April 29, 2025
Home » ମଦ ବିକ୍ରି କରୁଥିବା ମହିଳା ସାମ୍ବାଦିକଙ୍କୁ ଆକ୍ରମଣ କଲା।

ମଦ ବିକ୍ରି କରୁଥିବା ମହିଳା ସାମ୍ବାଦିକଙ୍କୁ ଆକ୍ରମଣ କଲା।

0
WhatsApp Image 2025-04-26 at 6.53.05 AM

ଉପର ଲେବୁଲରେ ହାତ ଅଛି କେହି କିଛି କରି ପାରିବେନି ବୋଲି କହିଛି।

କେନ୍ଦୁଝର: ପାଟଣା ଅଞ୍ଚଳରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ପ୍ରତି ମଦ ବିକୁ ଥିବା ଜଣେ ମହିଳା ଆକ୍ରମଣ କରିଛି। ସୂଚନା ମିଳିଛି କି ପାଟଣା ବ୍ଲକ ଅନ୍ତର୍ଗତ ଗୁଳୁଦିପଶି ଗ୍ରାମର ସାମ୍ବାଦିକ ଦଶରଥ ବାରିକ, ପିତା – କୃପା ବାରିକ ପାଟଣା ଥାନାରେ ଏକ ଏତଲା ଦେଇ ଲେଖିଛନ୍ତି କି ସେ ଆଜି ଦିନ ୩ଟା ବେଳେ ସାଧୁପଡ଼ା ଛକରେ ନିଜ ମାଆଙ୍କୁ ବସରେ ଆସୁଥିବାରୁ ନେବାକୁ ଅପେକ୍ଷା କରିଥିଲେ। ସେ ଏରେଣ୍ଡେଇ ଗ୍ରାମର ଲଳିତ ଗିରିଙ୍କ କଥା ହେଉଥିବା ସମୟରେ ପାଟଣା ପଟୁ ନିଜ ମାଆଙ୍କ ସହ ସ୍କୁଟରରେ ଆସୁଥିବା ଏରେଣ୍ଡେଇ ଗ୍ରାମର ବିଦ୍ୟୁତ୍ ପ୍ରଭା ବେଜ,ପିତା – କ୍ଷୀରୋଦ ବେଜ ହଠାତ୍ ଗାଡିରୁ ଓହ୍ଲାଇ ପଡ଼ି ଦଶରଥଙ୍କୁ ଅଶ୍ଳୀଳ ଭାଷା କହି ନିଜ ମାଆ ସହ ମିଶି ଆକ୍ରମଣ କରିଥିଲା। କହୁଥିଲା ମଦ ବିକିବା ନିଉଜ କରିଥିଲୁ ଉପରେ ମୋର ହାତ ଅଛି ଦେଖି ନେବି କହିଥିଲା। ମାଆ ଝିଅ ମାର ପିଟ କଲା ବେଳେ ସାଧୁପଡ଼ା ଛକର ଅନେକ ଲୋକ ଦେଖିଛନ୍ତି ସେମାନେ ହସ୍ତକ୍ଷେପ କରିବାରୁ ଝଗଡ଼ା ବନ୍ଦ କରିଥିଲେ। ଉଲ୍ଲେଖଯୋଗ୍ୟ କି କିଛି ଦିନ ତଳେ ବିଦ୍ୟୁତ୍ ପ୍ରଭା ତେଜରାତି ଦୋକାନରେ ମଦ ବିକୁଥିବାର ଭିଡିଓ ଭାଇରାଲ ହୋଇ ନିଉଜ ହୋଇଥିଲା। ଏଥିରେ ମଦ ବିକ୍ରେତାଙ୍କ ମାନ ସମ୍ମାନ ହାନି ହେଲା ବୋଲି ଏହି ଆକ୍ରମଣ ହୋଇଥିଲା। ଏହି ଘଟଣା ପରେ ସାମ୍ବାଦିକ ଦଶରଥ ବାରିକ ପାଟଣା ଥାନାରେ ଏତଲା ଦେଇଛନ୍ତି। ପୋଲିସ ମଧ୍ୟ ଏହି ଅପରାଧୀ ମହିଳା ଦୁହିଁଙ୍କୁ ଗିରଫ କରିବ କହିଛି ଭାରତୀୟ ନ୍ୟାୟ ସଂହିତାର ଦଫା ନଂ ୨୯୬,୧୨୬(୨)୧୧୫(୨),୩୫୧(୪)୩(୫) ଦଫା ଲଗାଇ କେଶ୍ କରିଛି। ସାମ୍ବାଦିକଙ୍କ ପ୍ରତି ଏପରି ଆକ୍ରମଣକୁ ଇଣ୍ଡିଆନ୍ ଜର୍ଣ୍ଣାଲିଷ୍ଟ ୟୁନିଅନ ପକ୍ଷରୁ ସାମ୍ବାଦିକ ଦିଲୀପ କୁମାର ସାହୁ,ସିଦ୍ଧେଶ୍ୱର ସାହୁ ଓ ଶଶାଙ୍କ ନାଏକ ତୀବ୍ର ନିନ୍ଦା କରିଛନ୍ତି ପୋଲିସ ତୁରନ୍ତ ମଦ ବେପାରୀଙ୍କୁ ଗିରଫ କରି ଦଣ୍ଡ ଦେବାକୁ ଦାବି କରିଛନ୍ତି।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *