February 23, 2026
Home » ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ସାଂସଦ ଭତ୍ତୃହରିଙ୍କ ବକ୍ତବ୍ୟ

ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ସାଂସଦ ଭତ୍ତୃହରିଙ୍କ ବକ୍ତବ୍ୟ

0
WhatsApp Image 2025-12-26 at 4.39.46 PM

ପର୍ଯ୍ୟଟନ ର ବିକାଶ ଦିଗରେ ପଦକ୍ଷେପ ନିଆଯିବ

ଆଠଗଡ:ବୁଧବାର ସନ୍ଧ୍ୟାରେ ୭ଦିନ ବ୍ୟାପି ଆଠଗଡ ମହୋତ୍ସବ ଉଦଯାପିତ ହୋଇଯାଇଛି।ଉଦଯାପନ ଦିବସ ସମାରୋହ ରେ କଟକ ଲୋକସଭା ଆସନର ସାଂସଦ ମାନ୍ୟବର ଶ୍ରୀଯୁକ୍ତ ଭତ୍ତୃହରି ମହତାବ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ପ୍ରଥମେ ସାଂସଦ ଙ୍କ ପାଣ୍ଠିରୁ ନିର୍ମାଣ ହୋଇଥିବା ମହୋତ୍ସବ ପଡିଆ ଓ ମଣ୍ଡପ କୁ ସାଂସଦ ଉଦ୍ଘାଟନ କରିଥିଲେ।ପରେ ପ୍ରଦ୍ୱିପ ପ୍ରଜ୍ଜ୍ୱଳନ କରି ସମାରୋହ କୁ ଶୁଭାରମ୍ଭ କରିଥିଲେ। ଆଠଗଡ ହେଉଛି ଓଡ଼ିଆ ଅସ୍ମିତା ର ଐତିହ୍ୟ ଓ ସ୍ବାଭିମାନ ର ମାଟି। ଐତିହ୍ୟ ସମ୍ପନ୍ନ ଆଠଗଡ ନାରୀ ଜାତିର ସମ୍ମାନ ରଖିବାରେ ପ୍ରମୂଖ ଭୂମିକା ଗ୍ରହଣ କରିଛି। ଆଠଗଡ ରେ ଅନେକ ଗୁଡ଼ିଏ ଶିଳ୍ପ ପ୍ରତିଷ୍ଠା କରାଯାଇଛି।ତେବେ ଏହି ସବୁ କାରଖାନାରୁ ବାହାରୁଥିବା ଧୂଆଁ ଦ୍ଵାରା ବାୟୁ ଓ ବର୍ଜ୍ୟ ଜଳ ଦ୍ଵାରା ଜଳ ଦୂଷିତ ହେଉଛି।ଏଠାରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ପାଇଁ ପର୍ଯ୍ୟାପ୍ତ ସୁବିଧା ରହିଛି। ଆଠଗଡ ରେ ଥିବା ପର୍ଯ୍ୟଟନ କେନ୍ଦ୍ର ଗୁଡ଼ିକ ଅବହେଳିତ ଅବସ୍ଥାରେ ରହିଛି।ଆଗାମୀ ଦିନରେ ଧବଳେଶ୍ଵର ପୀଠ ଓ ଅମଙ୍ଗେଇ କୁଦ ସମେତ ଅନ୍ୟାନ୍ୟ ପର୍ଯ୍ୟଟନ କେନ୍ଦ୍ରର ବିକାଶ ସହ ପ୍ରଦୂଷଣ ରହିଟ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ପଦକ୍ଷେପ ନେବେ ସାଂସଦ କହିଥିଲେ।ମହୋତ୍ସବ କମିଟିର ଆବାହକ ଫଣିଭୂଷଣ ରଥ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ସଭାରେ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା,ଭାଜପା ନେତା ଅଭୟ ବାରିକ,ଓକିଲ ସଂଘ ସଭାପତି ଜଗଦାନନ୍ଦ ତ୍ରିପାଠୀ ଓ ସମ୍ପାଦକ ବନବିହାରୀ ସାହୁ, ଆଠଗଡ ଥାନା ଅଧିକାରୀ ସୁଶ୍ରୀ ସୁମତି ମହାନ୍ତି ପ୍ରମୁଖ ନିଜନିଜର ବକ୍ତବ୍ୟ ରଖିଥିଲେ।ସଭା ଆରମ୍ଭରୁ ଗୀତିକାର ରାଧାନାଥ ଦାସଙ୍କ ଲିଖିତ ଓ ଗୁରୁଦତ୍ତ ନାୟକ ଙ୍କ ସ୍ଵର ସଂଯୋଜନା,ବିପ୍ଳବ ଦାସ ଙ୍କ ନିର୍ଦ୍ଦେଶନା ରେ ସ୍ଥାନୀୟ ଛାତ୍ର ଛାତ୍ରୀ ମାନେ ଆଠଗଡ ସମ୍ପର୍କରେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ। ଉଦଘୋଷକ ପାର୍ଥସାରଥୀ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ,ଧନ୍ୟବାଦ୍ ପ୍ରଦାନ କରିବା ସହ ସଭାକୁ ସଞ୍ଚାଳନ କରିଥିଲେ।ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସାମ୍ବାଦିକତାରେ ରବିନାରାୟଣ ମହାପାତ୍ର,ଶିକ୍ଷାବିତ୍ ପାରେଶ୍ୱର୍ ଜେନା,ସମାଜସେବୀ ସତ୍ୟବ୍ରତ ମହାପାତ୍ର, ଆଠଗଡ ଥାନା ଆଇଆଇସି ସୁଶ୍ରି ସୁମତି ମହାନ୍ତି ଙ୍କୁ ସାଂସଦ ଶ୍ରୀଯୁକ୍ତ ମହତାବ ସମ୍ଭର୍ଧିତ କରିଥିଲେ। ଅନ୍ତିମ ସଂଧ୍ୟା ରେ ।ପ୍ରଖ୍ୟାତ କଣ୍ଠଶିଳ୍ପି ସୁଶ୍ରୀ ଅସୀମା ପଣ୍ଡା ଓ ତାଙ୍କ ସାଥି ମାନ ଙ୍କ ସଙ୍ଗୀତରେ ଦର୍ଶକ ମାନେ ଝୁମିଥିଲେ।

Leave a Reply

Your email address will not be published. Required fields are marked *

You may have missed

ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା ଭୁବନେଶ୍ୱର, ୨୨.୦୨.୨୦୨୬ : ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭାଗର ସମସ୍ତ ଶାଖାର କାର୍ଯ୍ୟକଳାପ ଓ ଜିଲ୍ଲାଭିତ୍ତିକ ପ୍ରଗତି ଉପରେ ସମୀକ୍ଷା କରାଯାଇଛି । ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାର କାର୍ଯ୍ୟକଳାପ ଉପରେ ସମୀକ୍ଷା କରିଛନ୍ତି। ଚଳିତ ଆର୍ଥିକ ବର୍ଷର ସଫଳତା, ବିଭିନ୍ନ ଯୋଜନାର ପ୍ରଗତି, ବ୍ଯାଙ୍କ ଋଣ, ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ଫେରସ୍ତ, ମହିଳାମାନଙ୍କୁ ଉଦ୍ୟୋଗପତି ଭାବେ ଗଢି ସେମାନଙ୍କ ଆୟବୃଦ୍ଧି କରିବା ସମ୍ପର୍କିତ ପଦକ୍ଷେପଗୁଡ଼ିକୁ ସେ ପର୍ଯ୍ୟବେକ୍ଷଣ କରିଛନ୍ତି । ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମିଶନ ଶକ୍ତି ବିଭାଗ ମାଧ୍ୟମରେ ଓଡ଼ିଶାର ଲକ୍ଷାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡ଼ି ଆର୍ଥିକ, ସାମାଜିକ ଓ ଡିଜିଟାଲ ଭାବେ ସଶକ୍ତ ହୋଇପାରିଛନ୍ତି । ଏହି ବିଭାଗ ମହିଳାମାନଙ୍କୁ କେବଳ ଆତ୍ମନିର୍ଭର କରିବାରେ ସୀମିତ ରହିନାହିଁ, ସେମାନଙ୍କୁ ସଫଳ ଉଦ୍ୟୋଗୀ ଓ ସମାଜର ଅଗ୍ରଗାମୀ ନେତୃତ୍ୱ ଭାବେ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଅଛି । ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣର ଏକ ଶକ୍ତିଶାଳୀ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ମହିଳାମାନଙ୍କ ଜୀବନମାନ ଉନ୍ନତି ସହିତ ରାଜ୍ୟର ଆର୍ଥିକ ଉନ୍ନତିରେ ମଧ୍ୟ ମୂଲ୍ୟବାନ ଅବଦାନ ରଖୁଛି। ମହିଳାମାନଙ୍କୁ ଉଦ୍ୟୋଗୀ ଭାବେ ଗଢି ଅଧିକରୁ ଅଧିକ ‘ଲକ୍ଷପତି ଦିଦି’ ଏବଂ ‘ମହାଲକ୍ଷପତି ଦିଦି’ ପରିଣତ କରିବା ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମତ ରଖିଛନ୍ତି । ଏଥି ପାଇଁ ଆସନ୍ତା ଆର୍ଥିକ ବର୍ଷରେ ବଜାର ସଂଯୋଗ, ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ, ଆର୍ଥିକ ସହାୟତା ଓ ଡିଜିଟାଲ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏହି ପଦକ୍ଷେପଗୁଡ଼ିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ଓ ସୁଦୃଢ଼ ଆର୍ଥିକ ସ୍ଥିତି ପ୍ରଦାନ କରିବ । ବୈଠକରେ ଚଳିତ ଆର୍ଥିକ ବର୍ଷର ଲକ୍ଷ୍ୟ ପୂରଣ ସହ ଆସନ୍ତା ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରିତ ପ୍ରଥମିକତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା, ଯାହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ଭାବେ ଆହୁରି ସଶକ୍ତ କରିବା ସହିତ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିବ । ଏହି ସମୀକ୍ଷା ବୈଠକରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ସଚିବ ସୁଶ୍ରୀ ମାନସୀ ନିମ୍ବାଲ, ନିର୍ଦ୍ଦେଶିକା ଡ଼. ମୋନିକା ପ୍ରିୟଦର୍ଶିନୀଙ୍କ ସମେତ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଜିଲ୍ଲାର ଅଧିକାରୀମାନେ ଉପସ୍ଥିତ ଥିଲେ । ମହିଳା ସଶକ୍ତିକରଣ, ମହିଳା ନେତୃତ୍ୱାଧୀନ ବିକାଶ ଏବଂ ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଳମ୍ବୀ କରିବା ଦିଗରେ ମିଶନ ଶକ୍ତି ବିଭାଗର ଏହି ସମୀକ୍ଷା ବୈଠକ ଏକ ଦୃଢ଼ ପଦକ୍ଷେପ ବୋଲି ଆଶା କରାଯାଇଛି ।