November 23, 2025
Home » ମଦମୁକ୍ତି ଯୁବ ବାହିନୀ ପକ୍ଷରୁ ନବକୃଷ୍ଣ ଚୌଧୁରୀ ଜୟନ୍ତୀ ପାଳିତ

ମଦମୁକ୍ତି ଯୁବ ବାହିନୀ ପକ୍ଷରୁ ନବକୃଷ୍ଣ ଚୌଧୁରୀ ଜୟନ୍ତୀ ପାଳିତ

0
WhatsApp Image 2025-11-23 at 3.00.48 PM

 ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ସଦର ମହକୁମା ସ୍ଥିତ କୋଶଲ ଆବାସିକ ବିଦ୍ୟାଳୟ ରେ ଆଜି ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି l ବରିଷ୍ଠ ସାମ୍ବାଦିକ ପିତାମ୍ବର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ନବ ବାବୁ ଙ୍କ ଫୋଟଚିତ୍ର ରେ ପୁଷ୍ପମାଲ୍ୟ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ନିଶା ଠାରୁ ଛାତ୍ର ଛାତ୍ରୀ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେ l ଅନ୍ୟତମ ଅତିଥି ସଞ୍ଜୟ ସାହୁ ନିଶା ଜନିତ ମୃତ୍ୟୁ ଓ ବିଭିନ୍ନ ରୋଗ କାରଣ ବୋଲି ଉପସ୍ଥାପନା କରିଥିଲେ l ମଦ ମୁକ୍ତି ଯୁବବାହିନୀ ର ଜିଲ୍ଲା ସଂଯୋଜକ ସୁଦାମ ଗାଈଗରିଆ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଙ୍କ ଜୀବନି ବିଷୟରେ ଆଲୋଚନା କରିବା ସହ ଓଡ଼ିଶା ରେ ସମ୍ପୂର୍ଣ୍ଣ ନିଶା ନିବାରଣ ଆଇନ ଲାଗୁ କରିବା ମଦ ମୁକ୍ତି ଯୁବ ବାହିନୀ ର ସଂକଳ୍ପ ବୋଲି ଉପସ୍ଥାପନା କରିଥିଲେ l ଏଥିରେ 200 ଛାତ୍ର ଛାତ୍ରୀ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *