October 22, 2024
Home » ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ମହାଘୋଟାଲା ଦୃନୀତି ମହାନାୟକ ସି.ଆର.ସି.ସି*

ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ମହାଘୋଟାଲା ଦୃନୀତି ମହାନାୟକ ସି.ଆର.ସି.ସି*

0

 

ତିର୍ତ୍ତୋଲ:- ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ କାଯ୍ୟାଳୟରେ ସରକାର ଙ୍କ ଅନୁଦାନ ଚାଳୁଥିବା କାଯ୍ୟକ୍ରମ ରେ ମହା ଘୋଟାଲା ସରକାର ଙ୍କ ନୀତି ନିୟମ କୁ ଜଳାଞ୍ଜଳୀ ଦେଇ ଯେନେତେନେ ପ୍ରକାର ସରକାର ଙ୍କ କାଯ୍ୟକ୍ରମ କୁ ପରିଚାଳନା କରି ଅର୍ଥ ଆତ୍ମସାତ କରିବା ମୂଳଲକ୍ଷ୍ୟ ବୋଲି ଚର୍ଚ୍ଚା ଜୋର ଧରିଛି।ଏଥିରେ କାର୍ପଟଦାର ସାଜିଛନ୍ତି ଦୀର୍ଘ ଦିନରୁ ଆସ୍ଥାନ ଜମାଇ ବସିଥିବା କିଛି ସି.ଆର.ସି.ସି। ବିଇଓ ଙ୍କ ପକେଟ ଗରମ କରି ଚାବି ଦିଆ କଣ୍ଢେଇ ସଜେଇ ରଖିଛନ୍ତି | ଅନୁସନ୍ଧାନରୁ ଜଣାପଡ଼ିଛି CWSN କାର୍ଯ୍ୟକ୍ରମ ମଣ୍ଡଳ ଅନ୍ତନିବେଶୀ ଶିକ୍ଷା ସାଧନ କେନ୍ଦ୍ର children with special neels(Block level sport for CWSN) ୨୦୨୩-୨୦୨୪ ର କାର୍ଯ୍ୟକ୍ରମ ତା.୧୬.୦୭.୨୦୨୪ ରିଖ ଦିନ ହୋଇଥିଲା । ଯାହା ନିୟମ ଧାରା ୩ ଡ଼ିସେମ୍ବର ଅନ୍ତଜାତୀୟ ଭିନକ୍ଷମ ଦିବସ ପୂର୍ବରୁ ଏହି କାର୍ଯ୍ୟକ୍ରମ ସମାପନ ହେବାକଥା | କେଉଁ ଉଦ୍ଦେଶ୍ୟରେ ନିର୍ଧାରିତ ସମୟ ରେ ଆୟୋଜିତ ହେଲାନାହିଁ, ଯାହାକୁ ନେଇ ଏକ ପ୍ରଶ୍ନବାଚି ସୃଷ୍ଟି ହୋଇଛି |ଉକ୍ତ କାର୍ଯ୍ୟକ୍ରମ ପାଇଁ ଥିବା ଅନୁଦାନ କାର୍ଯ୍ୟକ୍ରମ ଆୟୋଜନ ନହୋଇ ଅଗ୍ରିମ ଆକାରରେ ସି.ଆର.ସି.ସି ଙ୍କ ଆକାଉଣ୍ଟ କୁ ଯାଇଛି ଯାହାର ରସିଦ ନଂ – C03247268551 ତା ୨୭.୦୩.୨୦୨୪ ରିଖ ରେ ୩୫୦୦୦ ଟଙ୍କା ସି.ଆର.ସି.ସି ରଂଜନୀକାନ୍ତ ବେହେରା ଙ୍କ ବ୍ୟତିଗତ ସଞ୍ଚୟ ଖାତା କୁ ଯାଇଛି ।ଏହା ସରକାର ଙ୍କ ନିୟମ ବିରୁଦ୍ଧ ହୋଇଥିଲେ ସୁଦ୍ଧା ଏହି ଅର୍ଥ କାହିଁକି ଏବଂ କାହା ନିର୍ଦ୍ଧେଶରେ ସି.ଆର.ସି.ସି ଙ୍କ ଆକାଉଣ୍ଟ କୁ ଗଲା ଏହାର ବିଧିବଦ୍ଧ ତଦନ୍ତ କରାଗଲେ ସତ୍ୟାସତ୍ୟ ଜଣାପଡିବ ବୋଲି ଚର୍ଚ୍ଚା ହେଉଛି । ଉକ୍ତ କାଯ୍ୟକ୍ରମ କୁ ମଣ୍ଡଳ ଶିକ୍ଷା ଅଧିକାରୀ ଓ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ପରିଚଳନା କରିବାର ନିର୍ଦ୍ଦେଶ ଥିଲେ ମଧ୍ୟ ଏହି ଦୁଇ ଅଧିକାରୀଙ୍କ ଅନୁପସ୍ଥିତିରେ ଆୟୋଜନ କରାଗଲା | ଦୁଇ ଜଣ ସି.ଆର.ସି.ସି ଏହି କାର୍ଯ୍ୟକ୍ରମ କୁ ପରିଚଳନା କରିବା କେତେଦୂର ଆଇନ ସନମତ ତାହା ତଦନ୍ତ ସପେକ୍ଷ୍ୟ | ତିର୍ତୋଲ ବ୍ଲକ ର ୨୯ ପଞ୍ଚାୟତ ର ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାତ୍ର ୨୨ ଜଣ ଙ୍କ ଉପସ୍ଥିତି ଚିନ୍ତାର କାରଣ ହୋଇଥିଲା ବେଳେ ଏଥିପାଇଁ ବ୍ଲକ ରିସର୍ଚ୍ଚ ଟ୍ରେନର ସ୍ୱର୍ଣ୍ଣପ୍ରଭା ନାୟକ,ପ୍ରଶାନ୍ତ ମଲ୍ଲିକ ଅଛନ୍ତି ।ଏହି କାଯ୍ୟକ୍ରମରେ ଚିତ୍ରାଙ୍କନ,ଗୀତ, ମ୍ୟୁଜିକ୍ ଚେୟାର,ସାଧାରଣଜ୍ଞାନ ପାଇଁ ପ୍ରତିଯୋଗିତା ହୋଇଥିଲା। ଏହାର ଆୟୋଜକ ସାଜିଲେ ବିଚାରକ ଦୁଇ ଜଣ ସି.ଆର.ସି.ସି ବେଆଇନ ଭାବେ ବିଚାରକ ହେଲେ ତାହା ଛାତ୍ରଛାତ୍ରୀ ଓ ଅଭିଭାବକ ଙ୍କ ମଧ୍ୟରେ ଚର୍ଚ୍ଚା ର ବିଷୟ ପାଲଟିଛି ।ଶ୍ରେଣୀ ଗୃହରେ ମ୍ୟୁଜିକ୍ ଚେୟାର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ହୋଇ ପ୍ରତିଦ୍ବଦ୍ଦିତା ହୋଇଥିଲା ।ପ୍ରତିଯୋଗିତା କୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। (ଖଜୁରୀ ଗଛ ର କି ଗୁଣ ଗାଇବି ମୂଳ ରୁ ପାହାଚ ପରି) କୋମଳ ମତି ଛାତ୍ରଛାତ୍ରୀ ମାନଙ୍କୁ ୫ ଟଙ୍କିଆ ବିସ୍କୁଟ ଓ ମଧ୍ୟାନ୍ନ ଭୋଜନ ଅତି ନିମ୍ନମାନ ର ହୋଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିବା ନିୟମ ଥିଲେ ମଧ୍ୟ କଣ ପାଇଁ ପୁରସ୍କାର ଦିଆଗଲା ନାହିଁ। ନିମ୍ନମାନ ର ପୋଷାକ ବିତରଣ,ଛାତ୍ରଛାତ୍ରୀ ଙ୍କ ଗସ୍ତ ଖର୍ଚ୍ଚ ବାବଦକୁ ମୁଣ୍ଡ ପିଛା ୫୦ ଟଙ୍କା ବଣ୍ଟନ କରାଯାଇଥିଲା। ଏହି ଅର୍ଥକୁ ସି.ଆର.ସି.ସି ରଂଜନୀକାନ୍ତ ବେହେରା ବାଣ୍ଟିଥିଲେ । ଏହି ଅର୍ଥକୁ ବାଣ୍ଟିବା ପାଇଁ କିଏ ନିର୍ଦେଶ ଦେଇଥିଲା ଏ ବିଷୟ ରେ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କୁ ପଚାରିବାରୁ ତାଙ୍କର ଉତ୍ତର ଥିଲା, ମୁଁ ଅନୁପସ୍ଥିତ ଅଛି ଅଫିସ ଗଲେ କଣ ହୋଇଛି ବୁଝିକି ଜଣେଇବି | ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କୁ ଅଫିସିରେ ଭେଟିବା ପରେ ସେ ତାଙ୍କ ପ୍ରତି କ୍ରିୟାରେ କହିଛନ୍ତି ଆମ ଅଫିସି ରେ ଥିବା ବି ଆର ସି ବିଷ୍ଣୁ ପ୍ରିୟା ଦଳାଇ ନିଜର ସ୍ୱାର୍ଥ ପାଇଁ ଏସବୁ କରାଉ ଛନ୍ତି ସେ ଅଫିସିରେ ସଦାବେଳେ ଅନୁପସ୍ଥିତିରେ ରହୁଛନ୍ତି କିଛି ଅଫିସି କାମ କରୁନାହାନ୍ତି ଚକ୍ରାନ୍ତ କରି ମିଡ଼ିଆ ରେ ମୋତେ ବଦନାମ କରିବା ନିମନ୍ତେ ଏସବୁ କରୁଛନ୍ତି ମାତ୍ର ଏହି କାର୍ଯ୍ୟକ୍ରମ ଆୟୋଜନ କିଭଳି କରାଗଲା ଏହାକୁ ଉଚ୍ଚସ୍ତରୀୟ ତଦନ୍ତ ପରିସରଭୁକ୍ତ କରାଗଲେ ସତ୍ୟାସତ ଜଣାପଡିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି |

ତିର୍ତୋଲ ଇପିଏରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇଷ୍ଟର୍ଣ ପ୍ରେସ ଏଜେନସି (ଇ ପି ଏ ନିଉଜ )

Leave a Reply

Your email address will not be published. Required fields are marked *