July 5, 2025
Home » ମହାଦେବପାଲି ରେ ଚାରି ଦିନ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ପ୍ରତିବାଦ ରେ ଜନସାଧାରଣଙ୍କ ରାସ୍ତାରୋକ।

ମହାଦେବପାଲି ରେ ଚାରି ଦିନ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ପ୍ରତିବାଦ ରେ ଜନସାଧାରଣଙ୍କ ରାସ୍ତାରୋକ।

0
WhatsApp Image 2024-12-03 at 12.01.00 PM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ମହାଦେବପାଲିରେ ପାନୀୟ ଜଳ ଯୋଗାଣ  ଗତ ଚାରି ଦିନ ହେବ ବନ୍ଦ ରହିଛି , ଜନଜୀବନ ଅସ୍ତବ୍ଯସ୍ତ ହୋଇଯାଇଛି । ନୀରବ ଦ୍ରଷ୍ଟା ସାଜିଛି ସମ୍ପୃକ୍ତ ବିଭାଗ, ଫଳ ସ୍ଵରୂପ ତାର ପ୍ରତିବାଦ କରି ପ୍ରାୟ ୯ଘଣ୍ଟା ସମୟରେ ଜନତା ବାଧ୍ୟ ହୋଇ ରାସ୍ତା ରୋକ କରିଥିଲେ । ପ୍ରାୟ ଦୁଇ ଘଣ୍ଟା ରାସ୍ତା ରୋକ ହୋଇଥିଲା। ରାସ୍ତାରେ ଗାଡି ମଟର ଜାମ ହୋଇ ରହିଯାଇଥିଲା । ପୁଲିସ ପ୍ରଶାସନ ପହଞ୍ଚି ଜନସାଧାରଣଙ୍କ ସହ ଆଲୋଚନା କରି ଆଜି ହିଁ ମରାମତି କରାଯାଇ ପାନୀୟ ଜଳ ଯୋଗାଣ ସ୍ବଭାବିକ ହେବାର ନିର୍ଭର ପ୍ରତିଶୃତି ପରେ ରାସ୍ତାରୋକ ହଟିଥିଲା  । ପ୍ରକାଶ ଯୋଗ୍ୟ ମହାଦେବପାଲି ଗ୍ରାମ ପଞ୍ଚାୟତ ପରିସରରେ ରହିଛି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଯାହା କି ମହାଦେବପାଲି ଓ ପଧାନପାଲିର ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇ ଆସୁଅଛି । କିନ୍ତୁ ସୋନପୁର- ବିନିକା ମୁଖ୍ୟରାସ୍ତା ପ୍ରସସ୍ତି କରଣ ତଥା ମହାଦେବପାଲି ବିଦ୍ୟାଳୟ ନିକଟରେ ଯାଇଥିବା କେନାଲ ପୋଲ ନିର୍ମାଣ କାର୍ଯ୍ୟ ବେଳେ ଠିକା ସଂସ୍ଥା ଜଳଯୋଗାଣ ପାଇପ୍ କୁ ଫଟେଇ ଦେବାରୁ ଚାରି ଦିନ ହେବ ଜନସାଧାରଣ ପାନୀୟ ଜଳ ଯୋଗାଣ ସେବାରୁ ବଞ୍ଚିତ ହୋଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ସାଧାରଣରେ ଏବେ ଚର୍ଚ୍ଚା ହୁଏ, ଠିକା ସଂସ୍ଥା ରାସ୍ତାର ଅଧା ଅଂଶରେ ପୋଲ ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ଅଧା ଅଂଶରେ ଗାଡିମଟର ଚଳାଚଳ କରୁଛି ,ତେବେ ଯେଉଁ ଅଂଶରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନାହିଁ ସେଠିକାର ପାଇପ୍ ଫଟାଇ ଦେଇ ଠିକା ସଂସ୍ଥା ଜନସାଧାରଣଙ୍କ ଉପରେ ଦାଉ ସାଧୁଛି କାହିଁକି? ଏ ଅଧୀକାର ଦେଲା କିଏ ?  ସଦା ସର୍ବଦା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉପରେ ନିର୍ଭରଶୀଳ ଜନତା ବର୍ତ୍ତମାନ ପାଣି ଟିକେ ପାଇଁ ବହୁ ଅସୁବିଧାରେ, କାରଣ କୌଣସି କୂଅ ପୋଖରୀ ପିଇବା ପାଣି ପାଇଁ ଉପଯୋଗୀ ହୋଇ ରହି ନାହିଁ, ସାହା ମାତ୍ର ଧାନ କ୍ଷେତରେ ରହିଥିବା ଗଭୀର କୂଅ, ସମସ୍ତ ମହିଳା ଗରିଆ ବାଲଟି ଧରି କ୍ଷେତକୁ ଯାଉଛନ୍ତି ଏବଂ ପିଇବା ପାଣି ଆଣୁଛନ୍ତି। ଅପରପକ୍ଷରେ ରାସ୍ତା ପ୍ରସସ୍ତି କରଣ ହେବା ପୁର୍ବରୁ ଜଳଯୋଗାଣ ପାଇପ୍ ର ସ୍ଥାନାନ୍ତର ଆବଶ୍ୟକତା ରହିଛି ,ଯାହାକି ଅଣଦେଖା ହୋଇ ରହିଛି । ଅପରପକ୍ଷରେ ଗ୍ରାମ ପଞ୍ଚାୟତ ନିକଟରେ ବିକଳ୍ପ ସ୍ବରୂପ ଟେଙ୍କରରେ ଏଭଳି ପରିସ୍ଥିତିରେ ଜଳଯୋଗାଣ କରିବା ବ୍ଯବସ୍ଥା ଥାଇ ମଧ୍ୟ ଆଖି ବୁଜି ଜନତାଙ୍କ ଦୁର୍ଦ୍ଦଶା ଦେଖୁଛନ୍ତି । ସବୁ ପରେ  ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ମେଗା ଜଳ ପ୍ରକଳ୍ପ ଶନିବାର ପରିଦର୍ଶନରେ ମହାଦେବପାଲି ଆସିଥିବା ବେଳେ ଗ୍ରାମ ପଞ୍ଚାୟତ ଏବଂ ଆର ଡବ୍ଲୁ ଏସ୍ ଏସ୍ ଉପସ୍ଥିତ ଥାଇ ଏ ବିଷୟରେ ଅଣଦେଖା ହେବା ଜନସାଧାରଣଙ୍କୁ ବିଶେଷ ଭାବେ ବ୍ଯତୀଥ କରିଛି । ଆର ଡବ୍ଲୁ ଏସ୍ ଏସ୍ ବିନିକା ପହଞ୍ଚି ମରାମତି କାମ ଆରମ୍ଭ କରାଇଥିଲେ। ଦେଖିବାକୁ ରହିଲା କେତେ ବେଳେ ପାନୀୟ ଜଳ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ଯେ ଚାରି ଦିନ ଧରି ଜଳଯୋଗାଣ ବନ୍ଦ ହେବାରୁ ଜନ ସଧାରଣ ବାଧ୍ୟ ହୋଇ ରାସ୍ତାରୋକ କରିଥିଲେ । ଏହାର ଯଦି ଶୀଘ୍ର ପ୍ରତିକାର କରାଯାଇଥାନ୍ତା ତା ହେଲେ ଏହି ରାସ୍ତାରୋକ ହୋଇ ନ ଥାନ୍ତା।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *