ମହିଳା ହିଂସା କୁ ନାଁ ସଚେତନ ବାର୍ତ୍ତା
ଛତ୍ରପୁର ତା.୧୦.୧୨.୨୪ ଦିନ ଜିଲ୍ଲା ପରିଷଦ, ଗଞ୍ଜାମ ର ଜଉଗଡ ସମ୍ମିଳନୀ କକ୍ଷ ଠାରେ ଲୀଙ୍ଗ ଭିତିକ ହିଂଶା ବିରୁଦ୍ଧରେ ଜନସଚେତନତା ପାଇଁ ଷୋହଳ ଦିନିଆ କାର୍ଯ୍ୟକ୍ରମର ଉଦଯାପନି ସଭା ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଗତ ୨୫ ନଭେମ୍ବର ମହିଳା ହିଂସା ବିଲୋପ କାରିଣୀ ଦିବସ ରୁ ଆରମ୍ଭ ହୋଇ ୧୦ ଡିସେମ୍ବର ମାନବ ଅଧିକାର ଦିବସରେ ସମାପ୍ତ ହୋଇଛି । ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲା ର ସମସ୍ତ ବ୍ଲକ ଏବଂ ସହରାଞ୍ଚଳରେ ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କ ନେତୃତ୍ବରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଯଥା :- ଅଙ୍ଗନୱାଡି ଓ ଗ୍ରାମସ୍ତରୀୟ ସଚେତନତା ସଭା, ପଞ୍ଚାୟତ ସ୍ତରୀୟ ସଚେତନତା ପଦଯାତ୍ରା, ବ୍ଲକ ସ୍ତରୀୟ ସଚେତନତା ସଭା ଓ ସ୍କୂଲ କଲେଜ ରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଅତିଥି ଭାବରେ ଭାରାପ୍ରାପ୍ତ ଚିକିତ୍ସା ଅଧିକାରୀ ଡ. ସରୋଜିନୀ ଦେବୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଆବିଦା ପରବୀନ, ସମାଜ ମଙ୍ଗଳ ଅଧିକାରୀ ପଦ୍ମିନୀ ସାହୁ , ଜିଲ୍ଲା ପରିଷଦ ଗଞ୍ଜାମ ର ଭାଇସ ପ୍ରେସିଡେନ୍ଟ ଏସ . ରାଜେଶ୍ଵରୀ ଦୋରା ,ସ୍ୱାସ୍ଥ୍ୟ ବିଭାଗର ପ୍ରୋଗ୍ରାମ ସଂଯୋଜକ ଦିଲ୍ଲୀପ କୁମାର ପଣ୍ଡା ,ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ସୁରକ୍ଷା ଅଧିକାରୀ ଶରତ ଚନ୍ଦ୍ର ମହାରଣା ,YSD ର ପ୍ରକଳ୍ପ ସଂଯୋଜକ ବିପ୍ଲବ କୁମାର ବେହେରା ,Cures ର ସେକ୍ରେଟାରୀ ଅରୁଣ ଶତପଥୀ ,ସେବାର ନିର୍ଦ୍ଦେଶକ ଅଳକା ସାହୁ, ଅରୁଣା ର ଜିଲ୍ଲା ସଂଯୋଜକ ମାର୍କଣ୍ଡ ମିଶ୍ର, one stop center ର ସେଣ୍ଟର ଆଡ଼ମିନଷ୍ଟ୍ରେଟର ମହେଶ୍ଵେତା ପାଢୀ ପ୍ରମୁଖ ଉପସ୍ଥିତ ରହି ମହିଳା ମାନଙ୍କ ଉପରେ ହେଉଥିବା ହିଂସାକୁ ଜିଲ୍ଲାରୁ ତଥା ସମାଜରୁ କିପରି ସଂପୂର୍ଣ୍ଣ ରୂପେ ଦୂର କରାଯାଇପାରିବ ସେ ବିଷୟରେ ନିଜର ମତାମତ ରଖିଥିଲେ । ଉକ୍ତ ବୈଠକକୁ ଆକ୍ସନ ଏଡ ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ ସଞ୍ଚାଳନା କରିଥିଲେ । ଏହି ବୈଠକରେ ଜିଲ୍ଲା ର ସମସ୍ତ ସିଡିପିଓ, , ୱାନ ଷ୍ଟପ ସେଣ୍ଟର, ଶକ୍ତିସଦନ, ISRD,YSD, ସେବା, ଅରୁଣା ଓ Cures ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ । ଉକ୍ତ ବୈଠକରେ ବେଲଗୁଣ୍ଠ। ର ସିଡ଼ିପିଓ ନୀଳିନୀ ମହାରଣା ଓ ସାନଖେମୁଣ୍ଡିର ସିଡ଼ିପିଓ ଭବାନୀ ବେହେରା ନିଜର ୧୬ ଦିନିଆ କାର୍ଯ୍ୟକ୍ରମ ପାଳନ ସମ୍ବନ୍ଧୀୟ ଅନୁଭୂତିକୁ ପ୍ରକାଶ କରିଥିଲେ। ଶେଷରେ କୁକୁଡାଖଣ୍ଡି ସିଡ଼ିପିଓ କୁସୁମ କୁମାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।