February 3, 2026
Home » ମର୍ଣ୍ଣିଂ ୱାକରସ୍ ଆସୋସିଏସନ ର ଶୀତ ଆସର

ମର୍ଣ୍ଣିଂ ୱାକରସ୍ ଆସୋସିଏସନ ର ଶୀତ ଆସର

0
WhatsApp Image 2025-12-13 at 5.46.35 PM

ଭୁବନେଶ୍ବର- ମର୍ଣ୍ଣିଂ ୱାକରସ୍ ଆସୋସିଏସନ ର ୧୫ ତମ ଶୀତ ଆସର ଅନନ୍ତ ବିହାର ଠାରେ ବରିଷ୍ଠ ସାମ୍ବାଦିକ ନିର୍ମଳ ଚନ୍ଦ୍ର ସାମଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଜଯୋଗୀନି କମଳେଶ୍ ଓ ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଙ୍କ ପରଲୋକରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସମ୍ପାଦକ ଆଡଭୋକେଟ ଲକ୍ଷ୍ମୀନାରାୟଣ ପାଢୀ ପ୍ରାରମ୍ଭିକ ସୂଚନା ଦେଇ ସଂଗଠନକୁ ସୁଦୃଢ କରିବାକୁ କେତେକ ପ୍ରସ୍ତାବ ଦେଇଥିଲେ। ଉପଦେଷ୍ଠା ପଠାଣି ବେହେରା କେତେକ ସଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତାବ ଦେଇଥିଲେ। ପଣ୍ଡିତ ପ୍ରବୀର ମହାପାତ୍ର ଶ୍ଲୋକ ଆବୃତ୍ତି କରିଥିଲେ। ସଭାପତି ଶ୍ରୀ ସାମଲ ନିଶା ନିବାରଣ, ପରିବେଶ ସୁରକ୍ଷା ଓ ବୃକ୍ଷର ଯତ୍ନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଅଭୟ ମହାପାତ୍ର, ଡାଃ ବି କେ ପ୍ରହରାଜ, ସୁଦର୍ଶନ ମାହାଲିକ, ତରଣୀ ସେନ ନାୟକ, ପ୍ରଭାକର ସାହୁ, ନାରାୟଣ କର, ଶିଶିର ଦାସ, ରମେଶ ଚନ୍ଦ୍ର ପାତ୍ର, ଶିଳାଞ୍ଚଳ ପାଢି, ସଂଜୀବ ସାହୁ, ହର୍ଷବର୍ଦ୍ଧନ ଉଦ୍ଗାତା, ଲମ୍ବୋଦର ପଣ୍ଡା ସମେତ ଉପସ୍ଥିତ ଥିଲେ।
ଶେଷରେ କୃଷ୍ନ ପ୍ରସାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *