July 5, 2025
Home » ମଧୁସୂଦନ ପାର୍କରେ ହାସ୍ୟ ଦିବସ ପାଳିତ।

ମଧୁସୂଦନ ପାର୍କରେ ହାସ୍ୟ ଦିବସ ପାଳିତ।

0
WhatsApp Image 2025-05-05 at 11.06.58 PM

ଭୁବନେଶ୍ୱର : -ସ୍ଥାନୀୟ ପୋଖରୀପୁଟ୍ ମଧୁସୂଦନ ପାର୍କସ୍ଥିତ ଯୋଗ ମଣ୍ଡପରେ ୱାକାର୍ସ ଆସୋସିଏସନ୍ ପକ୍ଷରୁ ବରିଷ୍ଠ ସାମ୍ବାଦିକ, ପାକ୍ଷିକ ସମ୍ବାଦପତ୍ର ” ବିରଜା ଭୂମି”ର ସମ୍ପାଦକ ତଥା ପ୍ରାତଃ ଭ୍ରମଣକରୀ ସଂଘର ସଭାପତି ନିର୍ମଳ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ହାସ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରତ୍ୟେକ ମଣିଷର ସୁସ୍ଥ ରହିବାରେ ଯୋଗାଭ୍ୟାସ ବିଶେଷ କରି ହାସ୍ୟାସନର ଉପକାରିତା ଉପରେ ବିଶଦ ଭାବେ ଆଲୋଚନା କରିଥିଲେ। ହାସ୍ୟାସନ ମଣିଷ ମନକୁ ପ୍ରଫୁଲ୍ଲ ରଖିବା ସଙ୍ଗେ ସଙ୍ଗେ ରକ୍ତଚାପ ଓ ମଧୁମେହ ପରି ରୋଗ ନିରାକରଣ କରେ ବୋଲି ମତବ୍ୟକ୍ତ କରିଥିଲେ। ଏମ୍.ଏସ୍.ପାର୍କ ମର୍ଣ୍ଣିଙ୍ଗ ୱାକର୍ସ୍ ଏସୋସିଏସନ୍ ର ସମ୍ପାଦକ ଆଇନିଜୀବୀ ତଥା ଯୋଗଗୁରୁ ଲକ୍ଷ୍ମୀ ନାରାୟଣ ପାଢ଼ୀ ” ବିରଜା ଭୂମି ସମ୍ବାଦପତ୍ର” ସାହିତ୍ୟ ପୃଷ୍ଠାରେ ପାଠକ ମାନଙ୍କ ମନୋରଞ୍ଜନ ପାଇଁ ହାସ୍ୟରସ ସମ୍ବଳିତ ବ୍ୟଙ୍ଗ, ରମ୍ୟ ରଚନା ଆଦି ପ୍ରକାଶ କରିବା ପାଇଁ ସମ୍ପାଦକ ଶ୍ରୀ ସାମଲଙ୍କୁ ଅନୁରୋଧ କରିଥିଲେ।

ଏହି ଉତ୍ସବରେ ଲକ୍ଷ୍ମୀ ନାରାୟଣ ପାଢ଼ୀ ଓ ଏ. ମନୋଜ ରାଜୁଙ୍କ ଜନ୍ମ ଦିନ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଶିଶିର ଦାଶ, ଅଶୋକ ପ୍ରଧାନ,ପଠାଣି ବେହେରା, ପ୍ର. ବାଳକୃଷ୍ଣ, ସୁଦର୍ଶନ ମହାଳିକ, ସଞ୍ଜୀବ ସାହୁ, ଦଶରଥ ନନ୍ଦ, ବାଇଧର ପାତ୍ର, ତରଣୀ ସେନ ନାୟକ, ଅଭୟ ମହାପାତ୍ର, ହର୍ଷବର୍ଦ୍ଧନ ଉଦ୍ଗତା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କୃଷ୍ଣ ପ୍ରସାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *