ମହା ଶିବରାତ୍ରୀ ପାଳନ ଅବସରରେ ପଞ୍ଚ ରଥ ଶୈବ ପୀଠ ରେ ଭଜନ ସମାରୋହ

ସୁବର୍ଣ୍ଣପୁର – ସୁବର୍ଣ୍ଣପୁର ଶ୍ରୀ ପଞ୍ଚରଥ ଶୈବ ପୀଠ ରେ ମହା ଶିବରାତ୍ରୀ ପାଳନ ଅବସରରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପାତାଳୀ ଶ୍ରୀକ୍ଷେତ୍ର ଭଜନ ସମାରୋହ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି l ମନ୍ଦିର କମିଟି ସଭାପତି ମନବୋଧ ଭୋଇ ଙ୍କ ଅଧ୍ୟକ୍ଷତାରେ ସଂପାଦକ ପୀୟୂଷ ପଣ୍ଡା ଙ୍କ ତତ୍ତ୍ୱl ବଧାନ ରେ ଓ ମନୋରଞ୍ଜନ ତ୍ରୀପାଠୀ ଙ୍କ ସଂଯୋଜନାରେ ଏହି ଉପଲକ୍ଷେ ଆୟୋଜିତ ହୋଇଥିବା ଏକ ସଭା l ଏଥିରେ ସୋନପୁର ଏସ ଡି ପି ଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ , ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ୠଷି ମାଝୀ , ଚିଫ୍ ସି ଏସ ଓ ନୀରୋଧ ରଂଜନ ଦାଶ , ସମାଜ ସେବୀ ଶ୍ରୀ ବତ୍ସ ମଲ୍ଲିକ , କଇରୁ ସ୍ବାଇଁ, ପଠାନ କୁମାର ପଣ୍ଡା ଯୋଗ ଦେଇ ପ୍ରଭୂ କୃପା ଲାଭ କରି ଥିଲେ ଓ ଅତିଥି ମାନଙ୍କୁ ଓ କଳାକାର ପଦ୍ମ ଲୋଚନ ସାହୁ ଙ୍କୁ କମିଟି ସଂପାଦକ ପୀୟୂଷ ପଣ୍ଡା ସମ୍ବର୍ଦ୍ଧିତ କରିଥିଲେ l ପାତାଳୀ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ଟ୍ରୁପ୍ କଳାକାର ଆଶିଷ ଓ ସୃଷ୍ଟିକା ବାପ ଝିଅ ଯୋଡ଼ି ଙ୍କ ହର ହର ଶମ୍ଭୁ ସଂଗୀତ ସୁଦର୍ଶନ, ମଣ୍ଟୁ, ପଦ୍ମ ଲୋଚନ, ଅର୍ପିତା ସାଙ୍କେତିକା ପ୍ରମୁଖ କଳାକାର ଙ୍କ ସୁମଧୁର ସଙ୍ଗୀତ ଓ ଅତିଥି ସି ଏସ ଓ ଶ୍ରୀ ଦାଶ ଙ୍କ ନୀଳା ଚଳ ଧାମ ଯାଇ ମୁଁ ପାରୁନି ଏଠୁ କରୁଛି ଦଣ୍ଡବତ ହେ ଜଗନ୍ନାଥ ସଂଗୀତ ଦର୍ଶକ ଙ୍କୁ ବିମୁଗ୍ଧ କରିଥିଲା l କାର୍ତ୍ତିକ, ଚିଁଣ୍ଟୁ,ଓ ବିମଲ୍ ବାଦ୍ୟ ଯନ୍ତ୍ର ରେ ସହଯୋଗ କରିଥିଲେ l କମିଟି ର ବରିଷ୍ଠ ସଦସ୍ୟ ନିରଞ୍ଜନ ତ୍ରୀପାଠୀ, ଶେଷ ଦେବ ମେହେର, ଲଡୁ କିଶୋର ମଲ୍ଲିକ, ରଂଜିତ ସାହୁ, ବିକାଶ ପଣ୍ଡା, ରବି ଦେହୁରୀ, ଦିଲ୍ଲୀପ , ସିପୁନ, ଗଣେଶ ସାହୁ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ଶହ ଶହ ମହିଳା ଦର୍ଶକ ଭଜନ ସନ୍ଧ୍ୟା କାର୍ଯ୍ଯକ୍ରମ କୁ ବିଳମ୍ବିତ ରାତି ଯାଏ ଉପଭୋଗ କରିଥିଲେ l ଏବର୍ଷ ଏହି ଶୈବ ପୀଠ ର ସାଜ ସଜ୍ଜା ଖୁବ୍ ଆକର୍ଷଣୀୟ ହୋଇଥିଲା l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର