ମଠକରଗୋଳା ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିବିର ଉଦ୍ ଯାପିତ
ଓଡ଼ିଶା ରେଡକ୍ରସ୍ ସୋସାଇଟି ସହାୟତା କ୍ରମେ ସ୍ଥାନୀୟ ମଠକରଗୋଳା ମହାବିଦ୍ୟାଳୟରେ ସଂଗଠିତ ତ୍ରୀଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିବିର ଉଦ୍ ଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତ୍ତ ରଞ୍ଜନ ଦାଶ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୁବନ ବ୍ଲକ୍ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଆୟୁସୀ ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରାର୍ଥୀମାନଙ୍କୁ ଉତ୍ସାହିତ କରିବା ସହ ଭବିଷ୍ୟତ ଜୀବନରେ ପ୍ରଶିକ୍ଷଣରୁ ଲବ୍ଧ ଜ୍ଞାନ କୁ ଭବିଷ୍ୟତ ଗଠନରେ ପ୍ରୟୋଗ କରିବାକୁ ମାର୍ଗ ଦର୍ଶନ କରାଇଥିଲେ। ମୂଖ୍ୟ ବକ୍ତା କାମାକ୍ଷାନଗର ଉପଖଣ୍ଡ ର ସହ ଜିଲ୍ଲାପାଳ ଦୀପକ କୁମାର ମିଶ୍ର ଛାତ୍ରଛାତ୍ରୀ ମାନଙ୍କୁ ରେଡକ୍ରସ ର ମହାନ ଆଦର୍ଶ ଓ ସେବା ସମ୍ପର୍କରେ ସଚେତନ କରିବା ସହ ମାନବ ସେବାରେ ନିଜକୁ ନିୟୋଜିତ କରିବା କୁ ପରାମର୍ଶ ଦେଇଥିଲେ ।

ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ପ୍ରଭାତ କୁମାର ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାନ , ଅଙ୍ଗ ଦାନ ଓ ଚକ୍ଷୁ ଦାନ କିପରି ଅନ୍ୟକୁ ଜୀବନ ଦାନ କରିଥାଏ ବର୍ଣ୍ଣନା କରିଥିଲେ। ଅନ୍ୟତମ ଅତିଥି ପ୍ରାକ୍ତନ ଅଧ୍ୟାପକ ପ୍ରଶାନ୍ତ କୁମାର ମିଶ୍ର ଯୁବ ରେଡକ୍ରସ୍ କପରି ବିଶ୍ଵ ଭାତୃତ୍ବ ର ବାର୍ତ୍ତା ବହନ କରେ ଆଲୋଚନା କରିଥିଲେ। ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଗୁଣବତ୍ତା ପ୍ରକୋଷ୍ଠ ର ସଂଯୋଜିକା ଅଧ୍ୟାପିକା ସ୍ଵପ୍ନିତା ରାଉତ ଶିବିରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ଓ ବିଜେତା ମାନଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଯୁବ ରେଡକ୍ରସ୍ ଅଧିକାରୀ ନବ କିଶୋର ସି ଶିବିରେର ଅନୁଷ୍ଠିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।ଅଧ୍ୟକ୍ଷ ଶ୍ରୀ ଦାଶ ଏକ ସଶକ୍ତ ଯୁବ ସମାଜ ହିଁ ରାଷ୍ଟ୍ରୀୟ ପ୍ରଗତିର ମୂଳାଧାର ବୋଲି ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀ ମାନେ ପ୍ରତିକୁଳ ପରିସ୍ଥିତି କୁ ସାମ୍ନା କରିବାର କଳା ଶିଖିବାକୁ ଆହ୍ଵାନ ଦେଇଥିଲେ। ଆମ ଗୌରବ ଆମ କଲେଜର ସଂଯୋଜିକା ଅଧ୍ୟାପିକା ଶୁଭ ସ୍ମିତା ବିଶ୍ଵାଳ ବିଭିନ୍ନ ପ୍ରଶିକ୍ଷଣ ଓ ତାର ଉପାଦେୟତା ଆଲୋଚନା କରିଥିଲେ।

ପ୍ରଶିକ୍ଷକ କୁମୁଦ ଚନ୍ଦ୍ର ସାମଲ ସଡ଼କ ନିରାପତ୍ତା , ପ୍ରଶାନ୍ତ କୁମାର ମିଶ୍ର ରେଡକ୍ରସ୍ ର ଇତିହାସ, ବିରଞ୍ଚି ନାରାୟଣ ପାଣି ରକ୍ତଦାନ, ନିର୍ମଳ କୁମାର ସାହୁ ଯୋଗାଭ୍ୟାସ, ନନ୍ଦ କିଶୋର ଧୀର ଜଳବାୟୁ ପରିବର୍ତ୍ତନ ଓ ରଶ୍ମି ରଞ୍ଜନ ମହାପାତ୍ର ସାଇବର ସୁରକ୍ଷା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଅଧ୍ୟାପିକା ସବିତା ଦେହୁରୀ ଓ ଲଳିତ କୁମାର ବେହେରା ଙ୍କ ନିର୍ଦ୍ଦେଶନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅଧ୍ୟାପକ ପ୍ରବୀର ବିଶ୍ଵାଳ ପ୍ରାତଃ କାଳୀନ ଯୋଗାଭ୍ୟାସ ଶିକ୍ଷା ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ କୈଳାଶ ଚନ୍ଦ୍ର ପାତ୍ର, ଅଧ୍ୟାପକ ମନୋରଂଜନ ବେହେରା, ସୁଧାଂଶୁ ଶେଖର ପାତ୍ର, ପ୍ରତିଭା ଦାଶ, ଅର୍ଚ୍ଚିତା ମହାମାନସିଂ, ବିଜୟିନୀ ଲେଙ୍କା, ବିଦ୍ୟାବତୀ ରାଜୀନ୍ଦ୍ର , ସ୍ମରଣିକା ସାମଲ, ପ୍ରମୋଦିନୀ ପରିଡ଼ା,ଫକୀର ମୋହନ ଲେଙ୍କା, ପ୍ରଦୀପ ନାୟକ ଓ ରଣଜିତ ସ୍ଵାଇଁ ପ୍ରମୁଖ ଶିବିରରେ ଅଂଶଗ୍ରହଣ ପୂର୍ବକ ସହାୟତା ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଢେଙ୍କାନାଳ ଜିଲ୍ଲା ର ବିଭିନ୍ନ ମହାବିଦ୍ୟାଳୟ ର ୧୩୦ଜଣ ଛାତ୍ରଛାତ୍ରୀ ଓ ପରାମର୍ଶଦାତା ଯୋଗ ଦେଇଥିଲେ। ଅଧ୍ୟାପକ ସୋମନାଥ ପଣ୍ଡା ସମସ୍ତ କାର୍ଯ୍ୟକ୍ରମ ର ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
