July 4, 2025
Home » ମହର୍ଷି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

ମହର୍ଷି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

0
WhatsApp Image 2025-02-10 at 1.16.48 PM

ଭୁବନେଶ୍ୱର: ମହର୍ଷି ପବ୍ଲିକ ସ୍କୁଲର ୨୦ ତମ ବାର୍ଷିକୋତ୍ସବ ମିରର-୩ ଉତ୍ସାହ ଓ ଉଦ୍ଦିପନାର ସହିତ ପାଳନ ହୋଇଯାଇଛି। ଏହି ବାର୍ଷିକଉତ୍ସବରେ ସମ୍ମାନୀୟ ଅତିଥି ଭାବରେ ଶ୍ରୀଯୁକ୍ତ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ (ପୂର୍ବତନ ଏମପି), ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର, ଶ୍ରୀଯୁକ୍ତ ବାବୁ ସିଂହ (ଏମ୍‌,ଏ.ଲ), ଶ୍ରୀଯୁକ୍ତ ପଦ୍ମଶ୍ରୀ ଅଶୋକ ମହାପାତ୍ର, (ମସ୍ତିଷ୍କ ବିଶେଷଜ୍ଞ, ଏମ୍‌ସ), ଶ୍ରୀଯୁକ୍ତ ଲୋକନାଥ ପରିଡା(ମହର୍ଷି କଲେଜ ଅଧ୍ୟକ୍ଷ), ବର୍ଣ୍ଣାଳୀ ହୋତା (ଗାୟିକା) ଏବଂ ଶ୍ରୀମତୀ ହେନା ମହାପାତ୍ର (ନିର୍ଦ୍ଦେଶିକା ମହର୍ଷି ପବ୍ଲିକ ସ୍କୁଲ) ଯୋଗ ଦେଇଥିଲେ।

ବିଦ୍ୟାଳୟର ନିର୍ଦ୍ଦେଶିକା ଶ୍ରୀମତୀ ହେନା ମହାପାତ୍ର ସ୍ୱାଗତ ଭାଷଣ ଦେଇ ସମ୍ମାନୀୟ ଅତିଥିମାନଙ୍କୁ ମଂଚାସୀନ କରାଇଥିଲେ। ଏହାପରେ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା। ସମ୍ମାନୀୟ ଅତିଥିମାନେ ସେମାନଙ୍କର ଅଭିବ୍ୟକ୍ତ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରତ୍ୟେକଟି ଛାତ୍ର ଯେପରି ଭବିଷ୍ୟତରେ ଏକ ମେଧାବୀ ଛାତ୍ର ହେବେ ସେ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାପରେ ସଙ୍ଗୀତ ଗାନ କରାଯାଇଥିଲା। ତାପରେ ରଙ୍ଗାରଙ୍ଗର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ପିଲାମାନଙ୍କ ଦ୍ୱାରା ଯୋଗ ଓ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ଏହି ବାର୍ଷିକ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଡ୍ରାମା ଯାହାକି ବର୍ତମାନ ସମୟରେ ଅବହେଳିତ ପିତାମାତାଙ୍କ ଉପରେ ନାଟ୍ୟାଭିନୟ ଦର୍ଶକମାନଙ୍କ ମନକୁ ଛୁଇଁ ଯାଇଥିଲା। ଏହାପରେ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ନିର୍ଦ୍ଦେଶିକା ମହୋଦୟା ଶ୍ରୀମତୀ ହେନା ମହାପାତ୍ର ଉପସ୍ଥିତ ସମସ୍ତ ଅତିଥି, ଅଭିଭାବକ ବୃନ୍ଦ, ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଯାପନ କରିଥିଲେ।

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *