February 7, 2026
Home » ମହାବିଶୁଭ ସଂକ୍ରାନ୍ତି ବା ପଣାସଂକ୍ରାନ୍ତି ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ

ମହାବିଶୁଭ ସଂକ୍ରାନ୍ତି ବା ପଣାସଂକ୍ରାନ୍ତି ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ

0
puri bijay 1

ଆଜି ପବିତ୍ର ପଣା ସଂକ୍ରାନ୍ତି ଅବସରରେ ପୁରାତନ ସ୍ବେଛାସେବୀ ଅନୁଷ୍ଠାନ ଶାନ୍ତି ପକ୍ଷରୁ ଶୀତଳ ବାମ୍ଫ ଚିକିତ୍ସା ଉଦଘାଟିତ ହୋଇଛି। ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଢଙ୍ଘି, ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବରାଳ, ରାଜ୍ୟ ସେଦସ୍ୟ ସୁବାଶିଷ ଖୁଣ୍ଟିଆ, ଟାଉନ ଥାନା IIC ଗୋକୁଳାନନ୍ଦ ଦାସ, ସଦର ଥାନା ଈସା ସୁନୀଲ ମହାନ୍ତି, ପୂର୍ବତନ କୌଣସିଲର ଭକ୍ତ ଚରଣ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କାରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ,

ସମଗ୍ର ରାଜ୍ୟରେ ଏହା ଏକ ନିଆରା ପ୍ରୟାସ, ପ୍ରବଳ ଗ୍ରୀଷ୍ମ ଉତ୍ତାପରୁ ରକ୍ଷା ପାଇବାପାଇଁ ଏଠାକୁ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଶୀତଳ ବାମ୍ଫ ଦେବା ସଙ୍ଗେସଙ୍ଗେ ଟଙ୍କ ତୋରାଣି ବଣ୍ଟନ କରାଯାଇଥାଏ, ଏହାଦ୍ୱାରା ପର୍ଯ୍ୟଟକ ମାନେ ଓ କିଶାନ୍ତି କହିଥାନ୍ତି, ଏହିଅନୁଷ୍ଠାନ ଦୀର୍ଘ ୨୪ବର୍ଷ ହେଲା ଏହିପ୍ରକାର ସେବା ଯୋଗାଇଦେଇ ଆସୁଛି, ଆସନ୍ତା ବାହୁଡା଼ ଯାତ୍ରା ଓ ସୁନାବେଶ ପର୍ଯ୍ୟନ୍ତ ଏହିସେବା ଯୋଗାଇଦିଆଯିବ ବୋଲି ଅନୁଷ୍ଠାନର ସମ୍ପାଦକ ପଦ୍ମନାଭ ତ୍ରିପାଠୀ ସୂଚନା ଦେଇଥିଲେ, ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଅନୁଷ୍ଠାନର ସଭାନେତ୍ରୀ ସଂଘମିତ୍ରା ଦାସ, ପୁଷ୍ପଜିତ ମହାପାତ୍ର,ପରିଦର୍ଶନ ପଟ୍ଟନାୟକ, ପୁର୍ଣ ଚନ୍ଦ୍ର ସାମନ୍ତରାୟ, ନାରାୟଣ ଦାସ, ପୀତବାସ ସାହୁ, କାଶୀନାଥ ସୁବୁଦ୍ଧି, ପ୍ରଭାକର ବେହେରା ପ୍ରମୁଖ ସହଯୋଗ କରିଥିଲେ ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *