September 21, 2024
Home » ମହୁଲଡିହାଁ ସତସଙ୍ଗ ବିହାର ଆନୁକୂଲ୍ଯରେ ଶ୍ରୀ ଶ୍ରୀ ଠାକୁରଙ୍କର ୧୩୭ତମ ଶୁଭ ଜନ୍ମୋତ୍ସବ ପାଳନ

ମହୁଲଡିହାଁ ସତସଙ୍ଗ ବିହାର ଆନୁକୂଲ୍ଯରେ ଶ୍ରୀ ଶ୍ରୀ ଠାକୁରଙ୍କର ୧୩୭ତମ ଶୁଭ ଜନ୍ମୋତ୍ସବ ପାଳନ

0

ରାଇରଙ୍ଗପୁର ପୌରାଞ୍ଚଳର ମହୁଲଡିହା ସତସଙ୍ଗ କେନ୍ଦ୍ର ଆନୁକୂଲ୍ଯରେ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୭ତମ ଜନ୍ମମହୋତ୍ସବ ମହାସମାରୋହରେ ପାଳନ ହୋଇଯାଇଛି | ଏହି କାର୍ଯ୍ଯକ୍ରମରେ ପ୍ରାତଃ ଉଷାକୀର୍ତ୍ତନ, ସମବେତ ପ୍ରାର୍ଥନା, ଘ. ୭.୦୫ ମି ରେ ଜନ୍ମ ଲଗ୍ନ ଘୋଷଣା , ସତ୍ ଗ୍ରନ୍ଥାଦୀ ପାଠ, ସଂଗୀତାଞ୍ଜଳୀ ମାନ ଅନୁଷ୍ଠାନ କରାଯାଇଥିଲା | ଏଥିରେ ବରିଷ୍ଠ ସାମ୍ବାଦିକ ଶ୍ରୀ ନିଗମାନନ୍ଦ ପଟ୍ଟନାୟକ (ସ.ପ୍ର.ଋ.) ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ଯବକ୍ତା ଭାବେ ବାରିପଦାରୁ ଆଗତ ଅବସରପ୍ରାପ୍ତ ରେଞ୍ଜ ଅଫିସର ଶ୍ରୀ ଅନନ୍ତ କୁମାର ଜେନା ଯୋଗ ଦେଇଥିଲେ | ଆଲୋଚନା ରଖନ୍ତି ଏକଲବ୍ଯ ବିଦ୍ଯାଳୟର ଅଧ୍ଯକ୍ଷ ବଳରାମ ବାରିକ, ଗୋଲକ ବିହାରୀ ଆଚାର୍ଯ୍ଯ ( ସ.ପ୍ର.ଋ.), ସତ୍ଯାନୁସରଣ ପାଠ କରନ୍ତି ବଳରାମ ବାରିକ ଓ ନାରୀର ନୀତି ପାଠ କରନ୍ତି ଭସ୍କର ପ୍ରତିମ ପଟ୍ଟନାୟକ (ଅଧ୍ଯାପକ) , ଭଜନ ଓ କୀର୍ତ୍ତନ ପରିବେଷଣ କରନ୍ତି କାର୍ତ୍ତିକ ଚନ୍ଦ୍ର ସାହୁ, ଦେବସ୍ମିତା ମା, ମିହିର ମହାପାତ୍ର, ବିଭୂତି ଭୂଷଣ ଜ୍ଯୋତିଷୀ ଓ ମଳୟ ଦତ୍ତ ପ୍ରମୁଖ | ଅନ୍ଯମାନଙ୍କ ମଧ୍ଯରୁ ସମ୍ମାନିତ ଅତିଥି ଭାବେ ଶ୍ରମିକ ନେତ୍ରୀ ତଥା ଏସ୍ ପି ସି ଏ ର ରାଜ୍ଯ ଚେୟାରମ୍ଯାନ ସରସ୍ବତୀ ଟୁଡୁ, ସୁରେନ୍ଦ୍ର ନାଏକ (ଯାଜକ), ଲଛମନ ଗିରି (ଯାଜକ), ଶାଶ୍ବତ କୁମାର ପାଲ, ସରୋଜ ଗିରି (ଯାଜକ) ପରେଶ ଚନ୍ଦ୍ର ଗିରି (ଯାଜକ) (A), ପରେଶ ଚନ୍ଦ୍ର ଗିରି (ଯାଜକ) (B), ଗଗନଧ୍ବଜ ମହାନ୍ତ (ଯାଜକ), ବିଭୂତି କୁମାର ଜ୍ଯୋତିଷୀ, ଖଗେଶ୍ବର ନନ୍ଦ, ତରୁଣ କୁମାର ଗିରି, ମନିଷ ମହାପାତ୍ର ତଥା ସତସଙ୍ଗର ବହୁ କର୍ମୀ ଯୋଗ ଦେଇଥିଲେ | ୯ଟା ରୁ ୧୦ ଘଟିକା ମାମାନଙ୍କର ମାତା ସମ୍ମିଳନୀ ଅନୁଷ୍ଠିତ ହୁଏ | ସତସଙ୍ଗର ମୁଖ୍ଯବକ୍ତା କହନ୍ତି ଶ୍ରୀ ଶ୍ରୀ ଠାକୁରଙ୍କର ଦିବ୍ଯବାଣୀ ସାରାବିଶ୍ବରେ ପ୍ରତିଷ୍ଠା ଲାଭକରି ସମାଜ କଲ୍ଯାଣରେ ଲାଗିବ | ବ୍ଯକ୍ତିଜୀବନ, ସମାଜଜୀବନ, ରାଷ୍ଟ୍ରଜୀବନ ପ୍ରତି ଠାକୁରଙ୍କର ବାଣୀ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ପ୍ରକାଶ କରିଥିଲେ | ଶ୍ରୀ ନିଗମାନନ୍ଦ ପଟ୍ଟନାୟକ କହନ୍ତି ବିଶ୍ବଭାଇଚାରା ପ୍ରତିଷ୍ଠା କରିବା ଶ୍ରୀ ଶ୍ରୀ ଠାକୁରଙ୍କର ମୂଳଲକ୍ଷ୍ଯ | ଅନ୍ଯାନ୍ଯ ବକ୍ତାମାନେ ଶ୍ରୀ ଶ୍ରୀ ଠାକୁରଙ୍କର ଦିବ୍ଯଲୀଳା ଓ ବାଣୀ ଉପରେ ବିଶେଷ ଗୁରୁତ୍ବ ଦେଇଥିଲେ | ଏହି କାର୍ଯ୍ଯକ୍ରମରେ ବାମନଘାଟୀ ଉପଖଣ୍ଡର ବହଳଦା, ତିରିଂ, ଜାମଦା, ଡାଳିମା, ଗୋରୁମହିଷାଣୀ, ଗମ୍ଭାରିଆ, ବାସିଙ୍ଗି, ବିଶୋଇ, ବିଜାତଳା, କୁସୁମୀ ଇତ୍ଯାଦିରୁ ୨ଶହରୁ ଉର୍ଦ୍ଦ୍ବ ପ୍ରବଳ ବର୍ଷା ସ୍ବତ୍ତେ ଆସି ଯୋଗଦାନ କରିଥିଲେ l ପରିଶେଷରେ ସମସ୍ତ ଭକ୍ତ ପ୍ରସାଦ ସେବନ କରିଥିଲେ l

Leave a Reply

Your email address will not be published. Required fields are marked *