August 27, 2025
Home » ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରିୟମ୍ବଦା ଚାନ୍ଦ ଙ୍କ ଅବସର ଗ୍ରହଣ

ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରିୟମ୍ବଦା ଚାନ୍ଦ ଙ୍କ ଅବସର ଗ୍ରହଣ

0
WhatsApp Image 2025-07-31 at 7.03.33 PM (1)

ଧର୍ମଗଡ ମହିଳା ମହାବିଦ୍ୟାଳୟ (ଯୁକ୍ତ ଦୁଇ) ର ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟମ୍ବଦା ଚାନ୍ଦ ଚାକିରୀ ଜୀବନ ରୁ ଅବସର ଗ୍ରହଣ କରିଛନ୍ତି । ମହାବିଦ୍ୟାଳୟ ସ୍ଥାପନ ୧୯୯୨ ମସିହା ରେ ସ୍ଥାପନ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୩୩ ବର୍ଷ ଧରି ସେ ଅଧ୍ୟକ୍ଷା ଭାବେ ନିଜ ଦାୟିତ୍ଵ ସୁଚାରୁ ରୁପେ ତୁଲାଇ ଥିଲେ । ଏହି ପରିପେକ୍ଷୀ ରେ ଆଜି ମହାବିଦ୍ୟାଳୟ ପରିସର ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇ ଥିଲା ।

ବରିଷ୍ଠ ଅଧ୍ୟାପିକା ସବିତା ପାଇକରାୟ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭା ରେ ପୂର୍ବତନ ଅଧ୍ୟାପିକା ସୁମିତା ମିଶ୍ର, ଯୁକ୍ତ ତିନି ଅଧ୍ୟକ୍ଷା ମୂର୍ତ୍ତି ମଞ୍ଜରୀ ପଣ୍ଡା, ଅଧ୍ୟାପିକା ମମତା ତ୍ରିପାଠୀ, ସୁଜାତା ମହାନ୍ତି, ଜୟନ୍ତୀ ମୁଦୁଲି ଓ ବିଦାୟୀ ଅଧ୍ୟକ୍ଷା ଶ୍ରୀମତୀ ଚାନ୍ଦ ମଞ୍ଚାସିନ ଥିଲେ ।

ସଂଜୀବ ମୁଣ୍ଡ ସ୍ଵାଗତ ଅଭିଭାଷଣ ପ୍ରଦାନ କରି ଥିବା ବେଳେ ବଙ୍କିମ ମୁଣ୍ଡ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଜଣେ ଉତ୍ତମ ବିଦ୍ୟାଳୟ ପ୍ରଶାସକ, ଛାତ୍ରୀ ବତ୍ସଳ ଶିକ୍ଷୟତ୍ରୀ ଭାବେ ସେ ପରିଚିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ବିଭାଗ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ଓ ଛାତ୍ରୀ ମାନେ ଉପସ୍ଥିତ ଥିଲେ।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *