February 6, 2026
Home » ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ୨୦୨୬ ର ଦ୍ୱିତୀୟ ଦିବସର ସନ୍ଧ୍ୟାରେ ପ୍ରବଳ ଭିଡ଼

ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ୨୦୨୬ ର ଦ୍ୱିତୀୟ ଦିବସର ସନ୍ଧ୍ୟାରେ ପ୍ରବଳ ଭିଡ଼

0
WhatsApp Image 2026-01-09 at 12.13.01 PM

ସୁବର୍ଣ୍ଣପୁର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ କଳାକାର ମାନଙ୍କ ଦ୍ଵାରା ସଙ୍ଗୀତ ପରିବେଷଣ କରି ଦର୍ଶକ ମନ ମୋହିଥିଲେ । ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲାର କଳା ସଂସ୍କୃତି ଐତିହ ଓ ବିକାଶ ଧାରାର ବାର୍ତ୍ତାଵହ ୩୨ ତମ “ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବ ୨୦୨୬ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା l ଏହି ଅବସରରେ ସାଂସ୍କୃତିକ ସଭା ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଡ. ନୃପରାଜ ସାହୁ ସମସ୍ତଙ୍କୁ ଦ୍ଵିତୀୟ ସନ୍ଧ୍ୟାରେ ସମସ୍ତ ଅତିଥି ମାନଙ୍କ ସହିତ ଉପସ୍ଥିତ ଦର୍ଶକମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ।ଏହି ସାଂସ୍କୃତିକ ସଭାରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ, ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି “ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବ ଉପଲକ୍ଷେ ସେମାନଙ୍କର ଶୁଭେଚ୍ଛା ବାର୍ତ୍ତା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ସଭା ଶେଷରେ ଉପଜିଲ୍ଲାପାଳ, ସୋନପୁର ଡ. ସୌମ୍ୟାରୁପା ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ l ଦ୍ୱିତୀୟ ସନ୍ଧ୍ୟାରେ ନୃତ୍ୟ ପରିବେଷଣ କରିଥିଲେ ପୁରୀ ର ଗୋଟି ପୁଅ ନୃତ୍ୟ ଦଳ | ଏହା ପରେ ବ୍ଲକ କଳା ସଂସ୍କୃତି ସଂଘ, ବୀରମହାରାଜପୁର, ନୃତ୍ୟ ନିକେତନ, ବିନିକା, ବିଜ୍ଞାପିତ ଅଞ୍ଚଳ ପରିଷଦ, ବିନିକା, ଆଞ୍ଚଳିକ କଳା ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ, ତରଭା, ରୁମକୁ ଝୁମାନା, ବିନିକା, ରାଇଝରନ, ଝାରସୁଗୁଡ଼ା, ବିନ୍ଦୁ ନୃତ୍ୟ, ଆସାମ, ନଟରାଜ, ବଲାଙ୍ଗୀର, ଜିଲ୍ଲା ସଂସ୍କୃତି ପରିଷଦ, କନ୍ଧମାଳ, ଭାଙ୍ଗଡ଼ା, ପଞ୍ଜାବ, ବ୍ଲକ କଳା ସଂସ୍କୃତି ସଂଘ, ବିନିକା, ଗୁପ୍ତେଶ୍ୱର ଶଙ୍ଖବାଦ୍ୟ, ଗଞ୍ଜାମ ପ୍ରମୁଖ ଦର୍ଶକଙ୍କୁ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମରେ ଝୁମେଇ ଥିଲେ |ଆସାମ ର ବିହୁ ଏବଂ ପଞ୍ଜାବର ଭାଙ୍ଗଡ଼ା ନୃତ୍ୟ ଦଳ ସମସ୍ତଙ୍କୁ ବିମୋହିତ କରି ରଖିଥିଲା | ଫୁଡ୍ କୋର୍ଟ ଓ ପଲ୍ଲୀଶ୍ରୀ ମେଳାର ବିଭିନ୍ନ ଷ୍ଟଲରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *