July 5, 2025
Home » ମହିଳା ସମନ୍ୱୟ, ଓଡ଼ିଶା ପୂର୍ବପ୍ରାନ୍ତ ଦ୍ୱାରା ‘ଶୌର୍ଯ୍ୟ ଯାତ୍ରା’

ମହିଳା ସମନ୍ୱୟ, ଓଡ଼ିଶା ପୂର୍ବପ୍ରାନ୍ତ ଦ୍ୱାରା ‘ଶୌର୍ଯ୍ୟ ଯାତ୍ରା’

0
WhatsApp Image 2025-05-21 at 6.22.12 PM (1)

ଭୁବନେଶ୍ୱର: ଏପ୍ରିଲ ୨୦୨୫ରେ ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ଏକ ବର୍ବରଚିତ୍ତ ଆକ୍ରମଣ ହୋଇଥିଲା ଯେଉଁଥିରେ ନିରୀହ ସାଧାରଣ ନାଗରିକଙ୍କ ଜୀବନ ଯାଇଥିଲା। ଭାରତୀୟ ସେନା “ଅପରେସନ୍ ସିନ୍ଦୂର’ ରୂପରେ ଏହି ଆତଙ୍କବାଦୀ ଆକ୍ରମଣର ଉଚିତ ଜବାବ ଦେଇଛନ୍ତି।

ଭାରତୀୟ ସେନାର ଏହି ବୀରତ୍ୱ ପ୍ରତ୍ୟେକ ଭାରତୀୟଙ୍କ ମନରେ ସ୍ୱାଭିମାନ ସୃଷ୍ଟି କରେ। “ଅପରେସନ୍ ସିନ୍ଦୂର’ ନାମ ଏବଂ ଏହା ଅନ୍ତର୍ଗତ ଦେଖାଯାଇଥିବା ଶୌର୍ଯ୍ୟ ଆମ ଭାରତୀୟ ମହିଳାଙ୍କ ପ୍ରତି ବିଶେଷ ସମ୍ବେଦନଶୀଳତାକୁ ଦର୍ଶାଉଛି। ଦେଶର ଏହି ବୀରତ୍ୱପୂର୍ଣ୍ଣ ପଦକ୍ଷେପକୁ ସମର୍ଥନ କରି ଅପରେସନ ସିନ୍ଦୁରର ସଫଳତାକୁ ନେଇ ମହିଳା ସମନ୍ୱୟ, ଓଡ଼ିଶା ପୂର୍ବପ୍ରାନ୍ତ ଦ୍ୱାରା ‘ଶୌର୍ଯ୍ୟ ଯାତ୍ରା’ ଅନୁଷ୍ଠିତ ହୋଇ ଯାଇଛି ।


ଏହି ଶୌର୍ଯ୍ୟ ଯାତ୍ରା ଭୁବନେଶ୍ୱରର ରାଜମହଲ ଛକରୁ ବାହାରି ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଆସିଥିଲା । ମାଷ୍ଟରକ୍ୟାଣ୍ଟିନ ଛକରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ସୁଶ୍ରୀ ଦୀପ୍ତିମୟୀ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ସେନା ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ଏଏସିସି ଓଡିଶାର ଉପସଭାପତି ଶ୍ରୀମତୀ ସୁସ୍ମିତା ମହାପାତ୍ର ମୁଖ୍ୟ ଅତିଥି, ଦୂର୍ଗାବାହିନୀର ରାଷ୍ଟ୍ରୀୟ ସଂଯୋଜିକା ସୁଶ୍ରୀ ପ୍ରଜ୍ଞା ମାହାଲା ମୁଖ୍ୟବକ୍ତା ରୂପେ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ । ଶ୍ରୀମତୀ ପ୍ରଜ୍ଞା ଆଚାର୍ଯ୍ୟ ଅତିଥି ପରିଚୟ କରିଥିବା ବେଳେ ଶ୍ରୀମତୀ ପ୍ରିୟଙ୍କା ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *