ମହିୟସୀ ମହିଳାଙ୍କ ପରଲୋକ
ସୁବର୍ଣ୍ଣପୁର — ଗତକାଲି ବିଳମ୍ବିତ ରାତିରେ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜରେ ଚିକିତ୍ସିତ ଅବସ୍ଥାରେ ସୋନପୁର ର ମହିୟସୀ ମହିଳା କୋଶଲ୍ୟା ବାରିକ ଙ୍କ ପରଲୋକ ହୋଇଛି। ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ନାଟ୍ୟ ଶ୍ରୀ ଗଦାଧର ବାରିକ ଙ୍କ ମା କୌଶଲ୍ୟା ବାରିକ (୯୫) ଜୀବନ ତମାମ ଏକ ଅମୁଲ୍ୟ ପୁସ୍ତକ ର ନିଚ୍ଛକ ପୃଷ୍ଠାର ସମାହାରଥିଲେ। ସେ ଜଣେ ମିଷ୍ଟଭାଷୀ,ଆମାୟୀକ, ଶାନ୍ତ, ନମ୍ର, କର୍ତ୍ତବ୍ୟ ନିଷ୍ଠା ର ମହିୟସୀ ମହିଳା ଆଜିର ସମାଜ ପାଇଁ ଏକ ଦୃଷ୍ଟାନ୍ତ ବୋଲି ସୁବର୍ଣ୍ଣପୁର ଓ ତାଙ୍କ ନିଜ ଜନ୍ମ ମାଟି ଜିଲ୍ଲା ବୌଦ୍ଧ ର ଅନେକ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ତାଙ୍କର ପରଲୋକ ଖବର ରେ ଉଭୟ ଜିଲ୍ଲାରେ ଶୋକ ପ୍ରକାଶ ପାଇଛି l ତାଙ୍କର ଅନ୍ତ୍ୟେଷ୍ଟି କ୍ରୀୟା ନିଜ ଗାଁ ବୌଦ୍ଧ ବୁରବୁଡା ସ୍ଥିତ ଶ୍ମଶାନରେ କରାଯାଇଥିବାବେଳେ ବଡ଼ପୁଅ ରସାନନ୍ଦ ମା ଙ୍କୁ ମୁଖାଗ୍ନୀ ଦେଇଥିଲେ। ସହରର ଅଗ୍ରଣୀ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ, ବ୍ଲକଛକ ଦୁର୍ଗାପୂଜା କମିଟି, ପଏଁରୀ ଓ ସ୍ଵଚ୍ଛଭାରତ ସଙ୍ଗଠନ, ସୁବର୍ଣ୍ଣପୁର ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ସ୍ୱର୍ଗୀୟl ଆତ୍ମା ଙ୍କ ଶାନ୍ତି ଓ ସଦଗତି ପାଇଁ ଈଶ୍ୱରଙ୍କ ଠାରେ ପ୍ରାର୍ଥନା କରିଥିବା ବେଳେ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଛି l
ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )