July 4, 2025
Home » ମହିମା ଧର୍ମ ପୀଠ ମହୁଲ ମୂଳ ଠାରେ ଆଲୋଚନା ଚକ୍ର ଅନୁଷ୍ଠିତ

ମହିମା ଧର୍ମ ପୀଠ ମହୁଲ ମୂଳ ଠାରେ ଆଲୋଚନା ଚକ୍ର ଅନୁଷ୍ଠିତ

0
WhatsApp Image 2025-03-02 at 3.24.05 PM

ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବଲାସିଙ୍ଗା ଗ୍ରାମର ପବିତ୍ର ମହିମା ଧର୍ମ ପୀଠ ମହୁଲ ମୂଳ ଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ମହିମା ବିକାଶ ପରିଷଦର ସଭାପତି ବିଭୁତି ଭୂଷଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଆଲୋଚାଚକ୍ରକୁ ମାନ୍ୟବର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସରକାର ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ଯୋରନ୍ଦା ମହିମା ଗାଦିକୁ ବଜେଟ ରେ ଅର୍ଥ ବ୍ୟବସ୍ଥା ପାଇଁ ଇଛାପ୍ରକାଶ କରିଥିଲେ। ଏଥିସହ ମହୁଲ ମୂଳର ବିକାଶ ପାଇଁ ଉଚ୍ଚଶକ୍ତି ସମ୍ପନ୍ନ ଟ୍ରାସଫର୍ମର ଭୀମ ଭୋଇ ନିବାସ ଓ ପାଠାଗାର ଜାତୀୟ ରାଜପଥରୁ ମହିମା ଆଶ୍ରମ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ପାଇଁ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି କାର୍ଯ୍ୟ ସଂପନ୍ନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରାଧ୍ୟାପକ ବାସୁଦେବ ପାତ୍ର ମୂଖ୍ୟବକ୍ତା ରୁପେ ଯୋଗଦେଇ ଓଡ଼ିଶାର କେନ୍ଦ୍ରସ୍ଥଳରେ ଅନୁଷ୍ଠିତ ମହିମା ଗୋସାଇଁ ଓ ଆବାସିକ ଗୋବିନ୍ଦ ବାବାଙ୍କ ପୀଠ ମହୁଲ ମୂଲର ସାମଗ୍ରୀକ ବିକାଶ ପାଇଁ କେତେକ ନିର୍ଦ୍ଧିଷ୍ଟ ପ୍ରସ୍ତାବ ଆଗତ କରିଥିଲେ । ପ୍ରଥମରେ ମହିମାଭକ୍ତ ବୃନ୍ଦ ଗିନି ଓ ଖଞ୍ଜଣି ମାଧ୍ୟମରେ ନାମ କରି ମନ୍ତ୍ରୀକୁ ମହିମା ମୂଲ ଦର୍ଶନ କରାଇଥିଲେ। କାର୍ଯ୍ୟକ୍ରମରେ ମହିମା ବିକାଶ ପରିଷଦ ରେ କର୍ମକର୍ତ୍ତା ରଶ୍ଵ ଶୃଙ୍ଗ ସାହୁ , ବାବୁଲା ପ୍ରଧାନ ସାଧୁ କୃଷ୍ଣ ଚନ୍ଦ୍ର ଦାସ, ସାଧୁ ଯୋଶବନ୍ତ ଦାସ , ସାଧୁ କରୁଣା କର ଦାସ , ସାଧୁ ଋଷି ଦାସ ପ୍ରମୁଖ ମଂଚାସୀନ ଥିଲେ । ମହିମା ବିକାଶ ପରିଷଦର ସଂପାଦକ ଅବଧୂତ କୁଲଧର ଦାସ ସଂପାଦକୀୟ ବିବରଣୀ ପଠନ କରିଥିଲେ । ମହିମା ବିକାଶ ପରିଷଦର ବରିଷ୍ଟ କର୍ମକର୍ତ୍ତା ଶିକ୍ଷାବିତ୍ ଶମ୍ଭୁ ଗିରି , ମଞ୍ଚ ପରିଚାଳନା ବେଳେ ଉପ ସଭାପତି ବାବୁଲା ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ । ମହିମା ବିକାଶ ପରିଷଦର ସଭ୍ୟ ଅତ୍ରି ପ୍ରଧାନ, ସ୍ଵାଧୀନ ପ୍ରଧାନ , ସୁଦର୍ଶନ ମହାକୁଡ, ପରେଶ୍ୱର ଧଳ , ଦିଲ୍ଲୀପ ପ୍ରଦାନଙ୍କ ସମେତ ୫୦୦ରୁ ଉର୍ଦ୍ଧ୍ୱ ଜନସାଧାରଣ ଉପସ୍ଥିତ ଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *