ମନମୁଣ୍ଡା କୁ ଏନ ଏ ସି ଘୋଷଣା କରିବାକୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ 12 ଘଣ୍ଟିଆ ମନମୁଣ୍ଡା ବନ୍ଦ ପାଳନ
ବୌଦ୍ଧ — ମନମୁଣ୍ଡା ରେ ଜୋର ଧରିଛି ଏନ ଏସି ଦାବି l ବୌଦ୍ଧ ଜିଲ୍ଲା ମନମୁଣ୍ଡା କୁ ଏନ ଏସି ଘୋଷଣା କରିବା ଦାବିରେ ଆଜି 12 ଘଣ୍ଟିଆ ବନ୍ଦ ଡାକରା ଦେଇଛି ମନମୁଣ୍ଡା ଏନଏ ସି କ୍ରିୟାନୁଷ୍ଠାନ କମିଟି l ପୂର୍ଵ ସରକାରଙ୍କ ସମୟରେ ମନମୁଣ୍ଡା କୁ ଏନ ଏ ସି କରିବା ପାଇଁ ଘୋଷଣା କରାଯାଇଥିଲା l ବର୍ତ୍ତମାନ ର ସରକାର କିଛିଦିନ ତଳେ ନୂତନ ଏନ ଏ ସି ତାଲିକା ପ୍ରକାଶ କରିଥିବା ବେଳେ ସେଥିରୁ ମନମୁଣ୍ଡା କୁ ବାଦ ଦିଆଯାଇଛି l ତେଣୁ ଏନ ଏସି ଦାବିରେ ଆଜି ମନମୁଣ୍ଡା 12 ଘଣ୍ଟିଆ ବନ୍ଦ ପାଳନ କରାଯାଉଛି l ତେବେ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଥିବା ବେଳେ ସମସ୍ତ ଯାନବାହାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ସ୍କୁଲ, କଲେଜ ବନ୍ଦ ରହିଛି l ସମ୍ବାଦ ଲେଖା ହେବା ପର୍ଯ୍ୟନ୍ତ କୌଣସି ଅପ୍ରିତିକାର ପରିସ୍ଥିତି ସୃଷ୍ଟି ହୋଇନଥିବା ସୂଚନା ମିଳିଛି l ବନ୍ଦ ର ପ୍ରଭାବ ରେ ସୋନପୁର-ବୌଦ୍ଧ 57 ନମ୍ବର ଜାତୀୟ ରାଜପଥରେ ଅନେକ ଗାଡି ଗୁଡିକ ଅଟକି ରହିଥିବା ଦେଖିବାକୁ ମିଳିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
