March 14, 2025
Home » ମଠକରଗୋଳl ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗ ପକ୍ଷରୁ “ଇଲେଟ୍ରୋନିକ୍ – ବାଣିଜ୍ୟ ଓ ସାମାଜିକ ଗଣମାଧ୍ୟମ” ଶୀର୍ଷକ ଏକ ସେମିନାର ଆୟୋଜିତ ।

ମଠକରଗୋଳl ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗ ପକ୍ଷରୁ “ଇଲେଟ୍ରୋନିକ୍ – ବାଣିଜ୍ୟ ଓ ସାମାଜିକ ଗଣମାଧ୍ୟମ” ଶୀର୍ଷକ ଏକ ସେମିନାର ଆୟୋଜିତ ।

0

Place- କାମାକ୍ଷାନଗର Date -୨୪.୦୧.୨୦୨୫Anchor- ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗ ପକ୍ଷରୁ ଏକ ସଂପlନ୍ନ ସଫଳ ଭାବେ ଆୟୋଜିତ ହୋଇଯାଇଛି l “ଇଲେକ୍ଟ୍ରୋନିକ – ବାଣିଜ୍ୟ ଓ ସାମାଜିକ ଗଣମାଧ୍ୟମ” ଶୀର୍ଷକ ବିଷୟବସ୍ତୁ ଆଧାରିତ ଉକ୍ତ ସମ୍ବେଦନଶୀଳ ସଂପlନ୍ନ କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାଶ ପ୍ରଦୀପ ପ୍ରଜ୍ୟୋଳନ କରି ଉଦଘାଟନ କରିଥିଲେ।ମୁଖ୍ୟ ବକ୍ତା ଆଇ.ଓ.ଏମ, ଭୁବନେଶ୍ୱର ର ନିର୍ଦେଶକ ଡ. ତ୍ରିଲୋଚନ ନାୟକ ” ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ରେ ଗ୍ରାହକ କିପରି ଠକେଇ ର ଶିକାର ହେଉଛନ୍ତି ତାଙ୍କର ଦିକ୍ଷାନ୍ତ ଭାଷଣ ରେ ପ୍ରକାଶ କରିଥିଲେ ।

ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାଶ ବାଣିଜ୍ୟ ର ପ୍ରାଚୀନ ପଦ୍ଧତି ଓ ଆଧୁନିକ ଶୈଳୀ ର ଏକ ତୁଳନାତ୍ମକ ସୂଚନା ପ୍ରଦାନ କରିଥିଲେ।ବାଣିଜ୍ୟ ବିଭାଗ ର ମୁଖ୍ୟ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପାତ୍ର ” ଇ – ବାଣିଜ୍ୟ” ର ବର୍ତ୍ତମାନ ସ୍ଥିତି ଓ ଭବିଷ୍ୟତ ର ଅବତାରଣ କରିଥିଲେ,ଶ୍ରୀମତୀ ଶୁଭସ୍ମିତା ବିଶ୍ବାଳ ବିଷୟ ପ୍ରସଙ୍ଗ ଭିତ୍ତିକ ସାମାଜିକ ଗଣମାଧ୍ୟମ ଓ ଇ – ବାଣିଜ୍ୟ ର ଉଭୟ ଭଲ ଓ ମନ୍ଦ ଦିଗ ଉପରେ ଆଲୋଚନା କରିଥିଲେ, ଶ୍ରୀଯୁକ୍ତ ସରୋଜ କୁମାର ବିଶ୍ବାଳ ,ବୀମା କମ୍ପାନୀ ଓ ବ୍ୟାଙ୍କ ର ଭୂମିକା ଉପରେ ଆଲୋଚନା କରିଥିଲେ,ଛାତ୍ର ଛାତ୍ରୀ ମାନେ ଯଥ।- ଦୀପଙ୍କର ସାହୁ,ଜ୍ୟୋତିଶୁ କୁମାର ସାହୁ, ସୌମ୍ୟରଞ୍ଜନ ମହାନ୍ତି ଓ କୁମାରୀ ପ୍ରୀତି ମଞ୍ଜରୀ ସିଂହ ସଂପ।ନ୍ନ ସମ୍ବଧିତ ବିଷୟ ଅତି ସୁନ୍ଦର୍ ଭାବେ ଉପସ୍ଥାପିତ କରିଥିଲେ। ଇଂରାଜୀ ବିଭାଗ ର ମୁଖ୍ୟ ଶ୍ରୀମତୀ ସ୍ଵପ୍ନିତା ରାଉତ ସେମିନାର ବିବରଣୀ ପାଠ କରିଥିଲେ ।ସର୍ବଶେଷରେ ଅଧ୍ୟାପିକା ଅର୍ଚ୍ଚିତା ମହାମାନ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

କାମାକ୍ଷାନଗର ଇପିଏ ରାଜ କିଶୋର ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *