ମହାନଦୀ ବନ୍ୟା ପ୍ରତିରୋଧକ ଆଡିବନ୍ଧ ରିଂ ରୋଡ଼ ର ନିମ୍ନ ମାନର କାମ କୁ ନେଇ ଜନ ଅସନ୍ତୋଷ

ସୁବର୍ଣ୍ଣପୁର– ବନ୍ୟା ପ୍ରତିରୋଧକ ଆଡି ବନ୍ଧ ପାଇଁ ସରକାର ଙ୍କ କୋଟିକୋଟି ଟଙ୍କା ଖର୍ଚ୍ଚ ରେ ଚାଲିଛି ରିଂ ରୋଡ଼ କାମ । ମହାନଦୀ ବନ୍ୟା ପ୍ରତିରୋଧକ ଆଡିବନ୍ଧ ରିଂ ରୋଡ଼ ର ନିମ୍ନ ମାନର କାମ କୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଉଛି l
ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ର ରହିଲା ଠାରୁ ବିନିକା ବ୍ଲକ ମହାଦେବପାଲି ପଞ୍ଚାୟତ ର ପଣ୍ଡକିଟାଲ ପର୍ଯ୍ୟନ୍ତ ଚାଲିଛି- ମହାନଦୀ ଓ ଅଙ୍ଗନଦୀ ବନ୍ୟା ପ୍ରତି ରୋଧକ ଆଡି ବନ୍ଧ ରିଂ ରୋଡ କାମ । କିନ୍ତୁ ଉଭୟ ନଦୀ କୂଳରୁ ଠିକାଦାର ହଜାର ହଜାର ଟ୍ରିପ ମାଟି ଉଠାଇ ଖୁଲମଖୁଲା ଭାବେ ଆଡି ବନ୍ଧରେ ପକାଉଛିନ୍ତି । ମାଟି ଉଠାଇବା ଯୋଗୁଁ ବର୍ଷା ଦିନରେ ମହାନଦୀରେ ବନ୍ୟା ଆସିଲେ ବନ୍ୟା ପାଣିରେ ଅଞ୍ଚଳ ର ଚାଷଜମି ଠାରୁ ଆରମ୍ଭକରି ଗାଁ ଭିତରକୁ ବନ୍ୟା ପାଣି ପଶି ଯିବାର ଆଶଙ୍କା ରହିଥିବା ବେଳେ ଏହି ଆଡି ବନ୍ଧ ର ସ୍ଥାୟୀତ୍ବ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସୂଚନା ଅନୁସାରେ ବିନିକା ସହରର ରହିଲା ଠାରୁ ମହାଦେବପାଲି ପଞ୍ଚାୟତ ପଣ୍ଡକିଟାଲ ପର୍ଯ୍ୟନ୍ତ ୧୧ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ମହାନଦୀ ଓ ଅଙ୍ଗନଦୀ ଡାହାଣ ପାର୍ଶ୍ୱରେ ଏହି ରିଂ ରୋଡ଼ କାମ ।
ହେଲେ ଏହି ଆଡିବନ୍ଧ ର କାମକୁ ସୋନପୁର ତେଲ ଜଳସେଚନ ଡିଭିଜନ ପକ୍ଷରୁ କୋଟି କୋଟି ଟଙ୍କାରେ ନିର୍ମାଣ ହେଉଛି । କିନ୍ତୁ ସରକାରୀ ବାବୁ ମାନେ ଉପସ୍ଥିତ ନ ରହି ଠିକାଦାର ସରକାରୀ ଗୋଚର ଜମିରୁ ବେଧଡକ ଭାବେ ଜେସିବି ମେସିନ ସାହାଯ୍ୟ ରେ ହଜାର ହଜାର ଟ୍ରିପ ମାଟି ଉଠାଇ ଆଡିରେ ପକାଉଛନ୍ତି । ଏପରିକି ବିଭିନ୍ନ ସ୍ଥାନରେ ପୋଲ ତିଆରି ନ କରି ଠିକାଦାର ମନଇଚ୍ଛା ଭାବେ ପାଇପ ବସାଇଥିବାରୁ ମହାନଦୀ ଓ ଅଙ୍ଗନଦୀର ବନ୍ଯାପାଣି ରହିଲା, ସେଲେଡି, ତୁଲୁଣ୍ଡୁପାଲି, ଗରିଆପାଲି ଏବଂ ପଣ୍ଡକିଟାଲର ଚାଷଜମି ବୁଡିଯିବ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି । ସେହିପରି ଅନ୍ୟପକ୍ଷରେ ପାଣି ନିଷ୍କାସନ ପାଇଁ ତିଆରି ହେଉଥିବା କଲଭର୍ଟ କାମ ମଧ୍ୟ ଅତି ନିମ୍ନ ମାନର ହେଉଥିବା ବେଳେ କେଉଁଠି ଦବି ଗଳାଣି ତ ପୁଣି କେଉଁ ଠି ଫାଟି ଆଁ କରିଛି l
ଏପରି କି ଗୋଟି ଏ ବର୍ଷ ରେ ମାଟି ଦବି ମଧ୍ୟ ଗଳାଣି ।ଲୋକଙ୍କୁ ମହାନଦୀ ଓ ଅଙ୍ଗନଦୀର ବନ୍ୟା ଦାଉରୁ ସୁରକ୍ଷା ଦେବାପାଇଁ ୨୦.୧୦.୨୩ ମସିହାରେ କାମ ଆରମ୍ଭ ହୋଇ ୨୫.୧୦.୨୦୨୫ ପର୍ଯ୍ୟନ୍ତ କାମ ସରିବା କଥା । ସୋନପୁର ତେଳ ଜଳସେଚନ ଡିଭିଜନ ତରଫରୁ ୧୭ କୋଟି ୮୪ ଲକ୍ଷ ୫୫ ହଜାର ଟଙ୍କାରେ ଚାଲିଛି ଏହି ଆଡିବନ୍ଧ ବା ରିଂରୋଡ କାମ ହେଲେ ଠିକାଦାର ଏବଂ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସଲାସୁତୁରା ରେ ଚାଲିଥିବା କାମ ନିମ୍ନ ମାନର ବୋଲି ଲୋକେ ଅଭିଯୋଗ କରୁଥିବା ବେଳେ ତାକୁ ନେଇ ଜନ ଅସନ୍ତୋଷ ଦେଖା ଦେଇଛି । ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣ ରେ ଦାବୀ ହେଉଛି ।
ରିପୋର୍ଟ– ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର