ମହର୍ଷି ଯମଦଗ୍ନୀ ଙ୍କ ଆଶ୍ରମ ଓ ଯଜ୍ଞ ସ୍ଥଳ ରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ l
ସୁବର୍ଣ୍ଣପୁର — ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣମୀ ତିଥିରେ ପ୍ରାଚୀନ କାଳରୁ ସୁବର୍ଣ୍ଣପୁର ସହର ନିକଟବର୍ତ୍ତୀ ପୁରାଣ ବର୍ଣ୍ଣିତ ଶ୍ୟନଗିରି ପାହାଡ଼ ( ଛନ ଛାନ ଡୁଙ୍ଗୁରି ) ଚୂଡ଼ା ରେ ପବିତ୍ର ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ପୁରାଣ ବର୍ଣ୍ଣନାନୁସାରେ ବୀର ପର୍ଶୁରାମ ଙ୍କ ପିତା ମହର୍ଷି ଜମଦଗ୍ନୀ ଏଠାରେ ଆଶ୍ରମ ସ୍ଥାପନ କରି ଯଜ୍ଞାନୁଷ୍ଠାନ କରିଥିଲେ l ବୀର ପର୍ଶୁରାମ ମଧ୍ୟ ସୁବର୍ଣ୍ଣପୁର ସଙ୍ଗମ ସ୍ଥଳ ରେ ଅଶ୍ୱମେଧ ଯଜ୍ଞ କରିଥିଲେ ବୋଲି ସୁବର୍ଣ୍ଣପୁର କୁ ପର୍ଶୁରାମ ମାଟି କୁହାଯାଏ l ପ୍ରକାଶ ଥାଉକି ଚଳିତ ବର୍ଷ ମଧ୍ୟ ମହାସମାରୋହ ରେ ଉକ୍ତ ପବିତ୍ର ଐତିହାସିକ ଓ ଧାର୍ମିକ ସ୍ଥଳ ରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା l ଯହିଁରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇଥିଲେ l ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଏଥିରେ ଅତିଥି ଭାବରେ ଯୋଗ ଦେଇଥିଲେ l ସୁଦାମ ମାହାଣା ଓ ତାଙ୍କ ଧର୍ମପତ୍ନୀ ସାନ୍ତାବାଳା ମାହାଣା ଯଜ୍ଞ ରେ କର୍ତ୍ତା ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ l ସୋମନାଥ ରଥ, ବିଶ୍ୱନାଥ ରଥ, ସଞ୍ଜୀବ ଗୁରୁ ଏବଂ ଶିବ ଗୁରୁ ପ୍ରମୁଖ ଯଜ୍ଞାନୁଷ୍ଠାନ କରିଥିଲେ l ଶ୍ରୀ ଶ୍ରୀ ଯୋଗେଶ୍ୱର ମନ୍ଦିର ପରିଚାଳନା କମିଟି ସଭାପତି ଗୋରେଖନାଥ ସାହୁ, ଉପସଭାପତି ଅଧ୍ୟାପକ ଶମ୍ଭୁଭୂଷଣ ପଣ୍ଡା, ସମ୍ପାଦକ ଦିଲ୍ଲୀପ କୁମାର ରଥ, ସଭ୍ୟା ମୀନା ମହାରଣା, ଶ୍ରଦ୍ଧାଞ୍ଜଳି ମିଶ୍ର, ମିଥୁନ କୁମାର ସାହୁ, ନାରାୟଣ ସାହୁ, ଭୁବନେଶ୍ୱର ମେହେର, ମହେଶ୍ୱର ଦାଶ, ଗୋପାଳ ସା, ଅଗସ୍ତି ବିଶି ପ୍ରମୁଖ ନାମଯଜ୍ଞର ଆୟୋଜନ କରିଥିଲେ l ପୂର୍ବଦିନ ଏକ ଚିତ୍ତକର୍ଷକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଏହି କଳସ ଶୋଭାଯାତ୍ରା ରେ ଶତାଧିକ ମହିଳା ଯୋଗ ଦେଇଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
