November 19, 2025
Home » ମଦର ଆବାସିକ ବିଦ୍ୟାଳୟ ଓ କଳାପରିଷଦର ୧୯ ତମ ବାର୍ଷିକ ଉତ୍ସବ ଏବଂ ଶିଶୁ ଦିବସ ୨୦୨୫ ପାଳିତ

ମଦର ଆବାସିକ ବିଦ୍ୟାଳୟ ଓ କଳାପରିଷଦର ୧୯ ତମ ବାର୍ଷିକ ଉତ୍ସବ ଏବଂ ଶିଶୁ ଦିବସ ୨୦୨୫ ପାଳିତ

0
unnamed
ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ପାଣିପଇଲାସ୍ଥ ମଦର ଆବାସିକ ବିଦ୍ୟାଳୟ ଓ କଳା ପରିଷଦର ୧୯ତମ ବାର୍ଷିକୋତ୍ସବ ସହିତ ଶିଶୁ ଦିବସ ୨୦୨୫ ନିଜସ୍ଵ ବିଦ୍ୟାଳୟ ପ୍ରାଙ୍ଗଣରେ ବିଦ୍ୟାଳୟର ସଭାପତି ଚକ୍ରଧର ମାହାଳିଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି ।ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ସୁପରଟେଣ୍ଡିଂ ଇଞ୍ଜିନିୟର ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାପାତ୍ର ଟାଟା ବିଦ୍ୟୁତ୍ ବିଭାଗ ନୟାଗଡ ,ମୁଖ୍ୟ ବକ୍ତା ଭାବେ ଶ୍ରୀମତୀ ଅଞ୍ଜଳି ମଚ୍ଛଖଣ୍ଡ ଆଇନ ସେବା ପ୍ରାଧିକରଣ ଅଧିକାରୀ ନୟାଗଡ ,ସମ୍ମାନୀତ ଅତିଥିଭାବେ ଶ୍ରୀଯୁକ୍ତ ଶୀବିୟନ୍ ପ୍ରଧାନ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନୟାଗଡ ,ଶ୍ରୀଯୁକ୍ତ କିଶୋର ଛନ୍ଦ୍ର ମହାପାତ୍ର ଅଧ୍ୟକ୍ଷ ଶିଶୁ ମଙ୍ଗଳ ସମିତି ନୟାଗଡ ,ଅମିତ୍ କୁମାର ସାହୁ ସମାଜସେବୀ ଦଶପଲ୍ଲା ଓ ବିଦ୍ୟାଳୟର ମୁଖ୍ୟ ତଥା ସଂପାଦକ ପ୍ରଭାସିନୀ ନନ୍ଦ ଯୋଗ ଦେଇଥିଲେ ।

ପ୍ରଥମେ ଅତିଥିମାନେ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିରେ ଦୀପ ଧୂପ ପୁଷ୍ପମାଲ୍ୟ ଅର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।ବିଦ୍ୟାଳୟର ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିବାପରେ ମଞ୍ଚାସିନ ଅତିଥି ମାନଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଅର୍ପଣ କରି ସମ୍ବର୍ଦ୍ଧିତ କରାଯାଇଥିଲା ।ସମ୍ପାଦକ ପ୍ରଭାସିନୀ ନନ୍ଦ ବାର୍ଷିକ ବିବରଣୀ ପାଠ କରିବା ସହିତ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ କମଳ ଲୋଚନ ମହାପାତ୍ରଙ୍କ ଦ୍ଵାରା ଏହି ଆବାସିକ ବିଦ୍ୟାଳୟ ଆରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ କେତେ ସମସ୍ୟା ନେଇ ଗତି କରି ଚାଲିଛି ବିଶଦ ଭାବରେ ବର୍ଣ୍ଣନା କରିବାସହିତ ନିଜର ଦୁଃଖ କହିଲା ବେଳେ ଭାବ ବିହ୍ବଳ ହୋଇ ଉଠିଥିଲେ ।ଆଜି ବିଦ୍ୟାଳୟ ପ୍ରାୟ ୨୦୦ ପାଖାପାଖି ପିଲା ଯେତେବେଳେ ମୋତେ ମାଆ ବୋଲି ଡାକି ଦିଅନ୍ତି ,ସେତେବେଳେ ସବୁଦୁଃଖ ଓ ସମସ୍ୟାକୁ ମୁଁ ଭୁଲିଯାଏ ।

ମୋ ମନରେ ମାତୃତ୍ଵ ଜାଗୀଉଠେ ,ଆଗକୁ ମାଡ଼ିଚାଲେ ମୋ ପିଲା ମାନଙ୍କର ସବୁ କ୍ଷେତ୍ରରେ ଉନ୍ନତି ପାଇଁ ।ଆଜି ପବିତ୍ର ଶିଶୁ ଦିବସରେ ପ୍ରଭୁଙ୍କ ପାଖରେ ମୋ ପିଲା ମାନଙ୍କର ସର୍ବବିଧ ମଙ୍ଗଳ ହେଉବୋଲି ପ୍ରାର୍ଥନା କରିଥିଲେ ।ମୁଖ୍ୟ ବକ୍ତା ଭାବରେ ଆଇନ ସେବା ପ୍ରାଧିକରଣ ଅଧିକାରୀ ନୟାଗଡ ଶ୍ରୀମତୀ ଅଞ୍ଜଳୀ ମଚ୍ଛଖଣ୍ଡ ଏହି ଆବାସିକ ବିଦ୍ୟାଳୟ ଓ କଳା ପରିଷଦର ବାର୍ଷିକୋତ୍ସବ ଏବଂ ପବିତ୍ର ଶିଶୁ ଦିବସ ପାଳନରେ ଅଂଶ ଗ୍ରହଣ କରିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ବୋଲି କରିଥିଲେ ।ଆବାସିକ ବିଦ୍ୟାଳୟର ଛାତ୍ର /ଛାତ୍ରୀ ମାନଙ୍କର କଳା ପ୍ରଦର୍ଶନ ଦେଖି ବିମୋହିତ ହୋଇଥିଲେ ।ବିଦ୍ୟାଳୟର ମୁଖ୍ୟ ପ୍ରଭାସିନୀ ନନ୍ଦଙ୍କ କାର୍ଯ୍ୟକୁ ପ୍ରଶଂସା କରି ଯଶୋଦା ମାଆର ସ୍ୱରୂପ ବୋଲି ମତ ଦେଇଥିଲେ । ଶ୍ରୀମତୀ ମଚ୍ଛଖଣ୍ଡ ଏହି ପବିତ୍ର ଶିଶୁ ଦିବସରେ ବାର୍ତ୍ତା ଥିଲା – ସମ୍ବିଧାନ ଅନୁସାରେ ଅସହାୟ ପିଲାମାନଙ୍କର ଉନ୍ନତି ପାଇଁ ଯାହା ହୋଇପାରିବ ମୁଁ ନିଶ୍ଚିତ କରିବି ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।ଉପସ୍ଥିତ ସୁଧିବୃନ୍ଦଙ୍କୁ ମଧ୍ୟ ସଚେତନ କରାଇଥିଲେ ସମାଜରେ ଅସହାୟଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ଓ ଶିଶୁ ମାନଙ୍କର ସର୍ବ ମଙ୍ଗଳ କାମନା କରିଥିଲେ ।

ସମ୍ମାନୀତ ଅତିଥି ,ମୁଖ୍ୟ ଅତିଥି ବିଦ୍ୟାଳୟର ଛାତ୍ର/ଛାତ୍ରୀ ମାନଙ୍କର ଉନ୍ନତି କାମନା ସହିତ ,ଆଜିର ଶିଶୁ ଦେଶର ଭବିଷ୍ୟତ ବୋଲି ମତବ୍ୟକ୍ତ କରିଥିଲେ ।ଏହି ପବିତ୍ର ଶିଶୁ ଦିବସ ଉପଲକ୍ଷେ ଛାତ୍ର /ଛାତ୍ରୀ ମାନଙ୍କ ଦ୍ଵାରା ଡିବେଟ , ସଙ୍ଗୀତ ,ଚିତ୍ରାଙ୍କନ , ନୃତ୍ୟ ,ଖେଳ କୁଦ ଇତ୍ୟାଦି ପ୍ରତିଯୋଗିତା ହୋଇଥିଲା ।ସେଥିରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରୋସ୍କୃତ କରାଯାଇଥିଲା ।ବିଦ୍ୟାଳୟର ଛାତ୍ର/ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସଚେତନ ଧର୍ମୀ ନାଟକ ଭ୍ରୁଣ ହତ୍ୟା ପ୍ରଦର୍ଶନ ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା ।ମଞ୍ଚ ସଂଯୋଜନା କରିଥିଲେ ଜିତୁନ୍ ମହାପାତ୍ର ଓ ଅମର ଦିଗାଲ ।ପରିଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *