November 28, 2025
Home » ମଦର୍ସ ଗ୍ରେସ ପବ୍ଲିକ ସ୍କୁଲ ରେ ବିଜ୍ଞାନ ମେଳା

ମଦର୍ସ ଗ୍ରେସ ପବ୍ଲିକ ସ୍କୁଲ ରେ ବିଜ୍ଞାନ ମେଳା

0
nara-school-science

ମଦର୍ସ ଗ୍ରେସ ପବ୍ଲିକ ସ୍କୁଲ ରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବିଜ୍ଞାନ ମେଳାକୁ ନିମନ୍ତ୍ରିତ ଅତିଥି ଭାବେ ଶ୍ରୀମତୀ ରଶ୍ମିତା କୁମାରୀ ପାଢ଼ୀ (E.T.E.I Principal) ଉଦ୍ଘାଟନ କରିଥିଲେ। ଆମ୍ଭ ସ୍କୁଲ ର ନର୍ସରୀ ଠାରୁ ନବମ ଶ୍ରେଣୀ ଛାତ୍ର ଛାତ୍ରୀ ମାନେ ପ୍ରାୟ ୭୮ ଟି ବିଜ୍ଞାନ ପ୍ରକଳ୍ପ କୁ ପ୍ରଦର୍ଶିତ କରିଥିଲେ।

ନିମନ୍ତ୍ରିତ ଅତିଥି ପିଲାମାନଙ୍କୁ ବିଜ୍ଞାନ ବିଷୟ ଭିତ୍ତିକ ଜ୍ଞାନ କୁ ସୁଦୃଢ ଏବଂ ଆଗକୁ ସୁନ୍ଦର ଭବିଷ୍ୟତ ଗଠନ କରିବା ପାଇଁ ଉତ୍ସାହିତ କରିଥିଲେ ମଦର୍ସ ଗ୍ରେସ ପବ୍ଲିକ ସ୍କୁଲ ର ଚେୟାରମେନ ଶ୍ରୀ ଧର୍ମେନ୍ଦ୍ର ପାଢ଼ୀ, ସେକ୍ରେଟାରୀ ଶ୍ରୀମତୀ ଲିଲି ପାଢ଼ୀ, ପ୍ରିନ୍ସପାଲ ରବୀନ୍ଦ୍ରନାଥ ବେହେରା ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଭାଗ ନେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ଉକ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ କରିଥିବାରୁ ବିଦ୍ୟାଳୟର ସେକ୍ରେଟାରୀ ଧନ୍ୟବାଦ ଅର୍ପଣ କରିବା ସହ ସହଯୋଗ କାମନା କରିଛନ୍ତି।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *