ମାଁ ତାରା ଦେବୀଙ୍କ ଯାତ୍ରା ଅବସରରେ ଭକ୍ତ ମାନଙ୍କୁ ରନ୍ଧା ଖାଦ୍ୟ ଓ ମିଠା ବଣ୍ଟନ

ସଖୀ ସମାଜସେବୀ ଅନୁଷ୍ଠାନ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ବ୍ରହ୍ମପୁର ଲାଞ୍ଜିପଲ୍ଲି ଠାରେ ଅନୁଷ୍ଠିତ ମାଁ ତାରା ଦେବୀଙ୍କ ଯାତ୍ରା ଅବସରରେ ଭକ୍ତ ମାନଙ୍କୁ ରନ୍ଧା ଖାଦ୍ୟ ଓ ମିଠା ବଣ୍ଟନ କରାଯାଇଥିଲା । କିନ୍ନର ସଂଘର ଓଡ଼ିଶା ସଭାପତି ତଥା ସଖୀ ସମାଜସେବୀ ଅନୁଷ୍ଠାନର ସଭାପତି ସ୍ବିଟି ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ବଣ୍ଟନ କାର୍ଯ୍ୟକ୍ରମରେ ୫ଟି ପ୍ରକାର ରନ୍ଧା ଖାଦ୍ୟ ସହ ମିଠା ଇତ୍ୟାଦି ବଣ୍ଟନ କରାଯାଇଛି। ଏହି ବଣ୍ଟନ କାର୍ଯ୍ୟକ୍ରମରେ ସଖୀ ସମ୍ପାଦକ ମନୋଜ ସରେଇ, ଲିପି, ବର୍ଷା, ମିନୁ, ରୋଜି, ଶିବାନୀ, ପିଙ୍କି, ମିଠିଙ୍କ ସମେତ ୧୫୦ରୁ ଉର୍ଦ୍ଧ୍ବ କିନ୍ନର ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନରେ ସହଯୋଗ କରିଥିଲେ।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )