July 5, 2025
Home » ମଧୁସୂଦନ ପାର୍କ ୱାକର୍ସ କ୍ଲବ୍ ର ଶୀତ ଉତ୍ସବ

ମଧୁସୂଦନ ପାର୍କ ୱାକର୍ସ କ୍ଲବ୍ ର ଶୀତ ଉତ୍ସବ

0
WhatsApp Image 2025-01-18 at 1.37.28 PM

ଭୁବନେଶ୍ୱର:-ପୋଖରୀପୁଟ ମଧୁସୂଦନ ପାର୍କ ୱାକାର୍ସ କ୍ଳବ୍ ଆନୁକୂଲ୍ୟରେ ଆୟୋଜିତ “ଶୀତ ଉତ୍ସବ” ବରିଷ୍ଠ ନାଗରିକ ନିର୍ମଳ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ସ୍ମୃତିତର୍ପଣ କରାଯିବା ସହ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପରସ୍ପର ସହିତ ସୁସମ୍ପର୍କ ସ୍ଥାପନ ହେବା ତଥା ମନ ବିନୋଦନର ସହାୟକ ହେବାପାଇଁ ପ୍ରତିବର୍ଷ ଏମିତି ଉତ୍ସଵ ପାଳନ କରାଯିବାର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ।ଉକ୍ତ ଉତ୍ସବର ନାମ “ସଙ୍ଗମ” ରଖିବା ପାଇଁ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ।

ମୁଖ୍ୟବକ୍ତା ଏକାମ୍ର ଭୁବନେଶ୍ୱରର ମାନ୍ୟବର ବିଧାୟକ ବାବୁ ସିଂ ଭୁବନେଶ୍ୱରର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ କବୟିତ୍ରୀ ସଂଯୁକ୍ତା ନାୟକଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା ଓ ଶିଶୁ ଲେଖକ ଆହ୍ବାନ ପଟ୍ଟନାୟଙ୍କ ଲିଖିତ “ଫାଇଭ୍ ଗୋଲ୍ଡେନ୍ ଆରୋଜ୍” ପୁସ୍ତକ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଅନ୍ୟତମ ଅତିଥି ଡାକ୍ତର ଶ୍ରୀକାନ୍ତ ଧର ତାଙ୍କ ସହଯୋଗୀ ମାନଙ୍କ ସହ ହୃଦ୍ ରୋଗ ସମ୍ପର୍କରେ ଉପସ୍ଥିତ ଲୋକ ମାନଙ୍କୁ ବିଶଦଃ ଭାବେ ବୁଝାଇ ଥିଲେ।ଏହି ଅବସରରେ ବରିଷ୍ଠ ନାଗରିକ,ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତ୍ତି ପ୍ରତିଯୋଗୀ ମାନଙ୍କୁ ସାଂସଦ ଶ୍ରୀମତୀ ଷଡଙ୍ଗୀ ଓ ବିଧାୟକ ଶ୍ରୀଯୁକ୍ତ ସିଂ ପୁରସ୍କୃତ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ଅନ୍ୟମାନଙ୍କ ମଧ୍ୟରେ ଦୁର୍ଯ୍ୟୋଧନ ଡାକୁଆ, ଡାକ୍ତର ଏସ୍.ଏନ୍.ସ୍ୱାଇଁ, ଶ୍ରୀମତୀ ଯଶୋଦା ପଟ୍ଟନାୟକ, ବାଲ୍ମୀକି ପାତ୍ର, ଲଳିତ ରାଉତ, ମହେନ୍ଦ୍ର କୁମାର ଜେନା ପ୍ରମୂଖ ପରିଚାଳନା କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ଦୀନବନ୍ଧୁ ଷଡଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ବିଷ୍ଣୁପ୍ରିୟା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *