ମହିଳାଙ୍କ ସୁରକ୍ଷା କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ବିନିକା ଚନ୍ଦ୍ରମା ହୋଟେଲ ସଭାଗୃହ ଠାରେ ସୁବର୍ଣ୍ଣପୁର ଜିଲ୍ଲା ପୁଲିସ , ସ୍ବର୍ଣ୍ଣଶିଖା ଚେରିଟେବୁଲ ଟ୍ରଷ୍ଟ ଓ ବିନିକା କନିଷ୍ଠ ମହିଳା ମହାବିଦ୍ୟାଳୟ ର ମିଳିତ ପ୍ରୟାସ ରେ ମହିଳାଙ୍କ ସୁରକ୍ଷା ପାଇଁ ଅଧ୍ୟକ୍ଷ ପଞ୍ଚାନନ ସାହୁ ଙ୍କ ସଭାପତିତ୍ୱ ରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ମୁଖ୍ୟ ଅତିଥିଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଏବଂ ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଅଧ୍ୟାପିକା ବୈଜୟନ୍ତୀ ସାହୁ, ମଧୁମିତା ପରମଗୁରୁ ମଞ୍ଚାସିନ ଥିଲେ l ଏଥିରେ ହିମାଂଶୁ ଭୂଷଣ ପଣ୍ଡା ସଭା ପରିଚାଳନା କରିଥିଲେ l ଉକ୍ତ ସଭାରେ ମହିଳା ସୁରକ୍ଷା ପାଇଁ ମହିଳାଙ୍କୁ ହିଁ ସାହସୀ, ନିର୍ଭିକ ଅନ୍ୟାୟ କୁ ପ୍ରଶୟ ନ ଦେଇ ପ୍ରତିବାଦ କରିବା ଉଚିତ l କୌଣସି ଅଘଟଣ ଘଟିଲେ ତାକୁ ନ ଲୁଚାଇ ପୁଲିସ କୁ ଜଣାଇବା ତଥା ମହିଳାଙ୍କ ସୁରକ୍ଷା ପାଇଁ ବିଭିନ୍ନ ଟୋଲ ଫ୍ରି ନମ୍ବର ଦିଆଯାଇଛି ସେଥିରେ ଫୋନ କରିବା କୁ ଜିଲ୍ଲାପାଳ ଡ. ସାହୁ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ l ଏହି ପରିପ୍ରେକ୍ଷୀରେ ମହିଳା ମହାବିଦ୍ୟାଳୟ ର ଛାତ୍ରୀମାନେ “ବାଲ୍ୟ ବିବାହ” ଏକ ଘୃଣ୍ୟ’ପ୍ରଥl ଉପରେ ଏକ ଛୋଟିଆ ଡ୍ରାମା ପରିବେଷଣ କରିଥିଲେ l ବାଲ୍ୟ ବିବାହର କୁ ପରିଣାମ ବିଷୟରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ନାୟକ ଆଲୋକପାତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସୋନପୁର ଡ଼ିଏସପି ରେଣୁକାସୁନା, ରାଜେଶ୍ୱରୀ ଭୋଇ ବିନିକା ଥାନାଧିକାରୀ ସତ୍ୟନାରାୟଣ ପଧାନ , ଅଧ୍ୟାପିକା ଗୀତାଞ୍ଜଳି ତ୍ରିପାଠୀ, ବିନ୍ଦୁଲତା କର , ସଂଗୀତା ପୁରୋହିତ, ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର , ଅଶୋକ ବିଶି,ସବ୍ୟସାଚୀ ଦନ୍ତା ଶିବନାରାୟଣ ମେହେର ଓ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଛାତ୍ରୀମାନେ ଏବଂ ଟ୍ରଷ୍ଟର ଶ୍ରଦ୍ଧାଞ୍ଜଳି ମିଶ୍ର, ପ୍ରୀତିପ୍ରଜ୍ଞl ପୁରୋହିତ, ସବିତା ପଣ୍ଡା,ଶାଶ୍ୱତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…