November 13, 2025
Home » ମଣ୍ଡେଇ ମହୋତ୍ସବ ୨୦୨୫ ଉପଲକ୍ଷେ ସାଂସ୍କୃତିକ ଦଳ ଚୟନ କମିଟି ବୈଠକ

ମଣ୍ଡେଇ ମହୋତ୍ସବ ୨୦୨୫ ଉପଲକ୍ଷେ ସାଂସ୍କୃତିକ ଦଳ ଚୟନ କମିଟି ବୈଠକ

0
WhatsApp Image 2025-10-31 at 7.52.13 PM

 

ନବରଙ୍ଗପୁର ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଗତକାଲି ତା.୩୦.୧୦.୨୦୨୫ ସନ୍ଧ୍ୟା ୫.୩୦ ଘଣ୍ଟା ସମୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷ ଠାରେ ମଣ୍ଡେଇ ମହୋତ୍ସବ ୨୦୨୫ ସାଂସ୍କୃତିକ ଦଳ ଚୟନ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ହେବାକୁଥିବା ମଣ୍ଡେଇ ୨୦୨୫ ର ମୁଖ୍ୟ ଉତ୍ସବ ତା.୧୨.୧୨.୨୦୨୫ ରୁ ତା.୧୪.୧୨.୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ଆଲୋଚନା କରାଯାଇଥିଲା। କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ତପନ କୁମାର ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମଣ୍ଡେଇ ମହୋତ୍ସବର ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ଦିନ ସାଂସ୍କୃତିକ ସନ୍ଧ୍ୟାରେ ଜିଲ୍ଲା ଓ ଜିଲ୍ଲା ବାହାରରୁ ଆମନ୍ତ୍ରିତ ସାଂସ୍କୃତିକ ଦଳମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ପାଇଁ ଆଲୋଚନା କରିଥିଲେ l ଜିଲ୍ଲାର ୧୦ ଟି ବ୍ଲକ୍ ରୁ ସାଂସ୍କୃତିକ ଦଳ ପ୍ରେରଣ ନିମନ୍ତେ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହଯୋଗରେ ଶ୍ରେଷ୍ଠ ଦଳ ଚୟନ କରି ସାଂସ୍କୃତିକ ଦଳ ଚୟନ କମିଟି ନିକଟକୁ ପ୍ରେରଣ କରିବା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସମୟ ସର୍ବାଧିକ ୭ ମିନିଟ ରଖିବା ପାଇଁ ଉପସ୍ଥିତ ସଭ୍ୟ/ସଭ୍ୟାମାନେ ସମ୍ମତି ପ୍ରକାଶ କରିଥିଲେ । ଏହି ମହୋତ୍ସବର ମୁଖ୍ୟ ତିନି ଦିନରେ ମାଲକାନଗିରି, କୋରାପୁଟ, ରାୟଗଡା, ମୟୂରଭଞ୍ଜ, ଗଞ୍ଜାମ, କଳାହାଣ୍ଡି, ବଲାଙ୍ଗୀର, ବରଗଡ ଓ ପୁରୀ ଜିଲ୍ଲା ର ଲୋକନୃତ୍ୟ ଏବଂ ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଆସାମ ଓ କେରଳ ପ୍ରମୁଖ ରାଜ୍ୟର ପାରମ୍ପରିକ ନୃତ୍ୟଦଳ ଗୁଡିକୁ ସ୍ଥାନିତ କରାଯିବା ନିମନ୍ତେ ଆଲୋଚନା ସହ ଏହାର ଅନ୍ତିମ ନିଷ୍ପତ୍ତି ଆଗାମୀ ବୈଠକରେ ନେବା ନିମନ୍ତେ ସମସ୍ତେ ମତ ଉପସ୍ଥାପନ କରିଥିଲେ ।

ମଣ୍ଡେଇ ମହୋତ୍ସବ ରେ ଅହୋରାତ୍ର ନାଟକ ପାଇଁ ୫ ଦିନ ପରିବେଷଣ ପାଇଁ ସମସ୍ତ ଦାୟିତ୍ୱ ଶ୍ରୀ କାର୍ତ୍ତିକ ଭତ୍ରା,ଉପ ସଭାପତି , ଜିଲ୍ଲା କଳା ସଂସ୍କୃତି ସଂଘଙ୍କୁ ସର୍ବ ସମ୍ମତିକ୍ରମେ ଦିଆଯାଇଛି। ମଣ୍ଡେଇ ମହୋତ୍ସବରେ ପ୍ରାରମ୍ୱିକ ସଙ୍ଗୀତ ପାଇଁ ନୂତନ ମଣ୍ଡେଇ ସଙ୍ଗୀତ ପ୍ରସ୍ତୁତ କରାଯିବା ସହ କୌଣସି ଗୀତ ବା ପରିବେଷଣ ପୁନଃ ହେବ ନାହିଁ। କୌଣସି ଏକକ ନୃତ୍ୟ , ଲେଜର୍ ସୋ ବାରଣ କରାଯିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ) ଶ୍ ବିଶ୍ୱଜିତ୍ ବର୍ମନ୍ ଙ୍କ ପରାମର୍ଶକୁ ସର୍ବ ସମ୍ମତି କ୍ରମେ ସ୍ଥିର କରାଗଲା । ଏହି ବୈଠକ କୁ ଆବାହକ -ତଥା – ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଘାସିରାମ ହରିଜନ ପରିଚାଳନା କରିବା ସହ ସାଂସ୍କୃତିକ ଦଳ ଚୟନ କମିଟିର ଅନ୍ୟାନ୍ୟ ସଦସ୍ୟ ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ ମନୋଜ କୁମାର ବେହେରା , ଜିଲ୍ଲା ଜରୁରି କାଳୀନ ବିଭାଗ ପ୍ରୋଗ୍ରାମ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ ଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଭିନେତା , ନୃତ୍ୟ ଗୁରୁ , ସଙ୍ଗୀତ ଗୁରୁ ଯଥା – ମନୋଜ କୁମାର ପଟ୍ଟନାୟକ , ଦୁର୍ଗା ପ୍ରସାଦ ପାଢ଼ୀ , ସୁରେଶ ମିଶ୍ର , ଶମ୍ଭୁ ପ୍ରସାଦ ହୋତା , ଦିଲ୍ଲୀପ କୁମାର ହୋତା, ଦେବଦାସ ମହାଙ୍କୁଡ଼ , ରାଜେନ୍ଦ୍ର ନାଥ ଦୁଲାରି, ଅଶୋକ ମହନ୍ତ, ଶ୍ରୀ କାର୍ତ୍ତିକ ଭତ୍ରା, ବାଲାଜୀ କିଶୋର ରାୟ , ଟି. ନିବେଦିତା , ଫାଲଗୁନୀ ପାତ୍ର , କାଳୀକିଙ୍କର ପଟ୍ଟନାୟକ , ଯୁଗଳ କିଶୋର ତ୍ରିପାଠୀ ପ୍ରମୁଖ ଆଦି ଯୋଗ ଦେଇ ନିଜ ନିଜ ମୂଲ୍ୟବାନ ମତ ଦେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଉପସ୍ଥିତ ସମସ୍ତ ସଭ୍ୟ ଓ ସଭ୍ୟାଙ୍କୁ ଧନ୍ୟବାଦ୍ ଅର୍ପଣ କରି ବୈଠକ ଶେଷ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କନିଷ୍ଠ ସହାୟକ ଆତ୍ମପ୍ରକାଶ ସାହୁ ଏବଂ ସହଯୋଗୀ କର୍ମଚାରୀ ଏ. ସନ୍ତୋଷ କୁମାର ପ୍ରମୁଖ ସହଯୋଗ କରିଥିଲେ।
ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *