November 14, 2025
Home » ମହଦା ପ୍ୟାକ୍ସ ରେ ଧାନ କିଣା ଆରମ୍ଭ : ପ୍ରଥମ ଦିନରେ କିଣା ହେଲା ୧୨୯ କ୍ଵିଣ୍ଟାଲ ଧାନ

ମହଦା ପ୍ୟାକ୍ସ ରେ ଧାନ କିଣା ଆରମ୍ଭ : ପ୍ରଥମ ଦିନରେ କିଣା ହେଲା ୧୨୯ କ୍ଵିଣ୍ଟାଲ ଧାନ

0
WhatsApp Image 2025-05-16 at 5.07.17 PM


ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହଦା ପ୍ରାଥମିକ କୃଷି ସମବାୟ ସମିତି ଲିଃ. କର୍ଯ୍ୟାଳୟ ଠାରେ ଆଜି ରବିଧାନ କିଣା ଆରମ୍ଭ ହୋଇଛି l ପ୍ୟାକ୍ସ୍ ସମ୍ପାଦକ ନାରାୟଣ ବିଶ୍ଵାଳ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟl ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂଜାର୍ଚ୍ଚନା ପୂର୍ବକ ଶୁଭାରମ୍ଭ କରିଥିଲେ l ସମ୍ମାନିତ ଅତିଥି ଭାବେ ମୁଖ୍ୟ ଯୋଗାଣ ଅଧିକାରୀ ନିରଦ ରଞ୍ଜନ ଦାଶ, ଡି ଆର୍ ସି ଏସ ରଶ୍ମିଲତା ବେହେରା, ଏ ଆର୍ ସି ଏସ ପାଣୁ ଚରଣ ନାଏକ, ଆର୍ ଏମ୍ ସି ସମ୍ପାଦକ ଅବକାଶ ବେହେରା, ଏ ସି ଏସ ଓ ରେବତୀ ସିଂ ନାଏକ, ଲଳିତ ପଟ୍ଟନାୟକ, ମହଦା ସରପଞ୍ଚ ଭୀମସେନ ସିଂଦେଓ, ସମିତି ସଭ୍ୟ ମକରଧ୍ବଜ ଚୌଧୁରୀ, ପ୍ୟାକ୍ସ ସଭାପତି ଟୟ ଭୁଏ ପ୍ରମୁଖ ଯୋଗ ଦେଇଥିଲେ l ଏଥିରେ ଚରଦା ସମ୍ପାଦକ ରବିନାରାୟଣ ଥନାପତି, ବିନିକା ସମ୍ପାଦକ ପ୍ରଶାନ୍ତ ନୟକ ଙ୍କ ସମେତ ଚାଷୀ ଅନିରୁଦ୍ଧ ପଧାନ, ଟିଟୁ ମେହେର, କିଶୋର ପଧାନ, ନୀଳାମ୍ବର ଥପା, ସଞ୍ଜିବ ମିଶ୍ର, ପ୍ରଶାନ୍ତ ପଧାନ, ଦ୍ଵିଜରାଜ ଭୋଇ , ଆର୍ ଏମ୍ ସି କର୍ମଚାରୀ ବିନିକା, ଡୁଙ୍ଗୁରିପାଲି ପ୍ରମୁଖ ଉପସ୍ଥିତ ଥିଲେ l ପରିଚାଳନା ରେ ପ୍ୟାକ୍ସ କର୍ମଚାରୀ ସୌରଭ ସିଂଦେଓ, ନବକୃଷ୍ଣ ବିଶ୍ବାଳ, ଜପ ମେଲ୍ଲୀ , ସନ୍ତୋଷ ତଣ୍ଡକlର , ସୁରଥ ସାହୁ, ଗୋପୀନାଥ ସାହୁ ପ୍ରମୁଖ ସହଯୋଗ କରିଥିଲେ lପ୍ରଥମ ଦିନରେ ଚାଷୀ ରମେଶ ବାଗ ଙ୍କ ୧୨୯-୯୫ କୁଇଣ୍ଟlଲ ଧାନ କିଣାଯାଇ ଖୁର୍ଡିଆବହାଲ ସମଲେଶ୍ଵରୀ ରାଇସ ମିଲ କୁ ଦିଆ ଯାଇଥିବା ସମ୍ପାଦକ ଶ୍ରୀ ବିଶ୍ବାଳ ସୂଚନା ଦେଇଛନ୍ତି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *