February 10, 2026
Home » ମଧୁସୂଦନ ପାର୍କରେ ମଧୁବାବୁଙ୍କ ଜୟନ୍ତୀ ପାଳିତ

ମଧୁସୂଦନ ପାର୍କରେ ମଧୁବାବୁଙ୍କ ଜୟନ୍ତୀ ପାଳିତ

0
WhatsApp Image 2025-04-30 at 3.39.53 PM

ଖଣ୍ଡଗିରି:- ପୋଖରୀପୁଟ ମଧୁସୂଦନ ପାର୍କରେ ଥିବା ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ପ୍ରଦାନ ପୂର୍ବକ ୧୭୮ ତମ ଜୟନ୍ତୀ ପାଳିତ ହୋଇଯାଇଛି।ଉକ୍ତ ପୂଜ୍ୟପୂଜା କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଅଶୋକ ଚନ୍ଦ୍ର ପଣ୍ଡା, ଆଇନ ଜିବୀ ସୁରେଶ ଚନ୍ଦ୍ର ବାରିକ୍, ବ୍ରଜବନ୍ଧୁ ପ୍ରଧାନ, ପୂର୍ବତନ କର୍ପୋରେଟର ହୃଦୟ ବଲ୍ଲଭ ସାମନ୍ତରାୟ , କବି ମାନଗୋବିନ୍ଦ ବାରିକ୍, ବଂଶୀଧର ପଣ୍ଡା ତଥା ଏମ୍.ଏସ୍ ପାର୍କ ମର୍ଣିଂ ୱାକର୍ସ ଏସୋସିଏସନ୍ ସଭାପତି ନିର୍ମଳ ଚନ୍ଦ୍ର ସାମଲ, ସମ୍ପାଦକ ଲକ୍ଷ୍ମୀ ନାରାୟଣ ପାଢ଼ୀ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସମେତ ପ୍ରବୀର୍ ମହାପାତ୍ର, ତରଣୀ ସେନ ନାୟକ, ପ୍ରଭାସ କୁମାର ଶତପଥୀ,ପଠାଣି ବେହେରା, ସୁଦର୍ଶନ ମହାଳିକ,ନାରାୟଣ କର ଆଦି ବହୁ ବରିଷ୍ଠ ନାଗରିକ ତଥା ବିଜୁ ଜନତା ଦଳ ଆଇନିଜୀବୀ ସାମୁଖ୍ୟର ଅନେକ ଆଇନଜୀବୀ ଯୋଗ ଦେଇ ମଧୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଭକ୍ତି ଅର୍ଘ୍ୟ ଅର୍ପଣ କରିଥିଲେ। ଭୁବନେଶ୍ୱର ବିଜୁ ଜନତା ଦଳ ଆଇନଜୀବୀ ସାମୁଖ୍ୟ ପକ୍ଷରୁ ଉକ୍ତ ଦିବସକୁ ଆଇନିଜୀବୀ ଦିବସ ଭାବେ ପାଳନ କରାଯାଇଥିଲା।

Leave a Reply

Your email address will not be published. Required fields are marked *