ମଧୁ ସୁଦନ ପାର୍କ ରେ ଶ୍ରଦ୍ଧାଞ୍ଜଳୀ ସଭା

ଭୁବନେଶ୍ବର – ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ନୀରିହ ପର୍ଯ୍ୟଟକଙ୍କ ମୃତୁ ଘଟଣା କୁ ମଧୁସୂଦନ ପାର୍କ ପ୍ରାତଃ ଭ୍ରମଣ କାରୀ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ! ପୋଖରୀପୁଟ ମଧୁସୂଦନ ପାର୍କ ଯୋଗ ମଣ୍ଡପରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ସଭାପତି ନିର୍ମଳ ଚନ୍ଦ୍ର ସାମଲ ଅଧ୍ୟକ୍ଷତା କରିଥିଲେ ! ଜାମ୍ମୁ କାଶ୍ମୀରର ପହଲିଗାମ୍ ରେ ପ୍ରାଣ ହରାଇଥିବା ସମସ୍ତ ବ୍ଯକ୍ତିଙ୍କ ଅମର ଆତ୍ମାର ସଦ୍ ଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା ! ଜଘ ନ୍ୟ କାଣ୍ଡ ଘଟାଇଥିବା ଆତଙ୍କବାଦୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆବାହକ ରମେଶ ଚନ୍ଦ୍ର ପାତ୍ର, ନିରଞ୍ଜନ ସେନାପତି, ବାଇଧର ପାତ୍ର, ସୀମାଞ୍ଚଳ ପାଢି, ତରଣୀ ସେନ ନାୟକ, କୃଷ୍ଣ ପ୍ରସାଦ ଜେନା, ପ୍ରବୀର ମହାପାତ୍ର, ଅଭୟ ମହାପାତ୍ର ପ୍ରମୁଖ ଦାବି କରିଥିଲେ !