October 24, 2025
Home » ମହର୍ଷି ପବ୍ଲିକ ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ

ମହର୍ଷି ପବ୍ଲିକ ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ

0
WhatsApp Image 2024-12-25 at 8.55.56 AM (2)

ଭୁବନେଶ୍ୱର: ନୂଆପଲ୍ଳୀସ୍ଥିତ ମହର୍ଷି ପବ୍ଲିକ ସ୍କୁଲରେ ତା ୧୯/୧୨/୨୪ ରୁ ୨୧/୧୨/୨୪ ପର୍ଯ୍ୟନ୍ତ ଦୀର୍ଘ ତିନି ଦିନ ଧରି ବାର୍ଷିକ କ୍ରୀଡା ଉତ୍ସବ ଅତ୍ୟନ୍ତ ଉତ୍ସାହର ସହିତ ପାଳନ ହୋଇଯାଇଛି। ଉଦଯାପନ ଉତ୍ସବରେ ମାନ୍ୟବର ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର ପୂର୍ବତନ (ଏମ୍‌.ଏଲ୍‌.ଏ) ଶ୍ରୀ ରେଖା ଦାସ (ସମାଜସେବିକା, ରୋଟାରିଆନ୍‌), ଶ୍ରୀମତୀ ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର, (ସମାଜସେବିକା, ପରିଚୟ, ଫାଉଣ୍ଡେସନର ସଭାପତି) ଯୋଗ ଦେଇଥିଲେ। ଶ୍ରୀମତୀ ହେନା ମହାପାତ୍ର ଅତିଥିମାନଙ୍କୁ ସ୍ୱାଗତ ଜଣାଇ ମଂଚାସୀନ କରାଇଥିଲେ। ଶ୍ରୀମତୀ ମହାପାତ୍ରଙ୍କ ସହାୟତାରେ ପ୍ରଦୀପ ପ୍ରଜ୍ଜଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।

ସ୍ୱାସ୍ଥ୍ୟ ମଣିଷ ଅମୂଲ୍ୟ ସମ୍ପଦ। ଛାତ୍ରଛାତ୍ରୀଙ୍କ ଦ୍ୱାରା ଶପଥ ଗ୍ରହଣ ଓ ବାଦ୍ୟର ତାଳେ ତାଳେ କସରତ ପ୍ରଦର୍ଶନ କରାଯାଇଥିଲା। ଉତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ନିହାତି ଆବଶ୍ୟକ ବୋଲି ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ ଶ୍ରୀମତୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ପ୍ରଦାନ କରିଥିଲେ। ଅଭିଭାବକ ଏବଂ ଅଭିଭାବିକାମାନଙ୍କ ମଧ୍ୟରେ ପୁସ୍ତକ ସନ୍ତୁଳନ ପ୍ରତିଯୋଗୀତା କରାଯାଇଥିଲା।

ଶେଷରେ ବିଭିନ୍ନ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା। ଶେଷରେ ବିଦ୍ୟାଳୟର ନିର୍ଦ୍ଦେଶିକା ଶ୍ରୀମତୀ ହେନା ମହାପାତ୍ର ସମସ୍ତ ଅତିଥି, ଅଭିଭାବକ, ଅଭିଭାବିକା, ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ଉଦ୍‌ଯାପନ କରିଥିଲେ।

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *