି ଦେଖି ନିଖୋଜ ଥିବା ଲକ୍ଷ୍ମୀ ଚରଣ ଶତପଥୀ ବୋଲି ଚିର୍ହ୍ନଟ କରାଯାଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ମୁତାବକ ମୃତ ବ୍ୟକ୍ତି ଲକ୍ଷ୍ମୀ ଚରଣ ଶତପଥୀ ନାମକ ଜଣକ ତା. ୧୯,୦୨,୨୦୨୫ ରିଖରେ ସପରିବରବର୍ଗଙ୍କ ସହ ମିଶି ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣିଙ୍କ ସନ୍ଧ୍ୟା ଆରତି ଦର୍ଶନ ସରିବା ପରଠାରୁ ମନ୍ଦିର ପରିସର ଠାରୁ ନିଖୋଜ ଥିଲେ । ବହୂ ଖୋଜାଖୋଜି କରିବା ପରେ ପରିବାର ବର୍ଗ ପକ୍ଷରୁ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳ ବାସିନ୍ଦା ତଥା ୭୨ ବର୍ଷୀୟ ଅବସରପ୍ରାପ୍ତ ଆରପିଏଫ କର୍ମଚାରୀ ଲକ୍ଷ୍ମୀ ଚରଣ ସତପଥି ନାମକ ବୃଦ୍ଧଙ୍କ ନିଖୋଜ ଥିବା ନେଇ ଫୋଟଚିତ୍ର ସହ ବିଭିନ୍ନ ସ୍ଥାନରେ ବିଜ୍ଞପ୍ତି ପ୍ରକାଶ କରିଥିଲେ । ନିଖାଜ୍ ବୃଦ୍ଧ ଜଣକ ଆରପିଏଫରେ ଅବସରପ୍ରାପ୍ତ କର୍ମଚାରୀ ଯିଏ କି ଓଡିଆ ଭାଷା ବ୍ୟତିତ ଅନ୍ୟ କୌଣସି ଭାଷା ଜାଣ ନ ଥିବା ଓ କିଛି ମାତ୍ରାରେ ମାନସିକ ଦୁର୍ବଳ ମଧ୍ଯ ଥିବା ଉଲ୍ଲେଖ କରାଯାଇଥିଲା ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *