July 4, 2025
Home » ମତ୍ସ୍ୟସମ୍ପଦ ର ଅଭିବୃଦ୍ଧି କ୍ଷେତ୍ରରେ ପ୍ରାକ୍ତନ୍ ଛାତ୍ରଛାତ୍ରୀଙ୍କର ଭୂମିକା ଏକ ସ୍ବତନ୍ତ୍ର ପରିଚୟ !

ମତ୍ସ୍ୟସମ୍ପଦ ର ଅଭିବୃଦ୍ଧି କ୍ଷେତ୍ରରେ ପ୍ରାକ୍ତନ୍ ଛାତ୍ରଛାତ୍ରୀଙ୍କର ଭୂମିକା ଏକ ସ୍ବତନ୍ତ୍ର ପରିଚୟ !

0
WhatsApp Image 2025-03-28 at 5.06.56 PM (1)

ମତ୍ସ୍ୟସମ୍ପଦ ର ଅଭିବୃଦ୍ଧି ନେଇ ଆଲୁମିନ୍ ମିଟ୍-୨୦୨୫ ଆୟୋଜିତ !
ଛତ୍ରପୁର: ମତ୍ସ୍ୟସମ୍ପଦ ର ଅଭିବୃଦ୍ଧି କ୍ଷେତ୍ରରେ ବ୍ରହ୍ମପୁର ସ୍ଥିତ ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ର ପ୍ରାକ୍ତନ୍ ଛାତ୍ରଛାତ୍ରୀଙ୍କର ଭୂମିକା ଏକ ସ୍ବତନ୍ତ୍ର ସ୍ଥାନ ଓ ପରିଚୟ ସୃଷ୍ଟି କରିପାରିଛି ବୋଲି ମୁଖ୍ୟଅତିଥି ଭାବେ ଯୋଗଦେଇ ଫିସେରୀ କଲେଜ୍ ର ପ୍ରତିଷ୍ଠାତା ନିର୍ଦ୍ଦେଶକ ପ୍ରଫେସର୍ ପି.ସି. ଥମାସ୍ କହିଛନ୍ତି ।
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ସୌଜନ୍ୟରେ ତଥା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ର ଆଲୁମିନ୍ ମହାସଂଘ (ଓଡ଼ିଶା) ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ର ଆଲୁମିନଟ୍ ତଥା ଦକ୍ଷତା ବୃଦ୍ଧି କର୍ମଶାଳା ଗତ ରବିବାର କଲେଜ୍ ଡିନ୍ ପ୍ରଫେସର୍ ସନ୍ତୋଷ କୁମାର ଉଦଗାତା ଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ଗଣ୍ୟମାନ୍ୟ ଅବସରପ୍ରାପ୍ତ ପ୍ରଫେସର୍, ଅଭିଜ୍ଞ ସମ୍ପନ୍ନ ବ୍ୟକ୍ତି ବିଶେଷ୍ୟ ଏବଂ ଶତାଧିକ ପୂରାତନ ଛାତ୍ରଛାତ୍ରୀ, ୨ଶହ ରୁ ଉର୍ଦ୍ଧ୍ବ ଅଧ୍ୟୟନରତ ଛାତ୍ର ଛାତ୍ରୀଙ୍କ ର ଏକ ଦକ୍ଷତା ଭିତ୍ତିକ ସମ୍ମେଳନ ଅନୁଷ୍ଠିତ ହୋଇଥିଲା ।


ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ର ପ୍ରାକ୍ତନ୍ ଛାତ୍ରଛାତ୍ରୀମାନେ ମତ୍ସ୍ୟଚାଷୀମାନଙ୍କୁ ସ୍ବାବଲମ୍ବୀ କରାଇବା ସାଂଗକୁ ନିଜେ ନିଜେ ଜଣେ ଜଣେ ବଡ଼ ବ୍ୟବସାୟୀ ତଥା ନିଜେ ସ୍ବାବଲମ୍ବୀ ହୋଇ ଜଣେ ଜଣେ ସଫଳ ଉଦ୍ୟୋଗୀ ହୋଇ ପାରିଛନ୍ତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଏହା ଯେ’ ପୂରାତନ ଛାତ୍ରଛାତ୍ରୀ ଙ୍କ ର ଦକ୍ଷତା ପ୍ରତିପାଦନ ଏବଂ ଭୂମିକା ମଧ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ହୋଇପାରିଛି ବୋଲି ମଧ୍ୟ ମତପ୍ରକାଶ ପାଇଛି ।
ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଛାତ୍ର ସଂଘ ର ସଭାପତି ମାନସ ରଞ୍ଜନ ମହାନ୍ତି , ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡ (ହାଇଦ୍ରାବାଦ) ର ମୁଖ୍ୟ କାର୍ଯ୍ଯନିର୍ବାହୀ ଡ଼ଃ. ବିଜୟ କୁମାର ବେହେରା, ହାଇଦ୍ରାବାଦ ସ୍ଥିତ ଅଭାନ୍ତି ଫିଡ୍ସ ଲିଃ. (ଯାନ୍ତ୍ରିକ ଓ ବଜାର) ର ସାଧାରଣ ପରିଚାଳକ ଶ୍ରୀନିବାସ ମହାନ୍ତି ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଏହାର ତାତ୍ପର୍ଯ୍ୟ ବୁଝାଇ ଥିଲେ ।

ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା କର୍ମଶାଳାରେ ପ୍ରାକ୍ତନ ଛାତ୍ର ଶ୍ରୀ ରମାକାନ୍ତ ନାୟକ, ପ୍ରଫେସର୍ ଜୟ ପ୍ରକାଶ ସାହୁ ଏବଂ ପ୍ରାକ୍ତନ ତଥା ଅବସରପ୍ରାପ୍ତ ଅଧ୍ୟାପକ ଗଣ ଯୋଗଦେଇ ଖୁବ୍ ପରିଶ୍ରମ କଲେ ଜଣେ ସଫଳତା ର ପାହାଚରେ ପହଞ୍ଚି ପାରିବ ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ସମ୍ପାଦକ ତଥା ସହକାରୀ ପ୍ରଫେସର ଡ଼ଃ. ମନୋଜ କୁମାର ତ୍ରିପାଠୀ, ଅଧ୍ୟାପକ ଡ଼ଃ. ଧରିତ୍ରୀ ଚୌଧୁରୀ ଏହି କାର୍ଯ୍ୟକ୍ରମ କୁ ସଂଯୋଜନା ଓ ପରିଚାଳନା କରିଥିଲେ । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *