ମସିଣାଗୋରାରେ ମାହେଶ୍ୱରୀ ମହୋତ୍ସବ ଆରମ୍ଭ l

ସୁବର୍ଣ୍ଣପୁର — ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମସିଣାଗୋରା ଠାରେ ଡୁମାଳ ସମାଜ ମସିଣାଗୋରା କେନ୍ଦ୍ର ପକ୍ଷରୁ ଆୟୋଜିତ ଦ୍ଵିତୀୟ ମା’ ମାହେଶ୍ୱରୀ ମହୋତ୍ସବ ଉଦଘାଟିତ ହୋଇଯାଇଛି l କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅlନୁଷ୍ଠାନିକ ଭାବେ ମହୋତ୍ସବ ମଞ୍ଚକୁ ଉଦଘାଟନ କରିଥିଲେ l ସକାଳୁ ବନ୍ଧଗୋରା ସ୍ଥିତ ଚିରସ୍ରୋତା ଖଡ଼ଙ୍ଗ ନଦୀରୁ ମହିଳା ମାନଙ୍କ ଦ୍ୱାରା ପୂର୍ଣ୍ଣ କଳସ ଶୋଭାଯାତ୍ରା ମାଧ୍ୟମରେ ପବିତ୍ର ଜଳ ଅଣାଯାଇଥିଲା ଏବଂ ଧବଳେଶ୍ୱର ପୀଠରୁ ସାଂସ୍କୃତିକ ଦଳ ମାଧ୍ୟମରେ ମଶାଲ ଶୋଭାଯାତ୍ରା ବାହାରି ମଣ୍ଡପରେ ପହଞ୍ଚିବା ପରେ ସ୍ଥାପନ କରାଯାଇଥିଲା l ପୂଜକ ଭାବେ ରାଜାରାମ ଦାଶ ପୌରୋହିତ୍ୟ କରିଥିବା ବେଳେ ସଭାପତି ଗୋବର୍ଦ୍ଧନ ପ୍ରଧାନ ଓ ଅଳକା ପ୍ରଧାନ କର୍ତ୍ତା ଦାୟୀତ୍ୱ ତୁଲାଇଥିଲେ l ଅପରାହ୍ନରେ ସାହିତ୍ୟିକ ଗୌତମ କ୍ଷେତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଧାୟକ ଶ୍ରୀ ଡାଙ୍ଗ ମୁଖ୍ୟ ଅତିଥି ଏବଂ ବୌଦ୍ଧ ଜିଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ଜିଲା ପରିଷଦ ସଦସ୍ୟା ପଦ୍ମାଳୟା ପ୍ରଧାନ, ଖମନମୁଣ୍ଡା ସରପଞ୍ଚ ଅଳକା ପ୍ରଧାନ, ଶିକ୍ଷକ ନେତା ଶମ୍ଭୁ ଗିରି, ଡୁମାଳ ସମାଜ ପୂର୍ବତନ ରାଜ୍ୟ ସମ୍ପାଦକ କୃତ୍ତିବାସ ପଲିଆ, ଭୁବନେଶ୍ୱର ବସ୍ତିଆ, ପୂର୍ବତନ ଜିଲ୍ଲା ସଭାପତି ବିଶିକେଶନ ପ୍ରଧାନ, ପ୍ରାକ୍ତନ ରାଜ୍ୟ ପ୍ରତିନିଧି ଦେଶବନ୍ଧୁ ମହାକୁଳ, ମସିଣାଗୋରା ଗୌନ୍ତିଆ ପୂର୍ଣ୍ଣଚନ୍ଦ୍ର ମେଣ୍ଡିଲି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡୁମାଳ ସମାଜର ଏକତା, ସଂହତି ଏବଂ ସାଙ୍ଗଠନିକ ଅଭିବୃଦ୍ଧି ବିଷୟରେ କହିଥିଲେ l ରଞ୍ଜୁ ଅମାତ ମଞ୍ଚ ପରିଚାଳନା ଏବଂ ରଞ୍ଜନ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଡୁମାଳ ସମାଜର ସଦସ୍ୟ ଏବଂ ମସିଣାଗୋରା ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର