ମାଉସୀ ମା ମନ୍ଦିର ନିକଟରେ ସ୍ୱଚ୍ଛତା ଅଭିଯାନ

ପାରାଦୀପ – ପାରାଦୀପ ମହାବିଦ୍ୟାଳୟ ଏନ୍ସିସି କ୍ୟାଡେଟ ଓ ଏନ୍ସିସି ପୁରାତନ ଛାତ୍ର ସଂଘ ପକ୍ଷରୁ ମାଉସି ମା ମନ୍ଦିର ନିକଟସ୍ଥ ଅଞ୍ଚଳରେ ୫୧ତମ ସ୍ୱଚ୍ଛତା ଅଭିଯାନ ରବିବାର ଦିନ ସକାଳେ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ କମାଣ୍ଡର ସୁଶାନ୍ତ କୁମାର ମହାନ୍ତି, ଏନ୍ସିସିର ୩ ଓଡିଶା ନlଭାଲ୍ ୟୁନିଟ କମାଣ୍ଡିଂ ଅଫିସର, ଯିଏ ପାରାଦୀପର ଏନ୍ସିସି କ୍ୟାଡେଟ ଓ ପୁରାତନ ଛାତ୍ରମାନଙ୍କର ସମର୍ପଣ ଓ ସେବାଭାବକୁ ପ୍ରଶଂସା କଲେ। ସେ ଜନସଚେତନତା ଓ ଜନ ଉପକାରିତା ର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଅଭିଯାନ ସମୟରେ ମାଉସି ମା ମନ୍ଦିର ପ୍ରାଙ୍ଗଣ ଓ ପୋଖରୀକୁ ପ୍ଲାଷ୍ଟିକ ବସ୍ତା ଓ ଆବର୍ଜନା ସଫା କରାଯାଇଥିଲା। ପୁରାତନ ଛାତ୍ର ସଂଘର ଅଧ୍ୟକ୍ଷ ଅମ୍ବିକା ପ୍ରସାଦ ମହାପାତ୍ର ସାଧାରଣ ଲୋକଙ୍କୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର କରିବାରୁ ବଞ୍ଚିବା ରହିବା ଓ ପାରାଦୀପ ପୌରପାଳିକା ପ୍ରଦତ୍ତ ଡଷ୍ଟବିନ ବ୍ୟବହାର କରିବା ପାଇଁ ଅନୁରୋଧ କରିଥିଲେ।
ଲେଫ୍ଟନାଣ୍ଟ କମାଣ୍ଡର ଏ. ସି. ମିଶ୍ର, ଏନ୍ଓ ଓ ପରାମର୍ଶଦାତା ଏନସିସି ଓ ଆଲୁମନି ଆସୋସିଏସନ ସ୍ବେଛାସେବୀ ଙ୍କୁ ଉତ୍ସାହିତ କରି “ନେସନ୍ ଫାର୍ଷ୍ଟ, ସ୍ୱଚ୍ଛତା ହି ସେବା” ମନ୍ତ୍ରକୁ ପୁନଃଦୃଢ କରିଥିଲେ। ଏଥିରେ ପ୍ରାୟ ୪୦ ଜଣ ଏନ୍ସିସି କ୍ୟାଡେଟ୍ ଓ ୧୫ ଜଣ ପୁରାତନ ଛାତ୍ର ସଙ୍ଘ ସଦସ୍ୟ ଉତ୍ସାହିତ ଭାବେ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର ସଂଘର ଉପାଧ୍ୟକ୍ଷ ବିକ୍ରମସିଂହ ମହାରଣା, ସହ ସମ୍ପାଦକ ନିଳିମା ପ୍ରିୟଦର୍ଶିନୀ, କାର୍ଯ୍ୟକାରିଣୀ ସଦସ୍ୟ ହରପ୍ରିୟା ପଟ୍ଟନାୟକ, ଲିପୁନା ବାରିକ, ଜିତେନ୍ଦ୍ର ବାରିକ, ସରୋଜ ସ୍ୱାଇଁ, ରାଜା ମଲିକ, ଦୀପକ କରଣ, ମଧୁସ୍ମିତା, ସୁଚରିତା ରାଉତ, ଅରୁଣିମା ଓ ଏନସିସି କ୍ୟାଡେଟ୍ ପିକୁନ୍ ସେନାପତି, ବିନାୟକ ମହାରଣା, ବିଜୟ ଘଡେଇ, ସୁମିତ୍ରା ଗେଡି, ସୁଭଲକ୍ଷ୍ମୀ ବିଶ୍ୱାଳ, କଣ୍ହା ବିଶ୍ୱାଳ ଓ ରାହୁଲ ପ୍ରମୁଖ ଏହି ସ୍ୱଛତା କାର୍ଯ୍ୟକ୍ରମରେ ସକ୍ରିୟା ଅଂଶଗ୍ରହଣ କରିଥିଲେ l
ତେବେ ଚଳିତ ରଥ ଯାତ୍ରାରେ ପାରାଦୀପ ରେ ପ୍ରଥମ ଥର ପାଇଁ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିବା ବେଳେ ସେହି ଅନୁପାତରେ ବହୁ ଅଳିଆ ଆବର୍ଜନା ବିକ୍ଷିପ୍ତ ଅବସ୍ଥାରେ ପଡି ପରିବେଶ ଦୂଷିତ କରୁଥିବା ଦେଖିବାକୁ ମିଳିଥିଲା l ଯଦିଓ ସେହି ସ୍ଥାନ ସବୁକୁ ପୌର ପ୍ରଶାସନ ପକ୍ଷରୁ ସଫେଇ କରାଯାଉଥିବା ବେଳେ ସେମାନଙ୍କୁ ସହଯୋଗ କରିବା ଉଦ୍ଦେଶ୍ୟରେ ଏନସିସି ଓ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ନେଇ କହିଛନ୍ତି ଏନସିସି ପୁରାତନ ଛାତ୍ର ସଙ୍ଘ ର ଅଧ୍ୟକ୍ଷ ଅମ୍ବିକା ମହାପାତ୍ର l