November 12, 2025
Home » ମାଆ ଦକ୍ଷିଣକାଳୀ ପାଲା ଗାୟକ ମଣ୍ଡଳର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ

ମାଆ ଦକ୍ଷିଣକାଳୀ ପାଲା ଗାୟକ ମଣ୍ଡଳର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ

0
unnamed (2)
ନୟାଗଡ଼:ନୟାଗଡ ମା’ ଦକ୍ଷିଣକାଳୀ ପାଲା ଗାୟକ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ସୋମବାର ନୟାଗଡ଼ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଗାୟକ କଳାନିଧି ପଣ୍ଡିତ ମନୋଜ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଉତ୍କଳୀୟ ଲୋକକଳା , ଲୋକସଂସ୍କୃତି ,ସାହିତ୍ୟ ଏବଂ ସମାଜକୁ ଦିଗ୍ tc ଦେଉଥିବା ପାଲା ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା ଓ ଏହାର ଅଧିକ ପ୍ରସାର ପାଇଁ ଆଧୁନିକ ଯୁଗରେ ପଦକ୍ଷେପ ନେବା ସମ୍ପର୍କରେ ଆଲୋଚନା ହୋଇଥିଲା l ଅଧ୍ୟାପକ ଫକୀର ଚରଣ ସୁବୁଦ୍ଧି ମଙ୍ଗଳା ଚରଣ ପାଠ କରିବା ପରେ ସାଙ୍ଗଠନିକ ଆଲୋଚନା କରାଯାଇଥିଲା l ରାଜ୍ୟର ସମସ୍ତ ପାଲା ଗାୟକ, ବାୟକ ଓ ପାଳିଆ ମାନଙ୍କ ଏକତା ପାଇଁ ଅଖଣ୍ଡ ପୁରୀ ଜିଲ୍ଲା ପାଲା ଗାୟକ ପରିଷଦ ପକ୍ଷରୁ ବାର୍ଷିକ ସମ୍ମିଳନୀ ଆସନ୍ତା ନଭେମ୍ବର ୨୨ ଓ ୨୩ ତାରିଖରେ ସୁନ୍ଦରପଦା କପିଳ ପ୍ରସାଦ ଠାରେ ହେବାପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ।ନୟାଗଡ଼ ଜିଲ୍ଲା ସ୍ତରୀୟ ବାର୍ଷିକ ସମ୍ମିଳନୀ ବୈଠକ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ଜନ୍ମମାଟି ଶରଣକୁଳ ଠାରେ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଗଲା । ଏହି ବୈଠକରେ ଇଂ ଶରତ କୁମାର ନାୟକ,ରଙ୍କ ନିଧି ବାରିକ, ରାଜ କିଶୋର ପ୍ରଧାନ, ସୁବାସ ଚନ୍ଦ୍ର ଗ୍ରହାଚାର୍ଯ୍ୟ, ବାଞ୍ଛାନିଧି ମହାପାତ୍ର, ଯଦୁମଣି ଜେନା, ମନମୋହନ ସାହୁ,ପ୍ରଶାନ୍ତ କୁମାର ସାହୁ, ତ୍ରିନାଥ ବାହୁକ ପ୍ରମୁଖ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ l ବାୟକ ରାଜ କିଶୋର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ l
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *