ମାଆ ଦକ୍ଷିଣକାଳୀ ମନ୍ଦିର ନିର୍ମାଣ ନଵୀକରଣ କାମର ଅନିୟମିତତା ନେଇ ବିବାଦ ଘନେଇଲା
ନୟାଗଡ: ନୟାଗଡର ଆରାଧ୍ୟ ମାଆ ଦକ୍ଷିଣକାଳୀ ମନ୍ଦିରର ନବକଳେବର ପାଇଁ ବିଗତ ସର୍କାର ସମୟରେ ୩ କୋଟି ୫୦ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା ।ଡିସେମ୍ବର ୧୮ ତାରିଖ ୨୦୨୩ ମସିହାରୁ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରିଲା ନାହିଁ ଏବଂ ଯେଉଁ କାମ ଚାଲିଛି ସେଥିରେ ଅନିୟମିତତା ଥିବା ଅଭିଯୋଗ ଆଣିଛନ୍ତି ମନ୍ଦିର ପରିଚାଳନା କମିଟି ।ଏହି କାର୍ଯ୍ୟର ଅନିୟମିତତାର ସଠିକ୍ ତଦନ୍ତ କରି ଯଥା ଶୀଘ୍ର ମନ୍ଦିରକୁ ପୂର୍ଣ୍ଣାଙ୍ଗ କରିବାକୁ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଲିଖିତ ଦାବୀ ଉପସ୍ଥାପନ କରିଛି ପରିଚାଳନା କମିଟି ।ଫଳରେ ବିବାଦ ଘାନେଇବାରେ ଲାଗିଛି ।ମାଆଙ୍କ ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରମୋଦ ପଟ୍ଟନାୟକ କହିବା କଥା ହେଲା କାର୍ଯ୍ୟ ବେଳେ ମନ୍ଦିର ପରିସର ଚଟାଣ ନଷ୍ଟ ହୋଇଯାଇଛି । ଯାହାଫଳରେ ଯାତ୍ରୀମାନେ (ଭକ୍ତ) ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ।ଚଟାଣ ନିର୍ମାଣରେ ପ୍ରାୟ ୭ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଏ ।ପାଚେରୀ କାର୍ଯ୍ୟ ଚାଲିଥିଲେ ମଧ୍ୟ ଚଟାଣ କାର୍ଯ୍ୟ ଯଦି ଏକ ମାସ ମଧ୍ୟରେ ଶେଷ ନକରନ୍ତି ମାଆଙ୍କ ମନ୍ଦିର ଗେଟ୍ ସାମନା ୫୭ ନମ୍ବର ଜାତୀୟ ରାଜପଥ ଠାରେ ମନ୍ଦିର ସଭ୍ୟ ବୃନ୍ଦ ,ପୁରୁଣା ସହରର ଜନସାଧାରଣ ତଥା ଭକ୍ତ ମାନେ ପ୍ରତିବାଦ ସହ ଧାରଣା ଦେବେ ଓ ୧୦୧ ଦ୍ଵିପ ବସାଜିବ ବୋଲି କମିଟି ସଭାପତି ପ୍ରମୋଦ ପଟ୍ଟନାୟକ ଜଣାଇଛନ୍ତି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
