October 29, 2025
Home » ମହାନ୍ ସଂଘ ର ବାର୍ଷିକ ଉତ୍ସବ ନେଇ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା କାର୍ଯ୍ୟ କ୍ରମ

ମହାନ୍ ସଂଘ ର ବାର୍ଷିକ ଉତ୍ସବ ନେଇ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା କାର୍ଯ୍ୟ କ୍ରମ

0
WhatsApp Image 2025-10-27 at 12.52.42 PM

ବ୍ରହ୍ମପୁର :ମହାନ୍ ସଂଘ ତରଫରୁ ଚାଳିଶି ତମ ବାର୍ଷିକ ଉତ୍ସବ’ଅବସରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା, ସଂଘ ସଭାପତି ସୁଶାନ୍ତ ସାବତଙ୍କ ତତ୍ୱାବଧାନରେ “ଗୁଡସ ରୋଡ଼ ସ୍ଥିତ ଗୁରୁକୁଳ ଇଣ୍ଟରନେସେନାଲ୍ ପବ୍ଲିକ୍ ସ୍କୁଲ”ପରିସରରେ ଆୟୋଜିତ ହୋଇଯାଇଛି।
ଏଥିରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ସମେତ ଗୃହିଣୀ ମାନେ ମଧ୍ୟ ଅଂଶ ଗ୍ରହଣକରିଥିଲେ। ଯେଉଁ ଥିରେକି,ନୃତ୍ୟ ଗୀତ ସହ ମହିଳାଙ୍କ ଦ୍ୱାରା ରଙ୍ଗୋଲି-ଝୋଟି, ମେହେନ୍ଦି,ବିନା ଅଗ୍ନିରେ ଖାଦ୍ୟ ପ୍ରସ୍ତୁତି,ହୁଳହୋଳି ଓ ଶଙ୍ଖ ଧ୍ଵନି ପ୍ରତିଯୋଗିତା ରଖାଯାଇଥିଲା। ଏଥିରେ ଭାଗ ନେଇଥିବା ପ୍ରତିଯୋଗୀ ମାନଙ୍କୁ ନଭେମ୍ବର ୨ତା ରିଖ ଦିନ ଗଞ୍ଜାମ କଳା ପରିଷଦ ଠାରେ ପୁରସ୍କୁତ କରାଯିବା ନେଇ ସୂଚନା ଦିଆଯାଇ ଅଛି। ଉକ୍ତ କାର୍ଯ୍ଯ କ୍ରମରେ ନୃତ୍ୟ ବିଚାରକ ଭାବେ ଅମ୍ବିକା ଦାଶାରୀ, ଡି.ସମୀର, ଶ୍ରୀ ସୁଦିପ୍ ସାହୁ, ସଂଙ୍ଗିତା ପାଣିଗ୍ରାହୀ, ଇନ୍ଦ୍ରାଣୀ ସାବତ ,ଶ୍ରୀମତୀ ସୁନନ୍ଦା ମହାପାତ୍ର ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ।ସମ୍ପାଦକ ପ୍ରଶାନ୍ତ କୁମାର ପାତ୍ରଙ୍କ ସମେତ,ମନୋରଞ୍ଜନ ପାଢି, ଉମା ଶଙ୍କର ପାଣି, ପ୍ରକାଶଭାଜନି ,ତପନ କୁମାର ପଣ୍ଡା ,ଶ୍ରୀମତୀ ମୀନା ଦାଶ, ସୁଡ଼ିପା ସାହୁ, ପୁଷ୍ପାଞ୍ଜଳି ମହାପାତ୍ର, ଗାୟତ୍ରୀ ପଣ୍ଡା, ସାଧନା ପାଢି, ସୁନନ୍ଦା ମହାପାତ୍ର, ନଲିନି ସାହୁ ,ମନୋଜ କୁମାର ସାହୁଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।

 

 

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *