ମାଁ ରାମଚଣ୍ଡୀ ପୀଠରେ ମନ୍ଦିର ଟ୍ରଷ୍ଟ, ପୂଜା କମିଟି ଓ ପରିଚାଳନା କମିଟିର ପ୍ରସ୍ତୁତି

ଛତ୍ରପୁର ନିକଟବର୍ତ୍ତୀ କରପଡା ପଞ୍ଚାୟତ ରେ ବିରାଜମାନ ମାଁ ରାମଚଣ୍ଡୀ ଙ୍କ ପୀଠରେ ପବିତ୍ର ଶୟନାଷ୍ଟମୀ ଅବସରରେ ମା’ ଙ୍କ ଆସନ୍ତା ଷୋଡଶ ଦିନାତ୍ମକ ପୂଜା ଉପଲକ୍ଷେ ମନ୍ଦିର ଟ୍ରଷ୍ଟ, ପୂଜା କମିଟି ଓ ପରିଚାଳନା କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ରେ ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, ପରିଚାଳନା କମିଟି ସଭାପତି ଶ୍ରୀ ପ୍ରଶାନ୍ତ କୁମାର ନାୟକ,ସଂଯୋଜକ କମଳ ପଣ୍ଡା,ଗୋବର୍ଧନ ନାୟକ, କରପଡା ପଞ୍ଚାୟତର ସରପଞ୍ଚ ଅଜୟ ନାୟକ,ପୂଜା କମିଟି ସଭାପତି ଶ୍ରୀ ସି ଏଚ ଦୟାନନ୍ଦ ରେଡ୍ଡୀ, ସମ୍ପାଦକ ଶ୍ରୀ ବିମଳ ପଣ୍ଡା, ଉପସଭାପତି ଦିବାକର ନାୟକ, ଶିବରାମ ନାୟକ, ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ନାୟକ(ମହାରାଜ),ବରିଷ୍ଠ ପରାମର୍ଶ ଦାତା ଶ୍ରୀ ତ୍ରିପତି ବାଲାଜୀ ମିଶ୍ର, ମନ୍ଦିର ମୁଖ୍ୟ ସ୍ଥପତି ପଣ୍ଡିତ ଶ୍ରୀ ବିଜୟ ତ୍ରିପାଠୀ ଓ ପୂଜା କମିଟିର ଅନ୍ୟ ସମସ୍ତ କାର୍ଯ୍ୟକର୍ତ୍ତା, ସଭ୍ୟ ଉପସ୍ଥିତ ଥିଲେ l
ଏହି ବୈଠକରେ ମୁଖ୍ୟ ପ୍ରସଙ୍ଗ ଥିଲା ମା’ ଙ୍କ ଷୋଡଶ ଦିନାତ୍ମକ ପୂଜା ଆସନ୍ତା ୧୪. ୦୯. ୨୦୨୫(ରବିବାର) ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇ ୨୯. ୦୯.୨୦୨୫ (ସୋମବାର) ମହାଷ୍ଟମୀ ପର୍ଯ୍ୟନ୍ତ ଷୋଡଶ ଦିନାତ୍ମକ ପୂଜା ଚାଲିବ l ପର୍ବ ସମୟରେ ଯେମିତି ସମସ୍ତ ପୂଜାପ୍ରଣାଳୀ ଶାସ୍ତ୍ରୀୟ ରୀତିନୀତି ରେ ସୁଚାରୁରୂପେ ପରିଚାଳନା କରାଜୀବ ଏବଂ ପ୍ରଥମ ଦିନ ଅର୍ଥାତ ୧୪. ୦୯. ୨୦୨୫(ରବିବାର) ମୂଳାଷ୍ଟମୀ ଦିନ ସହସ୍ର କୁମ୍ଭାବିଶେଖ ପାଇଁ ଅଞ୍ଚଳ ବାସିଙ୍କ ସହଯୋଗ ରେ ଏକ ବିରାଟ କଳସଯାତ୍ରା କରି ପବିତ୍ର ପୂନ୍ୟତୟା ଋଷିକୂଲ୍ୟାରୁ ଜଳାଯାତ୍ରା ଆରମ୍ଭକରି ମାଆ ମାନେ ମାଁ ରାମଚଣ୍ଡୀ ଙ୍କ ମନ୍ଦିରକୁ ଆସିବେ ସେହି ଜଳରେ ମାଁଙ୍କ ମହାସ୍ନାନ ହୋଇ ମାଁ ଙ୍କ ପୂଜା ଶୁଭାରମ୍ଭ କରାଯିବ l ଦୈନିକ ଶ୍ରୀଚଣ୍ଡୀପାଠ, ଚଣ୍ଡୀ ହବନ, ମହାପୁଜା,ବେଦ ପାଠ,ଭକ୍ତ ମାନଙ୍କ ମାନସିକ ପାଇଁ ଅଖଣ୍ଡ ଦୀପ ଯଜ୍ଞ, ଭକ୍ତ ମାନଙ୍କ ଦୈନିକ ପ୍ରସାଦ ସେବନ ପାଇଁ ସୁବ୍ୟବସ୍ଥା ଓ ଅନ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା ପାଇଁ ସର୍ବ ସହମତି କ୍ରମେ ଏକ ରୂପରେଖ ପ୍ରସ୍ତୁତ କରାଯାଇଥିଲା l ଯେହେତୁ ଏହି ପୂଜା ଦୈନିକ ମଧ୍ୟରାତ୍ର ରେ ସମ୍ପୂର୍ଣ ହୁଏ ଏବଂ ପ୍ରତ୍ୟେକ ଦିନ ଶତାଧିକ ଭକ୍ତମାନେ ଆସନ୍ତି ଏବଂ ତାଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥାଏ ଭକ୍ତମାନଙ୍କ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ଷୋଡଶ ଦିନାତ୍ମକ ପୂଜା ସମୟରେ ପୋଲିସ ନିୟୋଜିତ କରିବା ପାଇଁ ଆମ କମିଟି ତରଫରୁ ଏକ ସ୍ୱତନ୍ତ୍ର ଦଳ ଜାଇ ଜିଲ୍ଲା ପ୍ରଶାସନ ଓ ଗଞ୍ଜାମ ଥାନା ଓ ଛତ୍ରପୁର ଥାନା IIC ଙ୍କୁ ଅବଗତ କରାଯିବ ବୋଲି ସ୍ଥିର କରାଗଲା l