October 24, 2025
Home » ମଠକରଗୋଳା ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନର ନବାଗତ ଛାତ୍ରଛାତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ମଠକରଗୋଳା ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନର ନବାଗତ ଛାତ୍ରଛାତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

0
WhatsApp Image 2025-09-09 at 3.37.36 PM

ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟ ର +୩ ପ୍ରାଣୀ ବିଜ୍ଞାନ ସମ୍ମାନ ବିଭାଗ ଦ୍ଵାରା ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଉକ୍ତ ସମ୍ବର୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାଶ ଦ୍ଵୀପ ପ୍ରଜ୍ବଳନ କରି ଉତ୍ସବ ଉଦ୍ଘାଟନ କରିଥିଲେ। ଶ୍ରୀଯୁକ୍ତ ଦାଶ ଜୀବ ବିବର୍ତ୍ତନ ବାଦ ଓ ପ୍ରାଚୀନ ମନୁଷ୍ୟ ସଭ୍ୟତା,କୃଷିକାର୍ଯ୍ୟ ଓ ବିଲୁପ୍ତ ପ୍ରାପ୍ତ ଜୀବ ଙ୍କ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ନୂତନ ଛାତ୍ର ଛାତ୍ରୀ କିପରି ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ନିଜକୁ ପ୍ରସ୍ତୁତ କରିବେ ଓ ସଫଳ ଭାବେ ନିଜ ଭବିଷ୍ୟତ ଗଢିବେ ଦିଗ୍ ଦର୍ଶନ ଦେଇଥିଲେ ।

ମୁଖ୍ୟ ବକ୍ତା ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର ସୁଧାଂଶୁ ଶେଖର ପାତ୍ର ପ୍ରାଣୀ ବିଜ୍ଞାନ ଛାତ୍ର ଛାତ୍ରୀ ମାନଙ୍କୁ କିପରି ବିଷୟ ଭିତିକ ଫାଇଦା ହାସଲ କରି ଭବିଷ୍ୟତ ରେ ନିଯୁକ୍ତି ସୁଯୋଗ ପାଇବେ ଓ ରୋଜଗାରକ୍ଷମ ହେବେ ଦିଗ୍ ଦର୍ଶନ ଦେଇଥିଲେ ।ସମ୍ମାନିତ ଅତିଥି ପ୍ରଫେସର ସ୍ଵପ୍ନିତା ରାଉତ ବିଜ୍ଞାନ ଛାତ୍ର ଛାତ୍ରୀ ମାନଙ୍କ ସୁଯୋଗ ଅନ୍ୟ ବିଷୟ ଠାରୁ ଅଧିକ ବୋଲି ପ୍ରକାଶ କରିଥିଲେ ଓ ଛାତ୍ର ଛାତ୍ରୀ ମାନେ ଏହାର ଭରପୁର ଲାଭ ନେବା ପାଇଁ ଆହ୍ବାନ ଦେଇଥିଲେ । ବିଭାଗୀୟ ମୁଖ୍ୟ ପ୍ରଫେସର ବିଦ୍ୟାବତୀ ରାଜିନ୍ଦ୍ର ସ୍ଵାଗତ ଭାଷଣ ଦେଇଥିଲେ ।ଅନ୍ୟତମ ଅଧ୍ୟାପିକା ସଂଗୀତା ଖୁଣ୍ଟିଆ ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ପରିଶ୍ରମୀ ଓ ସତ୍ୟବାଦୀ ହେବାକୁ ପ୍ରବର୍ତ୍ତାଇଥିଲେ ।+୩ ଦ୍ୱିତୀୟ ବର୍ଷ ଓ ତୃତୀୟ ବର୍ଷ ଛାତ୍ର ଛାତ୍ରୀ ମାନେ ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କୁ କୌତୁକ ପ୍ରଶ୍ନ ମାଧ୍ୟମରେ ଉପହାର ସାମଗ୍ରୀ ପ୍ରଦାନ କରିଥିଲେ । ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନେ ନିଜର ପରିଚୟ ଓ ଜୀବନ ର ଲକ୍ଷ୍ୟ ପ୍ରକାଶ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା – ସ୍ଵାଗତ ଗୀତ,ନୃତ୍ୟ,ସଙ୍ଗୀତ ପରିବେଷଣ କରାଯାଇଥିଲା ।ସର୍ବଶେଷରେ ଅଧ୍ୟାପିକା ସଂଗୀତା ଖୁଣ୍ଟିଆ ଧନ୍ୟବାଦ୍ ଅର୍ପଣ କରିଥିଲେ ।

 

kamkhyanagar epa ru rajkishor rout nka report

Leave a Reply

Your email address will not be published. Required fields are marked *