ମଲ୍ଲିକମୁଣ୍ଡା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ।
ସୁବର୍ଣ୍ଣପୁର – ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ମଲ୍ଲିକମୁଣ୍ଡା କ୍ଲଷ୍ଟର ର ସୁରଭି କାର୍ଯ୍ୟକ୍ରମ ଗଙ୍ଗାଧର ମେହେର ଉଚ୍ଚ ବିଦ୍ୟାଳୟ ସାଗରପାଲି ଠାରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମ ର ଉଦଘାଟନୀ ଉତ୍ସବରେ ସ୍ଥାନୀୟ ପଞ୍ଚାୟତ ସମିତି ସଭ୍ୟ କୁଶଲେଶ୍ୱର୍ ମେହେର ମୁଖ୍ୟ ଅତିଥି, ଲଛମନ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରାଇଥିଲେ ।ଏହି କାର୍ଯ୍ୟକ୍ରମ ରେ 10ଟି ବିଦ୍ୟାଳୟ ରୁ ପ୍ରାୟ 150 ଜଣ ଶିଶୁ ଭାଗ ନେଇ ଥିବାବେଳେ 20ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଙ୍କୁ ନେଇ ସର୍ବେଶ୍ଵର ମିଶ୍ର ପ୍ରଧାନ ଶିକ୍ଷକ ଗଡ଼ିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କରିଥଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ବିଚାରକ ଭାବେ ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟ ଶାରୀରିକ ଶିକ୍ଷକ ଚୌଧୁରୀ ବିଭାର ଯୋଗ ଦେଇଥିଲେ । ଶେଷରେ ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ମଲ୍ଲିକମୁଣ୍ଡା କ୍ଲଷ୍ଟର ସି ଆର ସି ସି ରଞ୍ଜନ କୁମାର ସଂଯୋଜନା କରିଥିଲେ ।ଏହି କାର୍ଯ୍ୟକ୍ରମ ଟି ସମସ୍ତଙ୍କ ସହଯୋଗ ରେ ସଫଳ ହୋଇଥିବାରୁ ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରସନ୍ନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
