October 23, 2025
Home » ମଠକରଗୋଳା ମହାବିଦ୍ୟାଳୟ ରେ+୩ ଶିକ୍ଷା ସମ୍ମାନ ବିଭାଗ ରେ ନବୀନ ବରଣ ଉତ୍ସବ

ମଠକରଗୋଳା ମହାବିଦ୍ୟାଳୟ ରେ+୩ ଶିକ୍ଷା ସମ୍ମାନ ବିଭାଗ ରେ ନବୀନ ବରଣ ଉତ୍ସବ

0
WhatsApp Image 2025-09-04 at 5.26.43 PM (1)

ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟ ରେ ଶିକ୍ଷା ସମ୍ମାନ ବିଭାଗ ତରଫରୁ +୩ ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ସ୍ଵାଗତ ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପ୍ରଦୀପ ପ୍ରଜ୍ୟୋଳନ କରି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାଶ ଉତ୍ସବକୁ ଉଦ୍ଘାଟନ କରିଥିଲେ ।

ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାଶ ଛାତ୍ର ଛାତ୍ରୀ ମାନେ କଠିନ ପରିଶ୍ରମ କରି ନିଜ ଭବିଷ୍ୟତ ଗଢ଼ିବା ପାଇଁ ପ୍ରତିଜ୍ଞାବଦ୍ଧ ହେବା ଉଚିତ୍ ବୋଲି ଆହ୍ବାନ ଦେଇଥିଲେ । ମୁଖ୍ୟ ବକ୍ତା ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର ସୁଧାଂଶୁ ଶେଖର ପାତ୍ର, ଇଂରାଜୀ ଭାଷା ମୁଖ୍ୟ ପ୍ରଫେସର ସ୍ଵପ୍ନିତା ରାଉତ,ଗଣିତ ବିଭାଗ ମୁଖ୍ୟ ପ୍ରଫେସର କୈଳାଶ ଚନ୍ଦ୍ର ପାତ୍ର,ଶିକ୍ଷା ବିଭାଗ ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ,ପ୍ରତୀକ ରଂଜନ ମଲ୍ଲିକ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦେବା ସଙ୍ଗେ ସଙ୍ଗେ ଦିଗ୍ ଦର୍ଶନ ଦେଇଥିଲେ । +୩ ତୃତୀୟ ଓ ଦ୍ୱିତୀୟ ବର୍ଷ ଛାତ୍ର ଛାତ୍ରୀ ମାନେ ପୁଷ୍ପ ଓ ଉପହାର ପ୍ରଦାନ ପୂର୍ବକ ସ୍ଵାଗତ କରିଥିଲେ ।ନାଚ,ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, ଶେଷରେ ସମସ୍ତ ଅତିଥି ମାନଙ୍କୁ ଶିକ୍ଷା ବିଭାଗ ତରଫରୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା।

 

kamkhyanagar epa ru rajkishor rout nka report

Leave a Reply

Your email address will not be published. Required fields are marked *