November 12, 2025
Home » ମହିଳା କନଷ୍ଟେବଲକୁ ହତ୍ୟା କରି କେନ୍ଦୁଝର ଜଙ୍ଗଲ ରେ ପୋତି ଥିଲା ଅଭିଯୁକ୍ତ

ମହିଳା କନଷ୍ଟେବଲକୁ ହତ୍ୟା କରି କେନ୍ଦୁଝର ଜଙ୍ଗଲ ରେ ପୋତି ଥିଲା ଅଭିଯୁକ୍ତ

0
WhatsApp Image 2025-09-17 at 4.15.29 PM

ରାଜ୍ୟରେ ଜନସାଧାରଣଙ୍କୁ ସମାନ ଅଧିକାର ସହ ସମାନ ନ୍ୟାୟ ପ୍ରଦାନ କରୁବାକୁ ରାଜ୍ୟ ବାସିଙ୍କୁ ପ୍ରତିଶୃତି ଦେଇ ରାଜ୍ୟରେ ଶାସନ ଗାଦିରେ ବସିଥିବା ବିଜେପି ସରକାର,ଆଇନ ଶୃଙ୍ଖଳା ପରିସ୍ଥିତି ଓ ଦିନ ଦ୍ବିପହରରେ ଭୂବନେଶ୍ବର-କଟକ ସହରରେ ନାରୀ ନିର୍ଯ୍ୟାତନା ଓ ବଳତ୍କାର କୁ ରୋକ ଲଗାଇବାରେ ସରକାର ବିଫଳ ହୋଇଥିବା ଆଜି ପୁଲିସ ରେକର୍ଡରୁ ସ୍ପଷ୍ଟ ସୁଚନା ମିଳିଛି। ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ରାଜ୍ୟରେ ପୁଲିସ ବିଭାଗରେ ଦକ୍ଷ-ଯୋଗ୍ୟ ପାର୍ଥୀ ପରିବର୍ତ୍ତେ ଅସାଜିକ ଓ ଅପରାଧୀ ମାନଙ୍କୁ କିପରି ନିଯୁକ୍ତି ଦିଆଯାଇଛି ତାହା ସରକାରଙ୍କ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଦୀପକଙ୍କ ପ୍ରଥମ ପତ୍ନୀଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଶୁଭମିତ୍ରା ଘଟଣା ପରେ ସେହି ମାମଲା ପୁଲିସର ସନ୍ଦେହ ଘେରକୁ ଆସିଛି। ପୁଲିସ କମିସନର କହିଛନ୍ତି, ପୂର୍ବରୁ ଦୀପକ ୧୦ ଲକ୍ଷ ଟଙ୍କା ଶୁଭମିତ୍ରାଙ୍କ ଠାରୁ ନେଇଥିଲେ। ଏହି ପଇସା ଫେରାଇବାକୁ ନେଇ ତାଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବଚସାକୁ ନେଇ ତାଙ୍କୁ ହତ୍ୟା କରାଯାଉଥିବା ପୁଲିସ ସନ୍ଦେହ କରୁଛି। ସେହିପରି ଶୁଭମିତାଙ୍କ ନାମରେ ୧ କୋଟି ଟଙ୍କାର ବୀମା ରହିଛି। ସେହି ଟଙ୍କା ହଡ଼ପ କରିବାକୁ ହତ୍ୟା କରାଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି। ତଦନ୍ତ ଜାରି ରହିଛି। ତଦନ୍ତ ସରିବା ପରେ ସବିଶେଷ ତଥ୍ୟ ଦିଆଯିବ।

ଭୁବନେଶ୍ୱର: କମିଶନରେଟ୍ ପୁଲିସର ମହିଳା ଟ୍ରାଫିକ୍ କନଷ୍ଟେବଲ ଶୁଭମିତ୍ରା ସାହୁ ନିଖୋଜ ଘଟଣାର ପର୍ଦ୍ଦାଫାସ ହୋଇଛି। ତାଙ୍କୁ ହତ୍ୟା କରାଯାଇଛି। ତାଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କ ନାଁ ଦୀପକ ରାଉତ। ସେ ବି ଜଣେ କନଷ୍ଟେବଲ। କିନ୍ତୁ ସେ ଭୁବନେଶ୍ୱରରେ ପୁଲିସ କମିଶନରଙ୍କ ଅଫିସରେ କିରାଣି ଭାବେ କାର୍ଯ୍ୟ କରନ୍ତି। କମିଶନରେଟ୍ ପୁଲିସ ଦୀପକଙ୍କୁ ଗିରଫ କରିଛି।ଗତ ୬ ତାରିଖ ସନ୍ଧ୍ୟାରେ କନଷ୍ଟେବଲ ଶୁଭମିତ୍ରା ସାହୁଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ ଦୀପକ। ତାଙ୍କୁ ଭୁବନେଶ୍ୱରରେ ହତ୍ୟା କରିବା ପରେ ମୃତଦେହକୁ ନିଜ କାରରେ ନେଇ କେନ୍ଦୁଝର ଜିଲ୍ଲା ଘଟଗାଁରେ ଜଙ୍ଗଲରେ ପୋତି ଦେଇଥିଲେ ଦୀପକ। ୨୦ ଲକ୍ଷ ଟଙ୍କା ପାଇଁ ସେ କନଷ୍ଟେବଲ ଶୁଭମିତ୍ରା ସାହୁଙ୍କୁ ହତ୍ୟା କରିଥିବା ପୁଲିସ୍‌ର ଜେରା ବେଳେ କହିଥିବା ସୂଚନା ମିଳିଛି।ଆହୁରି ମଧ୍ୟ ଜଣାପଡ଼ିଛି ଯେ ଶୁଭମିତ୍ରା ଓ ଦୀପକ କୋର୍ଟରେ ବାହା ହୋଇଥିଲେ। ୨୦୨୪ ଜୁଲାଇ ୭ ତାରିଖରେ ସେମାନେ କୋର୍ଟରେ ବାହା ହୋଇଥିଲେ। ଦୀପକଙ୍କୁ ପୁଲିସ୍‌ ଜେରା କରିବା ବେଳେ ଏହି କଥା ସାମ୍ନାକୁ ଆସିଛି। ଉଭୟଙ୍କ ମ୍ୟାରେଜ୍ ସାର୍ଟିଫିକେଟ୍ ମଧ୍ୟ ପାଇଛି ପୁଲିସ।ଦୀପକ ପୂର୍ବରୁ ବାହା ହୋଇଥିଲେ। ଏକ ଦୁର୍ଘଟଣାରେ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। ଦୀପକ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ନାଁରେ କୋଟିଏ ଟଙ୍କାର ବୀମା କରିଥିଲେ। ତେଣୁ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ମାମଲା ଏବେ ସନ୍ଦେହ ଘେରକୁ ଚାଲି ଆସିଛି। କମିଶନରେଟ୍ ପୁଲିସ ଶୁଭମିତ୍ରା ହତ୍ୟା ଘଟଣା ସହିତ ଦୀପକଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ଘଟଣାର ମଧ୍ୟ ତଦନ୍ତ କରୁଛି।କମିଶନରେଟ୍‌ ପୁଲିସର ଏକ ଟିମ୍ ଅଭିଯୁକ୍ତ ଦୀପକଙ୍କୁ ସାଙ୍ଗରେ ଧରି ଘଟଗାଁ ଯାଇଛନ୍ତି। ସେଠାରେ ସିନ୍ ରିକ୍ରିଏସନ୍‌ ସହିତ ଶୁଭମିତ୍ରାଙ୍କ ମୃତଦେହକୁ ମାଟିତଳୁ ବାହାର କରାଯିବ। ଦୀପକ ତାଙ୍କୁ ଭୁବନେଶ୍ୱରରେ ହତ୍ୟା କରିବା ପରେ ସେଠାରେ ନେଇ ପୋତି ଦେଇଛନ୍ତି।ଗତ ୬ ତାରିଖ ଦିନ ଶୁଭମିତ୍ରା ଡ୍ୟୁଟିକୁ ଯାଇଥିଲେ ଓ ସନ୍ଧ୍ୟା ୭ଟାରେ ଭଡ଼ାଘରକୁ ଫେରିଥିଲେ। କିନ୍ତୁ ତା’ପରଠାରୁ ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ରହିଥିଲା। ଦୁଇ ଦିନ ଧରି ଶୁଭମିତ୍ରାଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇନପାରିବାରୁ ତାଙ୍କ ବାପା ଭୁବନେଶ୍ୱର ଡିସିପି ଅଫିସ୍ ଯାଇ ପଚରାଉଚରା କରିଥିଲେ। ତେବେ ଝିଅର ପତ୍ତା ନମିଳିବାରୁ ସେ କ୍ୟାପିଟାଲ୍ ଥାନାରେ ନିଖୋଜ ମାମଲା ରୁଜୁ କରିଥିଲେ। କମିଶନରେଟ୍ ପୁଲିସ ଘଟଣାକୁ ଗୁରୁତ୍ୱର ସହିତ ନେଇ ଓ ଶୁଭମିତ୍ରାଙ୍କୁ ଖୋଜିବା ପାଇଁ ସ୍ପେଶାଲ ସ୍କ୍ୱାଡ୍‌କୁ ଦାୟିତ୍ୱ ଦିଆଯାଇଥିଲା। ସ୍ପେଶାଲ ସ୍କ୍ୱାଡ୍‌ ଶୁଭମିତ୍ରାଙ୍କ କଲ୍‌ ଡିଟେଲ୍‌ସ ଯାଞ୍ଚ କରିବା ପରେ କମିଶନରେଟ୍ ପୁଲିସରେ କାର୍ଯ୍ୟ କରୁଥିବା ଦୀପକ ରାଉତଙ୍କ ଉପରେ ସନ୍ଦେହ କରିଥିଲା। ତାଙ୍କୁ ମାରାଥନ ଜେରା କରିବା ପରେ ସେ ପୁଲିସ ଆଗରେ ସତ ସ୍ୱୀକାର କରିଥିଲେ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *