ଶୁଭମ ମେମୋରିଆଲ ଭଲି ଟୁର୍ନାମେଣ୍ଟ ଉଦଘାଟିତ
ନୟାଗଡ ପୁରୁଣା ସହର ଦକ୍ଷିଣ କାଳୀ ମଣ୍ଡାବାଗନ ପଡିଆ ପରିସରରେ ମା ଦକ୍ଷିଣ କାଳୀ କ୍ଳବ ପକ୍ଷରୁ ଷଷ୍ଠ ତମ ଶୁଭମ ମେମୋରିଆଲ ଭଲି ଟୁର୍ନାମେଣ୍ଟ ଶୁଭ ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି ।ଏହି ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟ ଅତିଥି ରୂପେ ସମାଜ ସେବୀ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ ନାୟକ ଯୋଗଦେଇ ଉଦଘାଟନ କରିଥିଲେ । ପ୍ରଥମ ଦିନ ଓଲ୍ଡଟାଉନ ଜୁନିଅର ବନାମ ଓଡ଼ଗାଁ ଭଲି କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉଭୟ ଦଳ ମଧ୍ୟରେ ସଂଘର୍ଷ ଜୋରଦାର ଚାଲିଥିବାବେଳେ, ଶେଷରେ ଓଲ୍ଡଟାଉନ ଜୁନିୟର ନୟାଗଡ ବିଜୟୀ ହୋଇଥିଲା । ଦ୍ଵିତୀୟ ମ୍ୟାଚ ଗୋତିସାହି କ୍ଳବ ବନାମ ମହାବୀର ପୋଲିସ ପଡିଆ ନୟାଗଡ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଦ୍ଵିତୀୟ ମ୍ୟାଚରେ ଗୋତିସାହି କ୍ଳବ ବିଜୟୀ ହୋଇଥିଲା ।ଏହି ଖେଳକୁ ରେଫରି ଚିତ୍ତରଞ୍ଜନ ସାହୁ ପରିଚାଳନା କରିଥିବାବେଳେ ଲାଇନରେ ସହାୟତା କରିଥିଲେ କମଳକାନ୍ତ ବେହେରା ଓ ସତ୍ୟନାରାୟଣ ସାହୁ । ଏହି ଟୁର୍ଣ୍ଣାମେଣ୍ଟ ୬ ଦିନ ଧରି ଚାଲିବ ବୋଲି ସଭାପତି ରାଜା ପଟ୍ଟନାୟକ ଓ ମାନସ ପ୍ରିତମ ଠାରୁ ପ୍ରକାଶ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
