ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ମୃତ,୮ ଗୁରୁତର

ସୁବର୍ଣ୍ଣପୁର -ସୋନପୁର -ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ହରଡ଼ଖୋଲ ନିକଟରେ ଘଟିଛି ଏହି ସଡ଼କ ଦୁର୍ଘଟଣା l ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୮ ଜଣ ଗୁରୁତରମାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି l ସେପଟେ କଟର ମେସିନ ସାହାଯ୍ୟରେ ସୋନପୁର ଦମକଳ ବାହିନୀ କର୍ମଚାରୀ ଗାଡି ଭିତରେ ରହିଥିବା ଲୋକଙ୍କୁ ଉଦ୍ଧାର କରି ଥିବା ଜଣାଯାଇଛି ।
ଦୁଲଦୁଲି ଗାଡିଟି ବୌଦ୍ଧ ଜିଲ୍ଲା ମନମୁଣ୍ଡାରୁ ଏକ ବାହାଘର ସାରି କଳାହାଣ୍ଡିକୁ ଫେରୁଥିବା ସମୟରେ ଭରସାମ୍ୟ ହରାଇ ହରଡ଼ଖୋଲ ନିକଟରେ ଓଲଟି ପଡ଼ିଥିଲା l ଫଳରେ ଗାଡିରେ ରହିଥିବା ୨୫ ଜଣଙ୍କ ମଧ୍ୟରୁ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ ଜଣ ଗୁରୁତର ହୋଇଥିବା ଜଣାଯାଇଛି l ଦୁଲୁଦୁଲି ଗାଡି ଏବଂ ବାଦ୍ୟକାରମାନେ ସମସ୍ତେ ବରଗଡ଼ ଜିଲ୍ଲା ତୁରା ଅଞ୍ଚଳର ହୋଇଥିବା ଜଣାପଡିଛି l ଖବର ପାଇ ସୋନପୁର ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି l ମୃତ ବ୍ୟକ୍ତି ଦୁଇ ଜଣ ହେଲେ ମଣ୍ଟୁ ଛତ୍ରିଆ ଓ ସୁଦାମ ଛିକା l
ରିପୋର୍ଟ– ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର