ମଦ୍ୟପାନ କରି ଖାକି ପୋଷାକରେ କଲାଦାଗ ଲଗାଇ ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ

ନୟାଗଡ଼: ନୟାଗଡ଼ ସଦର ଥାନାର ଦୁଇ ପୋଲିସ କର୍ମଚାରୀ ମଦ୍ୟପାନ କରି ରାଜରାସ୍ତାରେ ହଟ ହଟା ହୋଇଥିବା ଖବର ଜାଣି ନୟାଗଡ଼ ଏସ ପି ଏସ ସୁଶ୍ରୀ ଦୁଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । ନିଲମ୍ବିତ ପୋଲିସ କର୍ମଚାରୀ ହେଉଛନ୍ତି ନୟାଗଡ଼ ସଦରଥାନାର ଏସାଇ ପ୍ରବାସ ସବର ଏବଂ କନେଷ୍ଟବଳ ପ୍ରସନ୍ନ ପ୍ରଧାନ । ଦୁଇ ପୋଲିସ କର୍ମଚାରୀ ଗତ ଶନି ବାର ଦିନ ମଦ୍ୟପାନ କରି ରାଜ ରାସ୍ତାରେ ଲୋକଙ୍କୁ ଗାଳିଗୁଳଜ କରିଥିଲେ । ଦୁଇଜଣଙ୍କ ମଧ୍ୟରୁ ଜଣେ ବାଇକ ଉପରେ ବେହୋସ ହୋଇ ଶୋଇପଡିଥିବା ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଉଭୟ ପୋଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଇଥିଲେ ରାଜ୍ୟ ଗୃହ ବିଭାଗ । ତେଣୁ ନୟାଗଡ଼ SP ଏସ୍ ସୁଶ୍ରୀ ଉଭୟଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ଜଣାପଡିଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।