ମନରେଗା କାର୍ଯ୍ୟରେ JCB ମେସିନ କରୁଛି କାମ

ଦେଓଗଡ଼ ଜିଲ୍ଲା ଅନ୍ତର୍ଗତ ରିଆମାଳ ବ୍ଲକ ହେଡକ୍ୱାଟରରୁ ମାତ୍ର ଦେଢ଼ କିଲୋମିଟର ଦୂର,ଜାତୀୟ ରାଜପଥ କଡ଼ରେ ପୁଣି JCB, ଟ୍ରାକ୍ଟରରେ ଚାଲିଛି ମାଟି କାମ l ଅଣକୁଶଳି ଶ୍ରମିକଙ୍କ ହାତକୁ କାମ ଦେବା ନିମନ୍ତେ ପ୍ରଣୟନ ହୋଇଥିଲା
MGNREGA କିନ୍ତୁ ବୁଡ଼ିଦୋ ଗ୍ରାମ ପଞ୍ଚାୟତରେ ବାସ୍ତବ ଠାରୁ ଏହା ଦୂରରେ, ସଧାରଣ ଜନତାଙ୍କ ଅଭିଯୋଗକୁ ସରପଞ୍ଚ ସ୍ବାମୀ,GRS,PEO ଙ୍କ ବେଖାତିର, ବ୍ଲକ୍ ପ୍ରଶାସନ ନୀରବଦ୍ରଷ୍ଟା l କିଛିଦିନ ତଳେ ବୁଡ଼ିଡୋ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଈଶ୍ୱରପାଲି, ଝାରମୁଣ୍ଡା ଗ୍ରାମରେ ମେସିନରେ ଚାଲିଥିବା NREGA କାର୍ଯ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସତ୍ତ୍ବେ ବର୍ତମାନ ବୁଡିଡୋ ବସଷ୍ଟାଣ୍ଡ ସ୍ଥିତ କିସାନସାହି କଟାର ମାଟି କାମ ମେସିନ ଦ୍ବାରା ବେଧଡକ JCB ମେସିନ ସାହାଯ୍ୟରେ କାମ ଚାଲିଛି l ମନରେଗା ଯୋଜନାରେ ଜବ କାର୍ଡ ଧାରୀ ବଦଳରେ କାମ କରୁଛି JCB ମେସିନ ବ୍ଲକ ପ୍ରଶାସନ ଚୁପ୍।
ଦେଓଗଡ଼ ରୁ ଦେବାନନ୍ଦ ନାଏକ ଙ୍କ ଇପିଏ ନିୟୁଜ।