August 27, 2025
Home » ମଠକରକରଗୋଳ ମହାବିଦ୍ୟାଳୟ ରେ ସ୍ମାର୍ଟ ନିବେଶକ ସଚେତନତା କାର୍ଯ୍ୟକ୍ରମ

ମଠକରକରଗୋଳ ମହାବିଦ୍ୟାଳୟ ରେ ସ୍ମାର୍ଟ ନିବେଶକ ସଚେତନତା କାର୍ଯ୍ୟକ୍ରମ

0
WhatsApp Image 2025-08-24 at 5.16.48 PM

ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟ ରେ ଆଜି ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପରାମର୍ଶ କ୍ରମେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ( ସେବୀ) ଆନୁକୁଲ୍ୟ ରେ ସ୍ମାର୍ଟ ନିବେଶକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି।ସେବୀ ର ପ୍ରତିନିଧି ତଥା ତାଲିମ ଦାତା ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାହୁ ଛାତ୍ର ଛାତ୍ରୀ ମାନଙ୍କୁ ତଥା ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ,ଅଧ୍ୟାପିକା ଓ କର୍ମଚାରୀ ମାନଙ୍କୁ ନିରାପଦ ନିବେଶ କେମିତି କରିହେବ ତାଲିମ ପ୍ରଦାନ କରିଥିଲେ।

ସେବୀ ର କାର୍ଯ୍ୟାବଳୀ,ନିବେଶକ ମାନଙ୍କ ଦାୟିତ୍ଵ, କର୍ତ୍ତବ୍ୟ ଓ ସାବଧାନତା ଉପରେ ବ୍ୟାପକ ସୂଚନା ପ୍ରଦାନ କରାଯାଇଥିଲା।ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାଶ ଦୈନ୍ୟଦିନ ଘଟୁ ଥିବା ଛାତ୍ର ଛାତ୍ରୀ ଅନ୍ ଲାଇନ୍ ଗେମ୍ ଖେଳି ଆତ୍ମହତ୍ୟା କରୁଛନ୍ତି ବୋଲି ଅବତ।ରଣ। କରିବା ସହିତ ଉକ୍ତ ଜୀବନ ନାଶକାରୀ ଅସୁର କବଳରୁ କିଭଳି ମୁକ୍ତି ମିଳିବ ଦିଗ୍ ଦର୍ଶନ ଦେଇଥିଲେ।ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର ସୁଧାଂଶୁ ଶେଖର ପାତ୍ର, ମ୍ୟୁଚୁଆଲ ଫଣ୍ଡ ଓ ଡାକ ବିଭାଗ ର ବିଭିନ୍ନ ସଞ୍ଚୟ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ମଞ୍ଚରେ ଉପସ୍ଥିତ ପ୍ରଫେସର ଶ୍ଵପ୍ନିତା ରାଉତ, ଶୁଭସ୍ମିତା ବିଶ୍ଵାଳ ଛାତ୍ର ଛାତ୍ରୀ ମାନଙ୍କୁ ବ୍ୟାଙ୍କ୍ ସେବା ଓ ପ୍ରତିଭୂତି ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ।ସର୍ବଶେଷ ରେ ସେବୀ ର ପ୍ରତିନିଧି ତଥା ସମସ୍ତ ଶିକ୍ଷାର୍ଥୀ ଙ୍କୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *