October 16, 2024
Home » ମହାନଦୀ ବଞ୍ଚାଅ ଆନ୍ଦୋଳନର ନଦୀ ସୁରକ୍ଷା ପାଇଁ ବୈଠକ

ମହାନଦୀ ବଞ୍ଚାଅ ଆନ୍ଦୋଳନର ନଦୀ ସୁରକ୍ଷା ପାଇଁ ବୈଠକ

0

*ପ୍ରତି ମାସ ସଂକ୍ରାନ୍ତିରେ ହେବ ନଦୀ ଆଳତି *ନଦୀର ଜମି କୁ ଜବର ଦଖଲକlରୀ ଙ୍କ କବଳରୁ ମୁକ୍ତି ପାଇଁ ଦାବି *ଗଠିତ ହେବ ନଦୀ ପଞ୍ଚାୟତ ଭୁବନେଶ୍ୱର, ନିମାପଡା ତା ୧୩ l ୭ l ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଭାର୍ଗବୀ ନଦୀ କୂଳରେ ନିମାପଡା ବ୍ଲକ ହରିପୁରର ବିଶ୍ୱେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ନଦୀ ସୁରକ୍ଷା ସଂକ୍ରାନ୍ତୀୟ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି l କୁଶଭଦ୍ରା, ଧନୁଆ, ଦୟା ଓ ଭାର୍ଗବୀ ନଦୀ ଆନ୍ଦୋଳନର ଅନେକ ନେତୃତ୍ଵ ଏଥିରେ ଯୋଗ ଦେଇଥିଲେ l ପୂର୍ବରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ବୈଠକ ର ନିଷ୍ପତି ଯଥା ଓଡ଼ିଶା ପାଇଁ ନଦୀ ନୀତି, ନଦୀ ମିଶନ ଗଠନ, ଟ୍ରିବୁନାଲ ବାହାରେ ଆପୋଷ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ, ରାଜ୍ୟର ନଦ ନଦୀ ଗୁଡ଼ିକର ତାଲିକା ପ୍ରସ୍ତୁତ ଇତ୍ୟାଦି ଦାବି ଗୁଡ଼ିକୁ ଏଥିରେ ଅନୁମୋଦନ କରାଯାଇଥିଲା l

ଏହା ସହିତ ପ୍ରତି ମାସର ସଂକ୍ରାନ୍ତି ଦିନ ନଦୀ ଆଳତି କରିବା ପାଇଁ ଆହ୍ବାନ ଦିଆ ଯାଇଛି l ଲୋକଙ୍କୁ ନଦୀ ସହିତ ଯୋଡ଼ିବlର ଏହା ଏକ ପ୍ରୟାସ l ନଦୀର ସୁରକ୍ଷା ପାଇଁ ଲୋକ ସଂଗଠନ ଗଢ଼ିବା ଉପରେ ଗୁରୁତ୍ବ ଦିଆ ଯାଇ ନଦୀ ପଞ୍ଚାୟତ ଗଠନ ପାଇଁ ଆହ୍ବାନ ଦିଆ ଯାଇଛି l ନଦୀ ଗୁଡ଼ିକର ଜମି ଆଜି ଜବରଦଖଲ କାରି ମାନଙ୍କ କବଳରେ କବଳିତ l ନଦୀର ଜମି କୁ ସେମାନଙ୍କ କବଳରୁ ଉଦ୍ଧାର ପାଇଁ ତହସିଲଦାର ମାନଙ୍କୁ ଦାବି ପାତ୍ର ଦିଆଯିବାର ନିଷ୍ପତି ନିଆଯାଇଛି l ଏହା ସହିତ ନଦୀ ଅବବାହିକାରେ ବ୍ୟାପକ ବୃକ୍ଷ ରୋପଣ ପାଇଁ ମଧ୍ୟ ଆହ୍ବାନ ଦିଆ ଯାଇଛି l ଏହି କାର୍ଯ୍ୟକ୍ରମ ଗୁଡ଼ିକ ପ୍ରଥମେ ଦୟା, ଭାର୍ଗବୀ, କୁଶଭଦ୍ରା ଓ ଧନୁଅl ରୁ ଆରମ୍ଭ ହେବ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ର ଆବାହକ ସୁଦର୍ଶନ ଦାସ ଜଣାଇଛନ୍ତି l
ଭାର୍ଗବୀ ନଦୀ ଆନ୍ଦୋଳନ ର ନେତା ନୀରଦ ବରଣ ଖୁଣ୍ଟିଆ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ବୈଠକ ରେ ଓପନ ଲର୍ଣିଂ ସିଷ୍ଟମ ର ନିର୍ଦେଶକ ପ୍ରକାଶ ରଥ, ମହାନଦୀ ଆନ୍ଦୋଳନ ର ପ୍ରବକ୍ତା ପ୍ରଶନ୍ନ ବିଶୋଇ, ଦୟା ଆନ୍ଦୋଳନର ନେତା ସଚ୍ଚିକାନ୍ତ ପ୍ରଧାନ, ଉତ୍ପଳ ଦଶଗୁପ୍ତା, ବିଭୁତି ମିଶ୍ର, ରାଜକିଶୋର ପରିଡାଙ୍କ ସମେତ ଭାର୍ଗବୀ,ଦୟା, ଧନୁଆ ଓ କୁଶଭଦ୍ରା ନଦୀ କୁଳର ନଦୀ ସୁରକ୍ଷା ପାଇଁ କାର୍ଯ୍ୟରତ ଶତାଧିକ ପ୍ରମୁଖ ସାମାଜିକ କର୍ମୀ ଯୋଗ ଦେଇଥିଲେ l ଉଲ୍ଲେଖ ଯୋଗ୍ୟ ଯେ ଓପନ ଲାର୍ନିଂ ସିଷ୍ଟମ ଦ୍ଵାରା ନିମାପଡ଼ା ଅଞ୍ଚଳରେ ୬୦ ରୁ ଉର୍ଦ୍ଧ ଗ୍ରାମରେ ନଦୀ ସୁରକ୍ଷା ସମିତି ଗଠିତ ହୋଇ ସରିଛି l ସେମାନଙ୍କ ର ସଭ୍ୟ/ ସଭ୍ୟମାନେ ମଧ୍ୟ ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l

ଇପିଏ ରୁ ପ୍ରଶାନ୍ତ ବିଶୋଇ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *